Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାନ୍ଧରେ ପୁଅର ଶବକୁ ବୋହି 88 କିମି ବାଟ ଚାଲିଲେ ବାପା
ଆଜିର ଖବର

କାନ୍ଧରେ ପୁଅର ଶବକୁ ବୋହି 88 କିମି ବାଟ ଚାଲିଲେ ବାପା

March 31, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଆନ୍ଧ୍ରପ୍ରଦେଶ : କରୋନା ଭାଇରସ୍‌ରେ କବଳରେ ସାରା ବିଶ୍ବ ଏବେ ଭୀତତ୍ରସ୍ତ । ଅପରପକ୍ଷରେ ଏହି ମହାମାରୀ ସହ ଲଢେଇ କରିବା ପାଇଁ ସାରା ଦେଶରେ ଏବେ ଲକ୍‌ ଡାଉନ୍‌ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 1400 ଟପି ସାରିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ 32ରୁ ଅଧିକ ହେଲେଣି । କରୋନା ସହ ଲଢେଇ ପାଇଁ ସାରା ଦେଶରେ 21 ଦିନିଆ ଲକ୍‌ ଡାଉନ୍‌ ଜାରି ହୋଇଥିବାବେଳେ ଆନ୍ଧ୍ରପ୍ରଦେଶରୁ ଜଣେ ଅଭାବୀ ପିତାର ଦାରୁଣ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି । ଅର୍ଥର ଅଭାବ ପାଇଁ ନିଜ ଛୁଆକୁ ଡାକ୍ତରଖାନା ନେଇ ନ ପାରି ପରିଶେଷରେ ପୁଅର ଶବକୁ କାନ୍ଧରେ ବୋହି ମଶାଣିରେ ଚିତା ଜାଳିଛି ।

ଲକ୍‌ଡାଉନ କାରଣରୁ ପାଞ୍ଚ ବର୍ଷୀୟ ପୁତ୍ରର ମୃତ୍ୟୁ ହୋଇଛି । ଚିକିତ୍ସିତ ହୋଇ ନପାରି କୋମଳମତିର ଜୀବନ ଚାଲିଯାଇଛି । ଏହାପରେ କୌଣସି ସାଧନ ନ ମିଳିବାରୁ ପୁତ୍ରର ପିତା ଜଣକ ନିଜ କାନ୍ଧରେ ପୁତ୍ରର ଶବକୁ ବେହି ବୋହି 88 କିଲୋମିଟର ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ଶଶ୍ମାନରେ ପହଞ୍ଚାଇଛି ।

ମିଳିଥିବା ସୂଚନା ଅନୁସାରେ ମୃତ ଶିଶୁର ପିତା ମଞ୍ଚାଲା ମନୋହର ଅନନ୍ତପୁରର ଗେର୍‌ଟଙ୍ଗଲା କସ୍‌ବେ ନିକଟସ୍ଥ ଏକ ବସ୍‌ଷ୍ଟାଣ୍ଡ୍‌ ନିକଟରେ ଦୋକାନରେ କାମ କରୁଥିଲା । କିଛି ଦିନ ପୂର୍ବେ ଶିଶୁଟିର ଗଳାରେ ସଂକ୍ରମଣ ହୋଇଥିଲା । ଏହା ପରେ ସେ ସ୍ଥାନୀୟ ହସ୍ପିଟାଲରେ ଶିଶୁର ଚିକିତ୍ସା କରୁଥିଲେ । କିନ୍ତୁ ସେଠାରେ ଡାକ୍ତର ଅବସ୍ଥା ଅଧିକ ସଂକଟାପନ୍ନ ହେବାରୁ ବଡ ଡାକ୍ତରଖାନା ନେବା ପାଇଁ କହିଥିଲେ । ପାଖରେ ଅର୍ଥ ଅଭାବ ସହିତ ସାଧନର ଅଭାବ କାରଣରୁ ବଡ ମେଡିକାଲ୍‌କୁ ନେଇ ପାରିଥିଲେ ଅସହାୟ ବାପା ।

ଅର୍ଥ ଓ ସାଧନ ପାଇଁ ରୋଗରେ ଲଢି ଲଢି ଶିଶୁଟିର ଜୀବନ ଚାଲିଯାଇଛି । ଏହାପରେ ପୁଅ ଶବକୁ ନିଜ କାନ୍ଧରେ ବୋହି ବେହି ଚିତ୍ରାବତୀ ନଦୀ ଘାଟ ନିକଟରେ ପୁଅର ଚିତା ଜାଳିଛନ୍ତି ଅସହାୟ ବାପା ଜଣକ । (ଏଜେନ୍ସି)

Lockdown
Share. Facebook Twitter LinkedIn Email WhatsApp Copy Link

Related Posts

ସଡ଼କ ଦୁର୍ଘଟଣାରେ ପିତା ମୃତ: ପୁଅ ଗୁରୁତର

April 5, 2026

ବାଣପୁର କୋର୍ଟର ଉନ୍ନତି ପାଇଁ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓକିଲ ସଂଘର ନୂତନ ସଭାପତି

April 5, 2026

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026
Latest News

ସଡ଼କ ଦୁର୍ଘଟଣାରେ ପିତା ମୃତ: ପୁଅ ଗୁରୁତର

April 5, 2026

କାଠଯୋଡି ସେତୁ ଟେଣ୍ଡର ବିବାଦକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

April 5, 2026

ଚିଲିକାରେ ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬, ଯୋଗ ଦେଲେ ଆଇନ ମନ୍ତ୍ରୀ

April 5, 2026

ବାଣପୁର କୋର୍ଟର ଉନ୍ନତି ପାଇଁ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓକିଲ ସଂଘର ନୂତନ ସଭାପତି

April 5, 2026

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.