
ତେଲେଙ୍ଗାନା : କରୋନା ଭାଇରସ୍ ଯୋଗୁଁ ସାରା ଦେଶରେ ଏବେ ହାହାକାର ମଚି ଯାଇଛି। ଭାରତରେ 40ରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 1600 ଟପିସାରିଛି । କରୋନା ସହ ଲଢେଇ କରିବା ପାଇଁ ଉଭୟ କେନ୍ଦ୍ରଓ ରାଜ୍ୟସରକାରମାନେ ବହୁ ଚେଷ୍ଟା କରୁଛନ୍ତି । ଏହି ମଧ୍ୟରେ କରୋନାକୁ ନେଇ ଗୁଜବ ପ୍ରଚାର ଅନ୍ୟ ଏକ ସମସ୍ୟା ଭାବରେ ଉଭା ହୋଇଛି । ଏହି ଗୁଜବ ଯୋଗୁଁ ଲୋକଙ୍କ ମଧ୍ୟରେ ଡର ବଢୁଛି । ତେବେ ଏହି ଗୁଜବକୁ ରୋକିବା ପାଇଁ ତେଲେଙ୍ଗାନା ସରକାର ବଡ ନିଷ୍ପତ୍ତି ନେଇଛନ୍ତି ।
ତେଲେଙ୍ଗାନା ସରକାର ଏବେ କରୋନା ଭାଇରସ୍ ବିରୋଧରେ ଗୁଜବ ପ୍ରଚାରକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରାଯିବ। ଏନେଇ ସରକାର ଚେତାବନୀ ଦେଇ ଏପରି ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ମହାମାରୀ ପ୍ରସାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଲକ୍ ଡାଉନ୍ ଜାରି କରାଯାଇଛି । ଏପରି ସମୟରେ କିଛି ଗୁଜବ ଖବର ପ୍ରଚାର ହେଉଥିବାର ଜଣାପଡୁଛି ।
ତେଲେଙ୍ଗାନା ସରକାର ସଫା ସଫା କହିଛନ୍ତି ଯେ, ରାଷ୍ଟ୍ରୀୟ ବିପତ୍ତି ସମୟରେ ଏପରି ଗୁଜବ ପ୍ରଚାରକୁ ପ୍ରସାରିତ କରିବା ଏକ ଦଣ୍ଡନୀୟ ଅପରାଧ । ଏହି ଅପରାଧ ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏକ ବର୍ଷର ଜେଲ ଦଣ୍ଡାଦେଶ ଦିଆଯିବା ବୋଲି କୁହାଯାଇଛି ।
ଆଇଟି ଇଲକୋଟ୍ରୋନିକ୍ସ ଓ ସଞ୍ଚାର ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ କୋନାଥମ୍ କହିଛନ୍ତି ଯେ, ଭ୍ରମାତ୍ମକ ସୂଚନା, ତଥା ଗୁଜବ ଖବରକୁ ରୋକିବା ଏବେ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ପାଲଟି ଯାଇଛି । ଏପରି ସମୟରେ ସଂଯମ ରଖିବାକୁ ଅପିଲ୍ କରାଯାଇଛି ।
ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ଦେଶରେ 1400ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବାବେଳେ 40ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଗଲାଣି । ସେହିପରି ସାରା ବିଶ୍ବରେ ଏବେ 9 ଲକ୍ଷ ପାଖାପାଖି ଲୋକେ ଆକ୍ରାନ୍ତ ହୋଇଥିବାବେଳେ 42 ହଜାରରୁ ଉର୍ଦ୍ଧ୍ବ ଏହି ଭାଇରସ ଯୋଗୁଁ ମୃତ୍ୟୁବରଣ କରିଛନ୍ତି । (ଏଜେନ୍ସି)