ଜାଣନ୍ତୁ କେଉଁ ରାଜ୍ୟରୁ କେତେ ଶ୍ରଦ୍ଧାଳୁ ନିଜାମୁଦ୍ଦିନ ମକରଜରେ ଯୋଗ ଦେଇଥିଲେ?

Published: Apr 1, 2020, 6:03 pm IST

ନୂଆଦିଲ୍ଲୀ : ନୂଆଦିଲ୍ଲୀର ନିଜାମୁଦ୍ଦିନ ମକରଜରେ ଅନୁଷ୍ଠିତ ତବଲିଗି ଜମାତରେ ପ୍ରାୟ ୨ ହଜାରରୁ ଅଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିବା ବେଳେ ଏହା ଦ୍ୱାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ତେବେ ଏହି ସମ୍ମିଳନୀରେ ଯୋଗ ଦେଇଥିବା ପ୍ରାୟ ୨ ହଜାର ଶ୍ରଦ୍ଧାଳୁଙ୍କ ମଧ୍ୟରେ ତାମିଲନାଡୁର ସର୍ବାଧିକ ୧୫୦୦ ଲୋକ ଯୋଗ ଦେଇଥିବା ବେଳେ ମେଘାଳୟରୁ ସର୍ବନିମ୍ନ ୭ ଜଣ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ସମୁଦାୟ ୨୩୬୧ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ତନ୍ମଧ୍ୟରୁ ୬୧୭ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ଓଡିଶାରୁ ୧୫ ଜଣ ବ୍ୟକ୍ତି ଏହି ସମ୍ମିଳନୀରେ ଯୋଗ ଦେଇଥିବା ଜଣାପଡିଛି।

କେଉଁ ରାଜ୍ୟରୁ କେତେ ଜଣ ଶ୍ରଦ୍ଧାଳୁ ଯୋଗଦେଇଥିଲେ-

-ତାମିଲନାଡୁ- ୧୫୦୦

-ତେଲେଙ୍ଗାନା-୧୦୦୦

-ଆନ୍ଧ୍ରପ୍ରଦେଶ- ୭୧୧

-ଆସାମ-      ୪୫୬

-କର୍ଣ୍ଣାଟକ-    ୩୪୨

-କେରଳ –    ୩୦୦

-ମହାରାଷ୍ଟ୍ର – ୧୫୭

-ଉତ୍ତରପ୍ରଦେଶ-୧୫୭

-ହରିୟାଣା –  ୧୨୫

୧୦-ମଧ୍ୟପ୍ରଦେଶ -୧୦୭

୧୧-ଛତିଶଗଡ – ୧୦୧

୧୨-ଗୁଜରାଟ –  ୯୩

୧୩-ଜମ୍ମୁ କାଶ୍ମୀର -୮୮

୧୪-ବିହାର –    ୮୬

୧୫-ପଶ୍ଚିମବଙ୍ଗ – ୭୩

୧୬-ଝାଡଖଣ୍ଡ – ୪୬

୧୭-ଉତ୍ତରାଖଣ୍ଡ – ୨୬

୧୮-ରାଜସ୍ଥାନ – ୨୨

୧୯-ଆଣ୍ଡାମାନ ନିକୋବର – ୨୧

୨୦-ହିମାଚଳ ପ୍ରଦେଶ – ୧୭

୨୧-ଓଡିଶା – ୧୫

୨୨-ମଣିପୁର – ୧୪

୨୩-ପଞ୍ଜାବ – ୦୯

୨୪-ପୁଡୁଚେରୀ – ୦୯

୨୫-ମେଘାଳୟ – ୦୭

ଏହି ସମ୍ମିଳନୀରେ ଯୋଗ ଦେଇଥିବା ସମସ୍ତ ବ୍ୟକ୍ତିଙ୍କ ପତ୍ତା ଲଗାଯାଇ କ୍ୱାରାଣ୍ଟାଇନ୍‌ରେ ରଖାଯାଉଥିବା ବେଳେ କେରଳର ୩୦୦ ଜଣଙ୍କ ମଧ୍ୟରୁ ମାତ୍ର ୮୨ ଜଣ ଫେରିଛନ୍ତି।

Related posts