ଓଡ଼ିଶାର ଦ୍ବିତୀୟ କରୋନା ପଜିଟିଭ ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ, ଏମସ୍‌ରୁ ଡିସ୍‌ଚାର୍ଜ ହେଲେ ଦ୍ବିତୀୟ କରୋନା ଆକ୍ରାନ୍ତ

Published: Apr 1, 2020, 10:11 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ସାରା ଦେଶରେ କରୋନା ସ୍ଥିତି ବେଶ୍‌ ଜଟିଳ ରହିଥିବାବେଳେ ରାଜ୍ୟରେ ଏକ ଖୁସି ଖବର ଆସିଛି। ଓଡ଼ିଶାର ଦ୍ବିତୀୟ କରୋନା ରୋଗୀ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱରର ଓଡିଶାର ଦ୍ୱିତୀୟ କରୋନା ପଜେଟିଭ୍ ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଆଜି ତାଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ତାଙ୍କୁ ଡିସଚାର୍ଜ କରାଯାଇଛି।

ମାର୍ଚ୍ଚ ୧୯ ତାରିଖରେ ରାଜ୍ୟରେ ଦ୍ବିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ବ୍ୟକ୍ତି ଜଣଙ୍କ ବ୍ରିଟେନ୍‌ରୁ ଫେରିଥିଲେ। ତାଙ୍କର ଏମ୍ସରେ ଚିକିତ୍ସା କରାଯାଉଥିଲା।

ସୂଚନାଯୋଗ୍ୟ, ରାଜ୍ୟରେ ମୋଟ ୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଦ୍ବିତୀୟ ବ୍ୟକ୍ତି ଜଣକ ସୁସ୍ଥ ହୋଇଯିବା ପରେ ଏବେ ରାଜ୍ୟରେ ତିନି ଜଣ କରୋନା ପଜିଟିଭି ରହିଛନ୍ତି। ଗତକାଲି ଭଦ୍ରକରୁ ଜଣେ ୨୯ ବର୍ଷୀୟ ଯୁବକଙ୍କ ନିକଟରେ କରୋନା ପଜିଟିଭିର ସୂଚନା ମିଳିଥିଲା। ସମ୍ପୃକ୍ତ ବ୍ୟକ୍ତି ଦୁବାଇରୁ ପ୍ରତ୍ୟାବର୍ତ୍ତନ କରିଥିଲେ।

Related posts