Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ 2796 ଜଣ କୋରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ 2796 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ 582 ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ 179 ଜଣ, ଯାଜପୁରରୁ 148,   ଅନୁଗୁଳରୁ 135, ପୁରୀରୁ 127 ଜଣ, ନବରଙ୍ଗପୁରରୁ 120, ବଲାଙ୍ଗିରରୁ 107ଜଣ, ସମ୍ବଲପୁରରୁ 106 ଜଣ, କେନ୍ଦ୍ରାପଡାରୁ 102 ଜଣ, ବରଗଡ ଓ ନୂଆପଡାରୁ 97 ଜଣ ଲେଖାଏଁ ସୁସ୍ଥ ହୋଇଥିବାବେଳେ ମୟୂରଭଞ୍ଜରୁ 96ଜଣ, ସୁନ୍ଦରଗଡରୁ 77ଜଣ, କଳାହାଣ୍ଡିରୁ 76 ଜଣ, ବାଲେଶ୍ବରରୁ 75 ଜଣ, ସୋନପୁରରୁ 71 ଜଣ, ଜଗତସିଂହପୁରରୁ 52 ଜଣ, କନ୍ଧମାଳରୁ 50 ଜଣ, କୋରାପୁଟରୁ 47 ଜଣ, ଭଦ୍ରକରୁ 42 ଜଣ, କେଉଁଝରରୁ 41 ଜଣ, ମାଲ୍‌କାନଗିରିରୁ 41 ଜଣ, ନୟାଗଡରୁ 37 ଜଣ, ଗଞ୍ଜାମରୁ ଚ34 ଜଣ, ଢେଙ୍କାନାଳରୁ 33 ଜଣ, ଝାରସୁଗୁଡାରୁ 31 ଜଣ, ଦେବଗଡରୁ 17 ଜଣ, ଗଜପତିରୁ 17 ଜଣ, ବୌଦ୍ଧରୁ 5 ଜଣ, ରାୟଗଡାରୁ 4 ଜଣ ଓ ଷ୍ଟେଟ ପୁଲରୁ 150 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ 2 ଲକ୍ଷ 32 ହଜାର 988 ଜଣ ସୁସ୍ଥ ହୋଇଘରକୁ ଫେରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ ରେକର୍ଡ ସଂଖ୍ୟକ 1255ଜଣ ସୁସ୍ଥ ହେଲେ  : ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା 25 ହଜାର ଟପିଲା

ଭୁବନେଶ୍ବର : ଆଜି ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତିକର ଖବର ରହିଛି । ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ରାଜ୍ୟରୁ 1255 ଜଣ ସୁସ୍ଥ ହୋଇଛନ୍ତି  ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି । ମିଳିଥିବା ସୂଚନା ଅନୁସାରେ ଗଞ୍ଜାମରୁ ସର୍ବାଧିକ 485 ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ 125, ସୁନ୍ଦରଗଡରୁ 122, ସମ୍ବଲପୁରରୁ 107, ପୁରୀରୁ 75, ମୟୂରଭଞ୍ଜରୁ 43, କଟକରୁ 40, ଜଗତସିଂହପୁରରୁ 29, କନ୍ଧମାଳରୁ 28, ବାଲେଶ୍ବରରୁ 27, ବଲାଙ୍ଗିରରୁ 24, କୋରାପୁଟରୁ 22, ଅନୁଗୁଳରୁ 20, ନବରଙ୍ଗପୁରରୁ 18, ଗଜପତିରୁ 16, ନୟାଗଡରୁ 14, କେନ୍ଦ୍ରାପଡାରୁ 12, ମାଲ୍‌କାନଗିରିରୁ 11, ଭଦ୍ରକରୁ 10, କଳାହାଣ୍ଡିରୁ 8, ନୂଆପଡାରୁ 6, ଯାଜପୁରରୁ 5, ଢେଙ୍କାନାଳରୁ 4,  ଝାରସୁଗୁଡାରୁ 3, କେଉଁଝରରୁ ଜଣେ ସୁସ୍ଥ ହୋଇଛନ୍ତି ।  ରାଜ୍ୟରେ ମୋଟ୍‌ ସୁସ୍ଥଙ୍କସଂଖ୍ୟା  25 ହଜାର 737ରେ ପହଞ୍ଚିଛି ।

Categories
ଆଜିର ଖବର ରାଜ୍ୟ ଖବର

ସୁସ୍ଥ ହେଲେ ଆଉ ୧୮୬ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରେ ୧୮୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ ଜିଲ୍ଲାରୁ ସର୍ବାଧିକ ୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କନ୍ଧମାଳରୁ ୪୧ଜଣ, ଖୋର୍ଦ୍ଧାରୁ ୩୨ଜଣ, ଗଞ୍ଜାମରୁ ୧୨ଜଣ, ମୟୂରଭଞ୍ଜରୁ ୮ଜଣ, ଅନୁଗୁଳରୁ ୭ଜଣ, କେନ୍ଦୁଝରରୁ ୫ଜଣ, ମାଲକାନଗିରି, ପୁରୀ, ନୟାଗଡରୁ ୪ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ତ ହୋଇଛନ୍ତି। ବାଲେଶ୍ଵର, ଦେବଗଡ, ସୋନପୁରରୁ ୨ଜଣ ଲେଖାଏଁ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡରୁ ଜଣେ ସୁସ୍ଥ ହୋଇଛନ୍ତି। ଏହି ୧୮୬ ଜଣକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୩୭୨୦କୁ ବୃଦ୍ଧି ହୋଇଛି। ତେବେ ରାଜ୍ୟରେ ଏବେ ୧୪୨୧ ସକ୍ରିୟ କେସ ରହିଥିବାବେଳେ ୧୪ ଜଣ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶାର ଦ୍ବିତୀୟ କରୋନା ପଜିଟିଭ ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ, ଏମସ୍‌ରୁ ଡିସ୍‌ଚାର୍ଜ ହେଲେ ଦ୍ବିତୀୟ କରୋନା ଆକ୍ରାନ୍ତ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ସାରା ଦେଶରେ କରୋନା ସ୍ଥିତି ବେଶ୍‌ ଜଟିଳ ରହିଥିବାବେଳେ ରାଜ୍ୟରେ ଏକ ଖୁସି ଖବର ଆସିଛି। ଓଡ଼ିଶାର ଦ୍ବିତୀୟ କରୋନା ରୋଗୀ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱରର ଓଡିଶାର ଦ୍ୱିତୀୟ କରୋନା ପଜେଟିଭ୍ ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଆଜି ତାଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ତାଙ୍କୁ ଡିସଚାର୍ଜ କରାଯାଇଛି।

ମାର୍ଚ୍ଚ ୧୯ ତାରିଖରେ ରାଜ୍ୟରେ ଦ୍ବିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ବ୍ୟକ୍ତି ଜଣଙ୍କ ବ୍ରିଟେନ୍‌ରୁ ଫେରିଥିଲେ। ତାଙ୍କର ଏମ୍ସରେ ଚିକିତ୍ସା କରାଯାଉଥିଲା।

ସୂଚନାଯୋଗ୍ୟ, ରାଜ୍ୟରେ ମୋଟ ୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଦ୍ବିତୀୟ ବ୍ୟକ୍ତି ଜଣକ ସୁସ୍ଥ ହୋଇଯିବା ପରେ ଏବେ ରାଜ୍ୟରେ ତିନି ଜଣ କରୋନା ପଜିଟିଭି ରହିଛନ୍ତି। ଗତକାଲି ଭଦ୍ରକରୁ ଜଣେ ୨୯ ବର୍ଷୀୟ ଯୁବକଙ୍କ ନିକଟରେ କରୋନା ପଜିଟିଭିର ସୂଚନା ମିଳିଥିଲା। ସମ୍ପୃକ୍ତ ବ୍ୟକ୍ତି ଦୁବାଇରୁ ପ୍ରତ୍ୟାବର୍ତ୍ତନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

କରୋନାକୁ ମାତ୍‌ ଦେଲେ କେରଳର ବୃଦ୍ଧ ଦମ୍ପତି

କେରଳ : କେରଳର ବୃଦ୍ଧ ଦମ୍ପତି ମହାମାରୀ କରୋନାକୁ ମାତ୍‌ ଦେଇଛନ୍ତି । 93 ବର୍ଷୀୟ ବୃଦ୍ଧ ଏବଂ ତାଙ୍କ 80 ବର୍ଷୀୟା ବୃଦ୍ଧା ସ୍ତ୍ରୀ ଜଣକ କରୋନାରେ ଆକ୍ରାନ୍ତ ହୋଇଥିଲେ । କିନ୍ତୁ ସେ ଦୁହେଁ ଏବେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ରହିଛନ୍ତି । କେରଳର ସ୍ବାସ୍ଥ୍ୟ ମନ୍ତ୍ରୀ କେକେ ଶୈଳଜା ଏହି ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ବୃଦ୍ଧ ଦମ୍ପତି ଇଟାଲୀ ଯାତ୍ରା କରି ଫେରିଥିବାବେଳେ କରୋନା ସଂକ୍ରମିତ ହୋଇଥିଲେ । ଏହି ଦମ୍ପତିଙ୍କ ପୂରା ପରିବାର ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ । ଏହି ବୃଦ୍ଧ ଦମ୍ପତିଙ୍କ ସମେତ ପରିବାରର ଲୋକେ ମଧ୍ୟ ଏହି ରୋଗରୁ ମୁକ୍ତି ପାଇପାରିଛନ୍ତି ।

ଏହି ବୃଦ୍ଧ ଦମ୍ପତି ଡାଇବେଟିସ୍‌,ହାଇପରଟେନସନ୍, ବୟସାଧିକ୍ୟଜନିତ ରୋଗରେ ପୀଡ଼ିତ ରହିଥିଲେ ମଧ୍ୟ ଦୁହେଁ କରୋନାରୁ ବର୍ତ୍ତି ଯାଇଛନ୍ତି । ଏହି କରୋନା ମହାମାରୀ ବୃଦ୍ଧଙ୍କ ପାଇଁ ବିଶେଷ କ୍ଷତିକାରକ ହେଉଥିବାବେଳେ ଏହି ବୃଦ୍ଧ ଦମ୍ପତି କୋଟ୍ଟାୟମ୍‌ ମେଡିକାଲ୍‌ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ।

ଏହି ବୃଦ୍ଧ ଦମ୍ପତିକୁ ଦୁଇ ଭିନ୍ନ ଭିନ୍ନ ଆଇସିୟୁ ରୁମ୍‌ରେ ରଖାଯାଇଥିଲା ।  କିନ୍ତୁ ସେମାନେ ସେଠାରେ ଅସହଜ ମନେ କରିଥିଲେ । ଫଳରେ ଦୁହିଁଙ୍କୁ ଗୋଟିଏ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ସେମାନେ ଦୁହେଁ ଦୁହିଁଙ୍କୁ ଦେଖିପାରୁଥିଲେ । ଦୁହେଁ ସୁସ୍ଥ ହେବା ପରେ ଘରକୁ ଯିବାକୁ ଜିଦ୍‌ ଧରିଥିଲେ । କିନ୍ତୁ ନର୍ସମାନେ ତାଙ୍କର ଦେଖାରେଖା କରୁଛନ୍ତି ।

ସାରା ବିଶ୍ବରେ କରୋନା ମୃତ୍ୟୁର ତାଣ୍ଡବ ରଚୁଥିବାବେଳେ ଭାରତରେ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା 1400 ଟପି ସାରିଲାଣି । ସେହିପରି 32ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ 140 ଲୋକ ସୁସ୍ଥ ହୋଇଛନ୍ତି । ଦେଶରେ କେରଳ ଓ ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ରହିଛନ୍ତି । (ଏଜେନ୍ସି)

 

Categories
ଆଜିର ଖବର ଜାତୀୟ ଖବର

କେରଳରୁ ପ୍ରଥମ ମୁଣ୍ଡ ନେଲା କରୋନା: ଆକ୍ରାନ୍ତଙ୍କ ସଂଖ୍ୟା ୯୦୦ ଡେଇଁଲା

କେରଳ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଁ ୯୦୦ ଡେଇଁ ଯାଇଥିବା ବେଳେ କେରଳରେ କରୋନା ଯୋଗୁଁ ପ୍ରଥମ ମୃତ୍ୟୁ ହୋଇଛି।  ସାରା ଭାରତରେ କରୋନା ମୃତ୍ୟୁ ୨୦ରେ ପହଞ୍ଚିଛି। କରୋନା ମୁକାବିଲା ପାଇଁ ଦେଶରେ ଲକ୍‌ ଡାଉନ୍ ଜାରି ହୋଇଥିବାବେଳେ ଆଜି ଏହା ଚତୁର୍ଥ ଦିନରେ ପହଞ୍ଚିଛି।

ଲକ୍‌ଡାଉନ୍ ଯୋଗୁଁ ଦେଶର ବିଭିନ୍ନ ଅଂଶରେ ଖଟିଖିଆ ତଥା ଶ୍ରମିକମାନେ ନିଜ ଭିଟାମାଟିକୁ ପଳାୟନ କରୁଛନ୍ତି। ଏହି ଖଟିଖିଆ ତଥା ଶ୍ରମିକମାନେ ପାଦରେ ଚାଲି ଚାଲି ନିଜ ଘରକୁ ଫେରୁଛନ୍ତି। ଏନେଇ ଏକ ଜନହିତ ଯାଚିକା ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ଏହି ଲୋକମାନଙ୍କୁ ବିଭିନ୍ନ ସ୍ଥାନରେ ଆଶ୍ରୟସ୍ଥଳରେ ରଖିବା ସହ ସେମାନଙ୍କ ପାଇଁ ସମସ୍ତ ସୁବିଧା କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେବା ପାଇଁ କୋର୍ଟରେ ଅପିଲ୍‌ କରାଯାଇଛି।

ସୂଚନାଯୋଗ୍ୟ, ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ କେରଳରୁ ହିଁ ଚିହ୍ନଟ ହୋଇଛନ୍ତି। କେରଳ ପଛକୁ ମହାରାଷ୍ଟ୍ର ରହିଛି। ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୦୬ରେ ପହଞ୍ଚିଛି। ବର୍ତ୍ତମାନ ସାରା ଦେଶରେ ୮୦୩ ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଥିବାବେଳେ ୮୩ ଜଣ ସୁସ୍ଥ ହୋଇ ଫେରିଯାଇଛନ୍ତି।

ସେହିପରି ମହାରାଷ୍ଟ୍ରରେ ଚାରି, ଗୁଜୁରାଟ ଓ କର୍ଣ୍ଣାଟକରେ ତିନି, ମଧ୍ୟପ୍ରଦେଶରେ ଦୁଇ, ତାମିଲନାଡୁ, ବିହାର, ପଞ୍ଜାବ, ଦିଲ୍ଲୀ, ପଶ୍ଚିମ ବଙ୍ଗ, ଜମ୍ମୁକାଶ୍ମୀର ଓ ହିମାଚଳ ପ୍ରଦେଶରେ ଜଣେ ଜଣେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି। ଦେଶରେ ସର୍ବାଧିକ ମହାରାଷ୍ଟ୍ରରେ ଚାରିଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି। ଭାରତରେ କରୋନା ଦ୍ବିତୀୟ ଷ୍ଟେଜ୍‌ରେ ରହିଥିବାବେଳେ ଏହା ଯେପରି ତୃତୀୟ ଷ୍ଟେଜ୍‌କୁ ନ ବ୍ୟାପେ ସେଥିପାଇଁ ସାମାଜିକ ଦୂରତ୍ବ ଓ ସଙ୍ଗରୋଧକୁ ବେଶ୍‌ କଡାକଡି କରାଯାଇଛି।  (ଏଜେନ୍ସି)