Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏସିଆର ସର୍ବବୃହତ୍‌ ବସ୍ତି ‘ଧାରାବୀ’ରେ କରୋନା ଯୋଗୁଁ ପ୍ରଥମ ମୃତ୍ୟୁ : ପ୍ରାୟ 15 ଲକ୍ଷ ଲୋକ ଏଠାରେ କରନ୍ତି ବସବାସ
ଆଜିର ଖବର

ଏସିଆର ସର୍ବବୃହତ୍‌ ବସ୍ତି ‘ଧାରାବୀ’ରେ କରୋନା ଯୋଗୁଁ ପ୍ରଥମ ମୃତ୍ୟୁ : ପ୍ରାୟ 15 ଲକ୍ଷ ଲୋକ ଏଠାରେ କରନ୍ତି ବସବାସ

April 2, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ଏସିଆର ସର୍ବବୃହତ୍‌ ବସ୍ତି ଭାବେ ପରିଚିତ ମୁମ୍ବାଇର ଧାରାବୀ ବସ୍ତି ଅଞ୍ଚଳରେ କରୋନା ପହଞ୍ଚିଛି । ଏହି ଅଞ୍ଚଳରେ ପ୍ରଥମ କରୋନା ଯୋଗୁଁ ପ୍ରଥମ ମୃତ୍ୟୁ ହୋଇଛି । ଏହି ଅଞ୍ଚଳରେ ପ୍ରାୟ 15 ଲକ୍ଷ ଲୋକ ବାସ କରନ୍ତି । ଏଠାରେ ଉଭୟ ଧନୀ ଓ ଗରିବ ରହିଛନ୍ତି । ଏହି ବସ୍ତିରେ ମୃତ୍ୟୁ ବରଣ କରିଥିବା ମୃତକଙ୍କ ବୟସ 56 ବର୍ଷ । ଚିକିତ୍ସାଧୀନ ଅବସ୍ଥାରେ ବ୍ୟକ୍ତି ଜଣକ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ମୃତ୍ୟୁ ହୋଇଛି । ଏହା ପରେ ସଂକ୍ରମଣକୁ ଦୃଷ୍ଟିରେ ରଖି ପରିବାରର 8ରୁ10 ଜଣଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି । ସମ୍ପୃକ୍ତ ରୋଗୀ ଜଣକ ଯେଉଁଠି ରହୁଥିଲେ, ସେହି ଜାଗାକୁ ସିଲ୍‌ କରିଦିଆଯାଇଛି ।

ଧାରାବୀ ବସ୍ତି ପ୍ରାୟ 613 ହେକ୍ଟର କ୍ଷେତ୍ରରେ ଅବସ୍ଥିତ । ଏଠାରେ ଅଧିକାଂଶ ଦିନ ମଜୁରିଆ ତଥା ଛୋଟ ମୋଟ କାର୍ଯ୍ୟ କରି ପେଟ ପୋଷୁଥିବା ଲୋକେ ବସବାସ କରିଥାନ୍ତି । ଧାରାବୀକୁ ମୁମ୍ବାଇର ଅପରାଧର କେନ୍ଦ୍ର ବୋଲି  କୁହାଯାଏ । ଏହି ବସ୍ତିରେ ଗ୍ୟାଙ୍ଗଓ୍ବାର, ଭାଇଗିରିର ବିଶାଳକାୟ ଗଳି  ଦେଖିବାକୁ ମିଳେ ।

1862 ମସିହାରେ ବ୍ରିଟିଶ୍‌ ଶାସନ କାଳରେ ନିଜ ଭବନ ନିର୍ମାଣ କରିବା ପାଇଁ ଏଠାରେ ଦିନ ମଜୁରିଆଙ୍କୁ ବସା ଯାଇଥିଲା । ସେବେଠାରୁ ଏହି ଗଳି ଦିନମଜୁରିଆଙ୍କ ପରିଚୟ ସ୍ଥଳୀ ପାଲଟି ଯାଇଛି ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେଶ୍‌ ଦ୍ରୁତ ଗତିରେ ବଢି ଚାଲିଛି । ବୁଧବାର ଦିନ ରାଜ୍ୟରେ ନୂତନ 18ଟି ମାମଲା ସାମ୍ନାକୁ ଆସିଛି । ମୁମ୍ବାଇର ସିଏସ୍‌ଟି ରେଲଓ୍ବେ ପୋଲିସ୍‌ ଷ୍ଟେସନର ଜଣେ କନଷ୍ଟେବଳ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ମହାରାଷ୍ଟ୍ରରେ କରୋନା ଯୋଗୁଁ 16 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 335ରେ ପହଞ୍ଚିଲାଣି ।

ଦେଶରେ ଏପର୍ଯ୍ୟନ୍ତ 1900ରୁ ଅଧିକ ଲୋକେ କରୋନା ଯୋଗୁଁ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 40 ଟପି ସାରିଛି ।  ସେହିପରି ସାରା ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 9 ଲକ୍ଷରେ ପହଞ୍ଚିଥିବାବେଳେ 42 ହଜାରୁରୁ ଉର୍ଦ୍ଧ୍ବଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)

coronaoutbreak dharabi mumbai
Share. Facebook Twitter LinkedIn Email WhatsApp Copy Link

Related Posts

୨ ଆସନରେ ଉପନିର୍ବାଚନ: ମମତା ଗୋଷ୍ଠୀଙ୍କ ନୂଆ ଚିହ୍ନ ‘ଫୁଟବଲ୍ ଖେଳାଳି’ ଉନ୍ମୋଚିତ

September 22, 2026

ସୋନିଆଙ୍କ ନାଗରିକତା ବିବାଦ: ପୁନଃ ଶୁଣାଣି ପାଇଁ ରାଉଜ୍ ଆଭେନ୍ୟୁ କୋର୍ଟଙ୍କ ନିର୍ଦ୍ଦେଶ

September 22, 2026

ସିଏସ୍‌କେର ମୁଖ୍ୟ କୋଚ୍ ହେଲେ ଜାହିର୍ ଖାନ୍

September 22, 2026

ପବନ-ପାଣିକୁ ଦେଖି ସତର୍କ ଚାଳକ: ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ

September 22, 2026
Latest News

Smoking Cessation Benefits: ଧୂମପାନ ଛାଡ଼ିବା ପରେ ଫୁସଫୁସ କେବେ ସୁସ୍ଥ ହୁଏ? ଜାଣନ୍ତୁ ବିଶେଷଜ୍ଞଙ୍କ ତଥ୍ୟ

September 22, 2026

୨ ଆସନରେ ଉପନିର୍ବାଚନ: ମମତା ଗୋଷ୍ଠୀଙ୍କ ନୂଆ ଚିହ୍ନ ‘ଫୁଟବଲ୍ ଖେଳାଳି’ ଉନ୍ମୋଚିତ

September 22, 2026

ସୋନିଆଙ୍କ ନାଗରିକତା ବିବାଦ: ପୁନଃ ଶୁଣାଣି ପାଇଁ ରାଉଜ୍ ଆଭେନ୍ୟୁ କୋର୍ଟଙ୍କ ନିର୍ଦ୍ଦେଶ

September 22, 2026

ସିଏସ୍‌କେର ମୁଖ୍ୟ କୋଚ୍ ହେଲେ ଜାହିର୍ ଖାନ୍

September 22, 2026

ଏନ୍‌ବିଇଏମ୍‌ଏସ୍ ମାନ୍ୟତା: ୫ ଜିଲ୍ଲାରେ ଖୋଲିବ ଶିଶୁରୋଗ ଡିପ୍ଲୋମା

September 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.