ମହଙ୍ଗା ପଡ଼ିଲା ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ: ଚାରି ନିଲମ୍ବିତ

Published: Apr 3, 2020, 1:49 pm IST

ସମୀକ୍ଷା ବ୍ୟୁରୋ

କେନ୍ଦୁଝର: କରୋନା ସହ ଲଢେଇ ପାଇଁ ସାରା ରାଜ୍ୟରେ ଲକ୍‌ ଡାଉନ୍‌ ଚାଲିଥିବାବେଳେ ଲୋକଙ୍କୁ ବାହାରକୁ ବାହାରିବାକୁ ବାରଣ କରାଯାଇଛି। ଏଥିପାଇଁ ରାଜ୍ୟରେ ପୋଲିସ୍‌ କର୍ମଚାରୀମାନେ ଏହି ନିୟମକୁ ପାଳନକୁ ବେଶ୍‌ କଡାକଡି କରିଛନ୍ତି। ବାହାରକୁ ନ ଆସିବାକୁ ଲୋକଙ୍କୁ ବୁଝାଇବା ସହିତ ଦରକାର ପଡ଼ିଲେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରୁଛନ୍ତି। କିନ୍ତୁ କେନ୍ଦୁଝରର ଖାକି ବର୍ବରତା ଏବେ ଚର୍ଚ୍ଚାକୁ ଆସିଛି।

ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କରିବା ପୋଲିସ୍‌ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏଥିପାଇଁ ଚାରିଜଣଙ୍କୁ ନିଲମ୍ବିତ ହେବାକୁ ପଡିଛି। ମାଡ ମାରିବା ଭିଡିଓ ଭାଇରାଲ୍‌ ହେବା ପରେ କେନ୍ଦୁଝର ଏସପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମାଡ଼ ମାରିଥିବା ପୋଲିସ୍‌ ଅଧିକାରୀ ଓ ତିନି ସହଯୋଗୀଙ୍କୁ ନିଲମ୍ବନ କରିଛନ୍ତି। ଏହି ନିଲମ୍ବନ ନେଇ ଟ୍ବିଟ୍‌ ଯୋଗେ ସୂଚନା ଦେଇଛନ୍ତି କେନ୍ଦୁଝର ଏସ୍‌ପି। ଏହା ସହିତ ବିଭାଗୀୟ ତଦନ୍ତ ପ୍ରକ୍ରିୟା ମଧ୍ୟ ଜାରି ରହିଥିବା ନେଇ ଏସ୍‌ପି ସୂଚନା ଦେଇଛନ୍ତି। ପୋଲିସ୍‌ର ଅମାନବୀୟ ଆଚରଣକୁ ମଧ୍ୟ ନିନ୍ଦା କଲେ ଏସ୍‌ପି। ଜଣେ ବ୍ୟକ୍ତିଙ୍କୁ ଅମାନୁଷିକ ଭାବେ ମାଡ଼ ମରାଯାଇଥିବା ଅଭିଯୋଗ କରାଯାଇଥିଲା।

Related posts