Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନୂଆବର୍ଷରେ ବରିଷ୍ଠ ନେତା ଦାମୋଦର ରାଉତଙ୍କ ପାଇଁ ଆସିଲା ବଡ ଖୁସି, ଜାଣନ୍ତୁ କାରଣ

ଭୁବନେଶ୍ବର: ଆଜି ନୂଆ ବର୍ଷ ପଦାର୍ପଣ କରୁକରୁ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ପାଇଁ ଆଣିଦେଇଛି ଖୁସି। ତାହା ହେଲା ଯେ, ବିଜୁ ଜନତା ଦଳ ତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରି ନେଇଛି। ଏ ନେଇ ଦଳ ତରଫରୁ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ବରିଷ୍ଠ ନେତା ଦାମୋଦର ରାଉତଙ୍କ ଉପରେ ଦଳ 2018 ମସିହାରେ ବହିସ୍କାର କରିଥିଲା। ଏହାପରେ ସେ ବିଜେପିରେ ଯୋଗଦେଇ ବାଲିକୁଦା ଏରସାମରୁ ଛିଡା ହୋଇଥିଲେ। ହେଲେ ସେ ହାରିଯାଇଥିଲେ। ହେଲେ ତାଙ୍କର ପୁଅ ସମ୍ବିତ ରାଉତ ବିଜେଡି ଟିକେଟରୁ ପାରାଦ୍ବୀପରୁ ଲଢେଇ କରି ବିଜୟ ଲାଭ କରିଛନ୍ତି। ଏହାପରେ ଦାମୋଦର ରାଉତ ବିଜେପିରୁ ଇସ୍ତଫା ଦେଇଥିଲେ। ଏହାପରେ ସେ କୌଣସି ଦଳରେ ସାମିଲ ହୋଇ ନାହାଁନ୍ତି।

ତାଙ୍କ ଉପରୁ ଦଳ ନିଳମ୍ବନ ପ୍ରତ୍ୟାହାର ପରେ ସେ କୌଣସି ପ୍ରତିକ୍ରିୟା ଦେଇ ପାରି ନାହାଁନ୍ତି। କାରଣ ସେ ବର୍ତ୍ତମାନ ଅସୁସ୍ଥତା ଯୋଗୁଁ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ହେଲେ ତାଙ୍କର ପୁତ୍ର ବିଧାୟକ ସମ୍ବିଦ ରାଉତ ଖୁସି ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ, ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ବାପାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିଥିବାରୁ ଧନ୍ୟବାଦ। ଏହା ବାପାଙ୍କୁ ନିଶ୍ଚିତ ଖୁସି କରିବ।

ତେବେ ସମ୍ବିତ କହିଛନ୍ତି ଯେ, ବାପା ବିଜେଡିରୁ ଦୂରେଇ ଯିବା ପରେ ମାନସିକ ସ୍ତରରେ ବେଶ ଭାଙ୍ଗି ପଡିଥିଲେ। ସେ ବିଜେପିରେ ଯୋଗ ଦେଇଥିଲେ ମଧ୍ୟ ତାଙ୍କର ମନ ସେଠାରେ ନ ଥିଲା। ତାଙ୍କର ବଡ ଇଚ୍ଛା ଯେ ସେ ଶେଷ ପର୍ଯ୍ୟନ୍ତ ବିଜେଡିରେ ରହିବେ ଏବଂ ନବୀନ ପଟ୍ଟନାୟକଙ୍କ ସେବା କରିବେ। ବର୍ତ୍ତମାନ ବାପାଙ୍କର ସେହି ଇଚ୍ଛା ପୂରଣ ହୋଇଛି। ଆଗାମୀ ନିର୍ବାଚନରେ ସେ ଜଗତସିଂହପୁର ଜିଲ୍ଲାରେ ପ୍ରଚାର କରିବେ।

ଦାମୋଦର ରାଉତ ଓଡିଶା ରାଜନୀତିରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ। ସେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କର ଏକ ବଡ ସମର୍ଥକ ଭାବେ ପରିଚିତ। ତାଙ୍କର ପରଲୋକ ପରେ ସେ ନବୀନ ପଟ୍ଟନାୟକଙ୍କର ସମର୍ଥକ ଭାବେ ବିଜୁ ଜନତା ଦଳର ଗଠନରୁ ହିଁ ସହଯୋଗ କରିଆସିଛନ୍ତି। ନବୀନ ପଟ୍ଟନାୟକ ମଧ୍ୟ ତାଙ୍କୁ ଦଳ ତଥା ସରକାରରେ ପ୍ରମୁଖ ସ୍ଥାନ ଦେଇଆସିଛନ୍ତି।

ହେଲେ ବିଜୁ ଜନତା ଦଳରେ ପ୍ୟାରୀମୋହନ ମହାପାତ୍ରଙ୍କ କ୍ଷମତା ବୃଦ୍ଧି ପରେ ତାଙ୍କର ପତିୟାରା ହ୍ରାସ ପାଇବାରେ ଲାଗିଲା। ଏପରି କି ଦଳରେ କଣଠୋସା ହେବା ପରି ପରିସ୍ଥିତି ସୃଷ୍ଟି ହେଲା। ମୁଖ୍ୟତଃ ସେ ମିଡିଆରେ ସିଧା ସିଧା ମନ୍ତବ୍ୟ ଦେବା ତାଙ୍କ ପାଇଁ କାଳ ହୋଇଥିଲା। ତାଙ୍କର ମନ୍ତବ୍ୟକୁ ନେଇ ସାରା ରାଜନୀତିରେ ଚର୍ଚ୍ଚା ହେଉଥିଲା। ଶେଷରେ ପରିସ୍ଥିତି ଏପରି ହେଲା ଯେ, ତାଙ୍କୁ ବିଜେଡି ଦଳରୁ ନିଲମ୍ବନ କରିବାକୁ ବାଧ୍ୟ ହୋଇଥିଲା।

Categories
ବିଶେଷ ଖବର

ସାଂସଦଙ୍କ ନିଲମ୍ବନକୁ ବିଜେପି ସହ କାହିଁକି ଯୋଡୁଛନ୍ତି ଖଡଗେ?

ନୂଆଦିଲ୍ଲୀ: ସାଂସଦଙ୍କ ନିଲମ୍ବନକୁ ନେଇ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ବିଜେପି ସ୍ୱାଧିକାର ପ୍ରସ୍ତାବ ଏବଂ ସାଂସଦଙ୍କ ନିଲମ୍ବନକୁ ଅସ୍ତ୍ରଭାବେ ବ୍ୟବହାର କରୁଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ସେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖରଙ୍କୁ ମଧ୍ୟ ଏ ସଂକ୍ରାନ୍ତରେ ଚିଠି ଲେଖିଛନ୍ତି। ଏହି ଚିଠିରେ ସରକାରଙ୍କ ଅହଂକାର ଏବଂ ସଂସଦୀୟ ପ୍ରଥାର ଅପମାନ ଏବଂ ଗଣତନ୍ତ୍ରକୁ ନଷ୍ଟ କରିବାକୁ ଯଥାର୍ଥ ବୋଲି ଦର୍ଶାଯାଇଛି। ସେ କହିଛନ୍ତି ଯେ ସଂସଦର ପ୍ରିଜାଇଡିଂ ଅଫିସରଙ୍କ ଇତିହାସ ସରକାରଙ୍କଠାରୁ ଉତ୍ତରଦାୟିତ୍ୱ ନ ମାଗିବା ପାଇଁ ସେମାନଙ୍କୁ ମୂଲ୍ୟାଙ୍କନ କରିବା କଠୋର ହେବ।

‘ବିରୋଧୀଙ୍କୁ ଦମନ କରିବା ପାଇଁ ଅସ୍ତ୍ର’

କଂଗ୍ରେସ ଅଧ୍ୟକ୍ଷ ଉପରାଷ୍ଟ୍ରପତିଙ୍କୁ ଲେଖିଥିବା ଚିଠିରେ ଦାବି କରିଛନ୍ତି ଯେ ଶାସକ ଦଳ ପ୍ରକୃତରେ ଗଣତନ୍ତ୍ରକୁ ଦୁର୍ବଳ କରିବା, ସଂସଦୀୟ ପରମ୍ପରାକୁ ଭାଙ୍ଗିବା ଏବଂ ସମ୍ବିଧାନକୁ ଦମନ କରିବା ପାଇଁ ସଦସ୍ୟଙ୍କୁ ନିଲମ୍ବିତ କରିବା ଏକ ସୁବିଧାଜନକ ଅସ୍ତ୍ର କରିଛି। ବିରୋଧୀଙ୍କ ସ୍ୱରକୁ ଦମନ କରିବା ପାଇଁ ଅଧିକାର ପ୍ରସ୍ତାବକୁ ମଧ୍ୟ ଅସ୍ତ୍ର କରାଯାଇଛି ବୋଲି ଖଡଗେ କହିଛନ୍ତି। ସଂସଦକୁ ଦୁର୍ବଳ କରିବା ପାଇଁ ଟ୍ରେଜେରି ବେଞ୍ଚଦ୍ୱାରା ଏହା ଏକ ଯୋଜନାବଦ୍ଧ ରଣନୀତି। ସାଂସଦମାନଙ୍କୁ ନିଲମ୍ବିତ କରି ସରକାର ମୋଟ ୧୪୬ ଜଣ ସାଂସଦ ଥିବା ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କ ସ୍ୱରକୁ ଚୁପ୍ କରୁଛନ୍ତି। ସୀମାରେ ଚୀନ୍ ଅନୁପ୍ରବେଶ, ମଣିପୁରରେ ଚାଲିଥିବା ଅଶାନ୍ତି ଏବଂ ଅନୁପ୍ରବେଶକାରୀଙ୍କ ଦ୍ୱାରା ସଂସଦରେ ସୁରକ୍ଷା ତ୍ରୁଟି ଭଳି ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୋଦୀ ସରକାର ଉତ୍ତରଦାୟିତ୍ୱରୁ ଦୂରେଇ ଯାଇଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି। ଖଡଗେ ପୁଣି କହିଛନ୍ତି ଯେ ସଂସଦରେ ପ୍ରବେଶ କରିଥିବା ଲୋକଙ୍କୁ ବିଜେପି ସାଂସଦ ପ୍ରବେଶ ସୁବିଧା ଦେଇଥିଲେ।

ସଂସଦ ପରିବର୍ତ୍ତେ ଗଣମାଧ୍ୟମରେ ଆଲୋଚନା

ଶୀତକାଳୀନ ଅଧିବେଶନରେ ସଦସ୍ୟଙ୍କୁ ନିଲମ୍ବିତ କରିବା ପୂର୍ବରୁ ଧନଖଡ଼ ଆଲୋଚନା ନେଇ ବିରୋଧୀ ଦଳ ନେତାଙ୍କ ତରଫରୁ ଚିଠି ଲେଖିଥିଲେ। ଏହାର ଉତ୍ତର ନ ଦେବା ନେଇ ଧନଖଡ଼ଙ୍କ ଅଭିଯୋଗ ପତ୍ରର ସଂକ୍ଷିପ୍ତ ଉତ୍ତର ଦେଇଛନ୍ତି ଖଡଗେ। ଖଡଗେ କହିଛନ୍ତି ଯେ ସେ ବହୁ ପୂର୍ବରୁ ଡିସେମ୍ବର ୧୩ ତାରିଖରେ ଲୋକସଭାରେ ସୁରକ୍ଷା ଉଲ୍ଲଂଘନ ନେଇ ଗୃହରେ ନୋଟିସ୍ ଦେଇ ଗୃହମନ୍ତ୍ରୀଙ୍କଠାରୁ ବୟାନ ମାଗିଥିଲେ। ତେବେ ରାଜ୍ୟସଭା ଅଧ୍ୟକ୍ଷ ସରକାରଙ୍କୁ ଏଥିରୁ ଦୂରେଇ ରହିବାକୁ ଅନୁମତି ଦେଇଛନ୍ତି। ସେ କହିଛନ୍ତି ଯେ ଗୃହମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ସଂସଦରେ କହିବା ପରିବର୍ତ୍ତେ ଆକ୍ରମଣ ବିଷୟରେ ଗଣମାଧ୍ୟମ ସହ କଥା ହୋଇଥିଲେ। ସଂସଦ ପ୍ରତି ସରକାରଙ୍କୁ ଉତ୍ତରଦାୟୀ କରିବାକୁ ବାଚସ୍ପତି ଧ୍ୟାନ ଦେଇନଥିଲେ।

ହଙ୍ଗାମାରୁ ସାମୂହିକ ନିଲମ୍ବନ ନୁହେଁ ବରଂ ପୂର୍ବ ପରିକଳ୍ପିତ ଥିଲା

ଗୃହରେ ବିଶୃଙ୍ଖଳା ‘ରଣନୈତିକ’ ବୋଲି ଧନଖଡ଼ଙ୍କ ଅଭିଯୋଗକୁ ଖଣ୍ଡନ କରି ଖଡଗେ କହିଛନ୍ତି ଯେ ଏହି ସାମୂହିକ ନିଲମ୍ବନ ସରକାରଙ୍କ ଦ୍ୱାରା ପୂର୍ବ ନିର୍ଦ୍ଧାରିତ ଥିଲା। ସେ ଧନଖରଙ୍କୁ କହିଛନ୍ତି ଯେ ଯେହେତୁ ତାଙ୍କ କାର୍ଯ୍ୟାଳୟ ସୋସିଆଲ ମିଡିଆ ଉପରେ ନଜର ରଖିଥାଏ, ତେଣୁ ତାଙ୍କୁ ସୂଚନା ଦିଆଯାଇଥାଇପାରେ ଯେ ଗୃହମନ୍ତ୍ରୀ ଗୃହକୁ ଆସିବା ପୂର୍ବରୁ ଅଧିକାଂଶ ସଦସ୍ୟଙ୍କୁ ନିଲମ୍ବିତ କରାଯିବ ବୋଲି ଜଣେ କେନ୍ଦ୍ର ମନ୍ତ୍ରୀ ବିରୋଧୀ ସାଂସଦଙ୍କୁ କହିଥିଲେ। ସେ କହିଛନ୍ତି ଯେ ରାଜ୍ୟସଭା ବାଚସ୍ପତି ଏହି ଅଭିଯୋଗର ତଦନ୍ତ କରିବା ଉଚିତ ଥିଲା। ଖଡଗେ କହିଛନ୍ତି ଯେ ଯଦି ବାସ୍ତବରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ସଦସ୍ୟଙ୍କ ନିଲମ୍ବନ ହେଉଛି, ତେବେ ଏହା ଗଣତନ୍ତ୍ରର ମନ୍ଦିରକୁ ଅପମାନିତ କରୁଛି।

Categories
ଜାତୀୟ ଖବର ବିଶେଷ ଖବର

୭୮ ସାଂସଦଙ୍କୁ ନିଲମ୍ବନ ନେଇ ସଂସଦରେ ବିରୋଧୀଙ୍କ ହଙ୍ଗାମା: ‘ମୋଦୀ ସରକାର ମୁର୍ଦାବାଦ’ ସ୍ଲୋଗାନ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନର ଦ୍ୱାଦଶ ଦିନରେ ୭୮ ଜଣ ସାଂସଦଙ୍କୁ ନିଲମ୍ବନକୁ ନେଇ ଉଭୟ ଗୃହରେ ବିରୋଧୀ ସଦସ୍ୟମାନେ ହଙ୍ଗାମା ଚଳାଇଛନ୍ତି। ଏହା ପୂର୍ବରୁ ସଂସଦ ଭବନ ପରିସରରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ବିରୋଧୀ ଦଳ ନେତାମାନେ ‘ମୋଦୀସାହି ମୁର୍ଦାବାଦ’, ‘ଏକଛତ୍ରବାଦ ମୁର୍ଦାବାଦ’ ଓ ‘ମୋଦୀ ସରକାର ମୁର୍ଦାବାଦ’ ଭଳି ସ୍ଲୋଗାନ ଦେଇଥିଲେ। ଅପରାହ୍ନ ୨ଟା ପର୍ଯ୍ୟନ୍ତ ଲୋକସଭା ଓ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରାଜ୍ୟସଭା ମୁଲତବୀ ରଖାଯାଇଛି।

ବାସ୍ତବରେ ଡିସେମ୍ବର ୧୮ରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ୩୩ ଜଣ ସାଂସଦଙ୍କୁ ନିଲମ୍ବିତ କରିଥିଲେ । ଏଥିରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ କଂଗ୍ରେସର ୧୧ ଜଣ, ତୃଣମୂଳ କଂଗ୍ରେସର ୯ ଜଣ, ଡିଏମକେର ୯ ଜଣ ଏବଂ ଅନ୍ୟ ଦଳର ୪ ଜଣ ସାଂସଦ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୩୦ ଜଣ ସାଂସଦଙ୍କୁ ସମଗ୍ର ଅଧିବେଶନ ପାଇଁ ନିଲମ୍ବିତ କରାଯାଇଥିବାବେଳେ କଂଗ୍ରେସର ୩ ଜଣ ସାଂସଦଙ୍କୁ ପୁନଃ ଅବସ୍ଥାପିତ କରିବା ନେଇ ସ୍ୱାଧିକାର କମିଟି ନିଷ୍ପତ୍ତି ନେବ । ସେମାନେ ବାଚସ୍ପତିଙ୍କ ମଞ୍ଚ ଉପରେ ଚଢ଼ିଥିବା ଅଭିଯୋଗ ହୋଇଛି ।

ଏହାପରେ ରାଜ୍ୟସଭାରେ ହଟ୍ଟଗୋଳ ହୋଇଥିଲା । ଫଳରେ ଅଧ୍ୟକ୍ଷ ଜଗଦୀପ ଧନଖର ୪୫ ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରିଥିଲେ । ଏମାନଙ୍କ ମଧ୍ୟରୁ ୩୪ ଜଣ ସାଂସଦଙ୍କୁ ସମଗ୍ର ଅଧିବେଶନ ପାଇଁ ନିଲମ୍ବିତ କରାଯାଇଥିବାବେଳେ ୧୧ ଜଣ ସାଂସଦଙ୍କ ସଦସ୍ୟତା ସମ୍ପର୍କରେ ସ୍ୱାଧିକାର କମିଟି ନିଷ୍ପତ୍ତି ନେବ ।

ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ସାଂସଦଙ୍କୁ ନିଲମ୍ବିତ କରାଯାଇଛି

ଡିସେମ୍ବର ୧୪ରେ ୧୩ ଜଣ ଲୋକସଭା ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା । ଏଥିରେ କଂଗ୍ରେସର ୯, ସିପିଆଇ(ଏମ୍)ର ୨, ଡିଏମ୍ କେ ଓ ସିପିଆଇର ଜଣେ ଲେଖାଏଁ ସାଂସଦ ରହିଛନ୍ତି । ଏମାନଙ୍କ ବ୍ୟତୀତ ରାଜ୍ୟସଭା ସାଂସଦ ଡେରେକ୍ ଓ’ବ୍ରାଏନଙ୍କୁ ମଧ୍ୟ ଡିସେମ୍ବର ୧୪ରେ ନିଲମ୍ବିତ କରାଯାଇଥିଲା । ଶୀତ କାଳୀନ ଅଧିବେଶନରୁ ମୋଟ ୯୨ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି ।

ରାଜ୍ୟସଭାରେ ସାଂସଦଙ୍କ ସଂଖ୍ୟା ୨୪୫ ରହିଛି । ଏଥିରେ ବିଜେପି ଓ ଏହାର ସହଯୋଗୀ ଦଳର ୧୦୫ ଜଣ, ଇଣ୍ଡି ମେଣ୍ଟର ୬୪ ଜଣ ଏବଂ ଅନ୍ୟ ୭୬ ଜଣ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୪୬ ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ବର୍ତ୍ତମାନ ଲୋକସଭାରେ ସାଂସଦଙ୍କ ସଂଖ୍ୟା ୫୩୮ ରହିଛି । ଏଥିରେ ଏନଡିଏର ୩୨୯, ଇଣ୍ଡି ମେଣ୍ଟର ୧୪୨ ଏବଂ ଅନ୍ୟାନ୍ୟ ଦଳର ୬୭ ସାଂସଦ ଅଛନ୍ତି । ଏମାନଙ୍କ ମଧ୍ୟରୁ ୪୬ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଏତେ ସଂଖ୍ୟକ ସଦସ୍ୟଙ୍କୁ ସଂସଦରୁ ନିଲମ୍ବିତ କରାଯାଇଛି।

ଗୃହରେ ସ୍ଲୋଗାନ, ପ୍ଲାକାର୍ଡ ଲଗାଇବା ଠିକ୍ ନୁହେଁ: ବାଚସ୍ପତି

ବାଚସ୍ପତି ଓମ୍ ବିର୍ଲା ସୋମବାର କହିଛନ୍ତି ଯେ ସଂସଦର ସୁରକ୍ଷା ତ୍ରୁଟିର ଉଚ୍ଚସ୍ତରୀୟ ତଦନ୍ତ ଚାଲିଛି । ଏହି ମାମଲାରେ ଏକ ତଦନ୍ତ କମିଟି ଗଠନ କରାଯାଇଛି । ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିବା ପରେ କେବଳ ପୂର୍ବତନ ବକ୍ତାଙ୍କ ଜରିଆରେ ତଦନ୍ତ ପ୍ରକ୍ରିୟା ଚାଲିଥିଲା । ଏହି ଘଟଣାକୁ ନେଇ ରାଜନୀତି ହେବା ଦୁର୍ଭାଗ୍ୟଜନକ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗୃହରେ ଆଲୋଚନା ହେବା ଉଚିତ ।

ଏହା ପୂର୍ବରୁ ବିଜେପି ସଂସଦୀୟ ଦଳ ବୈଠକ ବସିଥିଲା । ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସଂସଦରେ ସୁରକ୍ଷା ତ୍ରୁଟିକୁ କିଛି ଦଳ ସମର୍ଥନ କରୁଛନ୍ତି । ସେମାନଙ୍କ ଆଚରଣ ସୁରକ୍ଷା ତ୍ରୁଟି ଭଳି ଭୟଙ୍କର । ସେ ଆହୁରି ମଧ୍ୟ କହିଛନ୍ତି ଯେ ଇଣ୍ଡି ମେଣ୍ଟର ଲକ୍ଷ୍ୟ ଆମ ସରକାରକୁ ହଟାଇବା ହୋଇଥିବାବେଳେ ଆମ ସରକାରଙ୍କ ଲକ୍ଷ୍ୟ ହେଉଛି ଏହି ଦେଶ ପାଇଁ ଏକ ଉନ୍ନତ ଭବିଷ୍ୟତ ସୃଷ୍ଟି କରିବା ।

ଏହି ସାଂସଦମାନଙ୍କୁ ଲୋକସଭାରୁ ନିଲମ୍ବିତ କରାଯାଇଛି

୧ କଲ୍ୟାଣ ବାନାର୍ଜୀ ତୃଣମୂଳ କଂଗ୍ରେସ
୨ ଏ ରାଜା ଡିଏମକେ
୩ ଟି ସୁମତି ଡିଏମକେ
୪ ଦୟାନିଧି ମାରାନ ଡିଏମ୍ କେ
୫ ଆଫରୁପା ପୋଦ୍ଦାର ତୃଣମୂଳ କଂଗ୍ରେସ
୬ ପ୍ରସୁନ ବାନାର୍ଜୀ ତୃଣମୂଳ କଂଗ୍ରେସ
୭ ଇଟି ମହମ୍ମଦ ବଶିର ମୁସଲିମ୍ ଲିଗ୍
୮ ଜି ସେଲଭମ ଡିଏମକେ
୯ ସିଏନ୍ ଆନ୍ନାଦୁରାଇ ଡିଏମ୍ କେ
୧୦ ଅଧୀର ରଞ୍ଜନ ଚୌଧୁରୀ କଂଗ୍ରେସ
୧୧ ଅସିତ କୁମାର ମାଲ ତୃଣମୂଳ କଂଗ୍ରେସ
୧୨ କୌଶଲେନ୍ଦ୍ର କୁମାର ଜେଡିୟୁ
୧୩ ଆଣ୍ଟୋ ଆଣ୍ଟୋନି କଂଗ୍ରେସ
୧୪ ଏସ୍ ଏସ୍ ପାଲାନିମିନିକମ୍ ଡିଏମ୍ କେ
୧୫ ଥିରୁନାବୁକ୍କରସାର କଂଗ୍ରେସ
୧୬ ପ୍ରତିମା ମଣ୍ଡଳ ତୃଣମୂଳ କଂଗ୍ରେସ
୧୭ କାକୋଲି ଘୋଷ ତୃଣମୂଳ କଂଗ୍ରେସ
୧୮ କେ ମୁରଲୀଧରନ କଂଗ୍ରେସ
୧୯ ସୁନୀଲ ମଣ୍ଡଳ ତୃଣମୂଳ କଂଗ୍ରେସ
୨୦ ଏସ୍ ରାମଲିଙ୍ଗମ୍ ଡିଏମ୍ କେ
୨୧ କେ ସୁରେଶ କଂଗ୍ରେସ
୨୨ ଅମର ସିଂ କଂଗ୍ରେସ
୨୩ ରାଜମୋହନ ଉନ୍ନିଥନ କଂଗ୍ରେସ
୨୪ ଗୌରବ ଗୋଗୋଇ କଂଗ୍ରେସ
୨୫ ଟିଆର୍ ବାଲୁ ଡିଏମ୍ କେ
୨୬ କନି ନୱାସ ମୁସଲିମ ଲିଗ୍
୨୭ କେ ବୀରସ୍ୱାମୀ ଡିଏମକେ
୨୮ ଏନକେ ପ୍ରେମଚନ୍ଦ୍ରନ ଆରଏସପି
୨୯ ସୌତ ରାୟ ତୃଣମୂଳ କଂଗ୍ରେସ
୩୦ ଶତାବ୍ଦୀ ରାୟ ତୃଣମୂଳ କଂଗ୍ରେସ

ଏହି ଲୋକସଭା ସାଂସଦଙ୍କ ନିଲମ୍ବନ ମାମଲାକୁ ସ୍ୱାଧିକାର କମିଟିକୁ ପଠାଯାଇଛି।

୧ ଅବଦୁଲ ଖାଲିକ କଂଗ୍ରେସ
୨ କେ ଜୟକୁମାର କଂଗ୍ରେସ
୩ ନୀରଜ ଦାଙ୍ଗୀ କଂଗ୍ରେସ

ରାଜ୍ୟସଭାରୁ ନିଲମ୍ବିତ ସାଂସଦ

୧ ପ୍ରମୋଦ ତିୱାରୀ କଂଗ୍ରେସ
୨ ଜୟରାମ ରମେଶ କଂଗ୍ରେସ
୩ ଅମି ୟାଜନିକ୍ କଂଗ୍ରେସ
୪ ନରେନ୍ଦ୍ରଭାଇ ଜେ ରାଠୱା କଂଗ୍ରେସ
୫ ସୟଦ ନାସିର ହୁସେନ କଂଗ୍ରେସ
୬ ଫୁଲୋ ଦେବୀ ନେତାମ କଂଗ୍ରେସ
୭ ଶକ୍ତିସିଂହ ଗୋହିଲ କଂଗ୍ରେସ
୮ କେସି ବେଣୁଗୋପାଳ କଂଗ୍ରେସ
୯ ରଜନୀ ଅଶୋକଓ ପାଟିଲ କଂଗ୍ରେସ
୧୦ ରଂଜିତ ରଞ୍ଜନ କଂଗ୍ରେସ
୧୧ ଇମ୍ରାନ ପ୍ରତାପଗଡ଼ୀ କଂଗ୍ରେସ
୧୨ ରଣଦୀପ ସିଂ ସୁରଜେୱାଲା କଂଗ୍ରେସ.
୧୩ ସୁଖେନ୍ଦୁ ଶେଖର ରାୟ ତୃଣମୂଳ କଂଗ୍ରେସ
୧୪ ମହମ୍ମଦ ନାଦିମୁଲ ହକ୍ ତୃଣମୂଳ କଂଗ୍ରେସ
୧୫ ଅବିର ରଞ୍ଜନ ବିଶ୍ୱାସ ତୃଣମୂଳ କଂଗ୍ରେସ
୧୬ ଶାନ୍ତନୁ ସେନ ତୃଣମୂଳ କଂଗ୍ରେସ
୧୭ ମୌସମ ନୁର ତୃଣମୂଳ କଂଗ୍ରେସ
୧୮ ପ୍ରକାଶ ଚିକ୍ ବାରିକ ତୃଣମୂଳ କଂଗ୍ରେସ
୧୯ ସମୀରୁଲ ଇସଲାମ ତୃଣମୂଳ କଂଗ୍ରେସ
୨୦ ଏମ୍ ଶାନମୁଗମ୍ ଡିଏମ୍ କେ
୨୧ ଏନଆର ଏଲାଙ୍ଗୋ ଡିଏମକେ
୨୨ କାନିମୋଝି ଏନଭିଏନ ସୋମୁ ଡିଏମକେ
୨୩ ଆର ଗିରିରାଜନ ଡିଏମକେ
୨୪ ମନୋଜ କୁମାର ଝା ଆରଜେଡି
୨୫ ଫୟାଜ ଅହମ୍ମଦ ଆରଜେଡି
୨୬ ବି.ଶିବସଦନ ସିପିଆଇ(ଏମ୍)
୨୭ ଅଜିତ କୁମାର ଭୂୟାଁ ସ୍ୱାଧୀନ
୨୮ ରାମନାଥ ଠାକୁର ଜେଡିୟୁ
୨୯ ଅନିଲ ପ୍ରସାଦ ହେଗଡେ ଜେଡିୟୁ
୩୦ ବନ୍ଦନା ଚୌହାନ ଏନସିପି
୩୧ ରାମ ଗୋପାଳ ଯାଦବ ଏସ୍ ପି
୩୧ ଜାଭେଦ ଅଲ୍ଲୀ ଖାନ୍ ଏସ୍ ପି
୩୩ ମହୁଆ ମାଝୀ ଜେଏମ୍ଏମ୍
୩୪ ଜୋସ୍ କେ ମଣି କେରଳ କଂଗ୍ରେସ (ଏମ୍)

ଏହି ରାଜ୍ୟସଭା ସାଂସଦଙ୍କ ନିଲମ୍ବନ ମାମଲା କୁ ସ୍ୱାଧିକାର କମିଟିକୁ ହସ୍ତାନ୍ତର କରାଯାଇଛି।

୧ ଜେବି ମାଥର ହିସାମ କଂଗ୍ରେସ
୨ ଲ ହନୁମନ୍ତୈୟା କଂଗ୍ରେସ
୩ ନୀରଜ ଦାଙ୍ଗୀ କଂଗ୍ରେସ
୪ ରାଜମଣି ପଟେଲ କଂଗ୍ରେସ
୫ କୁମାର କେତକର କଂଗ୍ରେସ
୬ ଜିସି ଚନ୍ଦ୍ରଶେଖର ସିପିଆଇ
୭ ବିନୟ ବିଶ୍ୱମ୍ ସିପିଆଇ
୮ ସଣ୍ଡୋଶ କୁମାର ପି ଜେଡିୟୁ
୯ ଏମ୍ ମହମ୍ମଦ ଅବଦୁଲ୍ଲା ଡିଏମକେ
୧୦ ଜନ୍ ବ୍ରିଟାସ୍ ସିପିଆଇ(ଏମ୍)
୧୧ ଏ ଏ ରହିମ୍ ସିପିଆଇ(ଏମ୍)

Categories
ବିଶେଷ ଖବର

ରାଘବ ଚଢ଼ାଙ୍କୁ ନିଲମ୍ବନ: ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଆପ୍ ସାଂସଦ ନିଃସର୍ତ୍ତ କ୍ଷମା ମାଗିବା ପାଇଁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କୁ ଭେଟି ସିଲେକ୍ଟ କମିଟି ବିବାଦରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ଆପ୍ ବିଧାୟକଙ୍କ କ୍ଷମାପ୍ରାର୍ଥନାକୁ ସହାନୁଭୂତିର ସହ ବିଚାର କରିବେ ଏବଂ ଆଗକୁ ଯିବାର ବାଟ ଖୋଜିବାକୁ ଚେଷ୍ଟା କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଚଢ଼ାଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ ଅଦାଲତଙ୍କୁ କହିଥିଲେ ଯେ ସାଂସଦଙ୍କର ଯେଉଁ ଗୃହର ସଦସ୍ୟ ଅଛନ୍ତି ସେହି ଗୃହର ମର୍ଯ୍ୟାଦାକୁ ପ୍ରଭାବିତ କରିବାର କୌଣସି ଉଦ୍ଦେଶ୍ୟ ନାହିଁ ଏବଂ ସେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବା ପାଇଁ ରାଜ୍ୟସଭା ଅଧ୍ୟକ୍ଷଙ୍କ ସହ ସମୟ ମାଗିବେ।
ଦୀପାବଳି ଛୁଟି ପରେ କୋର୍ଟ ଏହି ଆବେଦନର ଶୁଣାଣି କରିବେ।

ଅଗଷ୍ଟ ୧୧ରେ ସଂସଦର ମୌସୁମୀ ଅଧିବେଶନ ସମୟରେ ଅଧିକାର ଉଲ୍ଲଂଘନ ଅଭିଯୋଗରେ ଚଢ଼ାଙ୍କୁ ନିଲମ୍ବିତ କରାଯାଇଛି।

୩୪ ବର୍ଷୀୟ ଆପ୍ ସାଂସଦ ଦିଲ୍ଲୀରେ ନିର୍ବାଚିତ ଆପ୍ ସରକାରଙ୍କ ସେବା କ୍ଷମତାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଦିଲ୍ଲୀ ସରକାର (ସଂଶୋଧନ) ବିଲ୍ ୨୦୨୩ ଉପରେ ବିଚାର କରିବା ପାଇଁ ଏକ ଚୟନ କମିଟିରେ ସେମାନଙ୍କ ନାମ ସାମିଲ କରିବା ପୂର୍ବରୁ ୫ ଜଣ ରାଜ୍ୟସଭା ସାଂସଦଙ୍କ ସହମତି ନେଇ ନ ଥିବା ଅଭିଯୋଗ ହୋଇଥିଲା।

ସ୍ୱାଧିକାର ଉଲ୍ଲଂଘନ ଅଭିଯୋଗ ଆଣି ୫ ଜଣ ସାଂସଦଙ୍କ ଅଭିଯୋଗ କ୍ରମେ ଏହାକୁ ଅଧିକାର କମିଟିକୁ ପଠାଯାଇଥିଲା ଏବଂ କମିଟି ଚୂଡ଼ାନ୍ତ ରିପୋର୍ଟ ଦାଖଲ ନ କରିବା ପର୍ଯ୍ୟନ୍ତ ଚଢ଼ାଙ୍କୁ ନିଲମ୍ବିତ କରାଯାଇଥିଲା।

ଅକ୍ଟୋବର ୩୦ତାରିଖରେ ଚଢ଼ାଙ୍କ ଅନିର୍ଦ୍ଦିଷ୍ଟ କାଳର ନିଲମ୍ବନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ତାଙ୍କ ଆବେଦନର ଶୁଣାଣି କରି କହିଥିଲେ ଯେ ସଂସଦର ଜଣେ ସଦସ୍ୟଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବିତ କରିବା ସାମ୍ବିଧାନିକ ଅଦାଲତ ପାଇଁ ଗମ୍ଭୀର ଚିନ୍ତାର ବିଷୟ।
ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଥିଲେ ଯେ ସାଂସଦର ସ୍ୱର ଶାସକ ଦଳଠାରୁ ଅଲଗା ହେବା ଉଚିତ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଝାରପଡା ଜେଲରେ ଅପରେସନ କ୍ଳିନଅପ୍: ଚିଫ ୱାର୍ଡରଙ୍କୁ ନିଲମ୍ବନ କଲେ ଡିଜି ସନ୍ତୋଷ ଉପଧ୍ୟାୟ

ଭୁବନେଶ୍ବର: ଭୁବନେଶ୍ଵର ସ୍ଥିତ ଝାରପଡା ଜେଲର ଚିଫ ୱାର୍ଡରଙ୍କୁ ନିଲମ୍ବନ କରାଯାଇଛି। ଚିଫ ୱାର୍ଡର ସୁନ୍ଦର୍ଶନ ବାରିକଙ୍କୁ ନିଲମ୍ବନ କରାଯାଇଛି। ସୁଦର୍ଶନଙ୍କୁ ଝରପଡା ଜେଲ ଡିଜି ସନ୍ତୋଷ ଉପଧ୍ୟାୟ ନିଲମ୍ବନ କରିଛନ୍ତି। ଝାରପଡା ଜେଲରେ ଅପରେସନ କ୍ଳିନଅପ ଚାଲିଥିଲା। ଜେଲର ମାଟି ଭିତରୁ ମୋବାଇଲ ଜବତ ହେବା ସହ ଏପର୍ଯ୍ୟନ୍ତ ୨୫୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାଚସ୍ପତିଙ୍କ ପୋଡ଼ିୟମକୁ ଚପଲ ଫିଙ୍ଗା ଘଟଣା: ନିଲମ୍ବିତ ହେଲେ ୩ ବିଜେପି ବିଧାୟକ

ଭୁବନେଶ୍ବର: ବାଚସ୍ପତିଙ୍କ ପୋଡ଼ିୟମକୁ ଚପଲ ଫିଙ୍ଗା ଘଟଣାରେ ୩ ଜଣ ବିଜେପି ବିଧାୟକ ନିଲମ୍ବିତ ହୋଇଛନ୍ତି। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବିରୋଧିଦଳର ମୁଖ୍ୟ ସଚେତକ ମୋହନ ମାଝୀ, ଜୟନାରାୟଣ ମିଶ୍ରଙ୍କୁ ନିଲମ୍ବନ କରାଯାଇଛି। ଚଳିତ ଅଧିବେଶନରୁ ଏହି ତିନି ବିଧାୟକଙ୍କୁ ନିଲମ୍ବନ କରାଯାଇଛି।

ଭିଡ଼ିଓ ଫୁଟେଜ ଦେଖିବା ପରେ ବାଚସ୍ପତି ଏହି ତିନିଜଣ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ତେବେ ଏହି ନିଲମ୍ବନକୁ ବିରୋଧ କରି ବିଜେପି ବିଧାୟକମାନେ ଗନ୍ଧିମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଜେପିରୁ ଇସ୍ତଫା ଦେବାକୁ ଚାହିଁଥିଲେ, କିନ୍ତୁ ବ୍ରହ୍ମଗିରି ମଣ୍ଡଳ ସଭାପତିଙ୍କୁ ନିଲମ୍ବନ କଲା ଦଳ

ପୁରୀ: ଦଳ ବିରୋଧୀ କାର୍ଯ୍ୟ ଦର୍ଶାଇ ବିଜେପି ବ୍ରହ୍ମଗିରି ମଣ୍ଡଳ ସଭାପତି ଭଗବାନ ନାୟକଙ୍କୁ ନିଲମ୍ବନ କରାଯାଇଛି। ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀ ନାୟକଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଛି। ଏନେଇ ଦଳର ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍‌ ଦାସ ସୂଚନା ଦେଇଛନ୍ତି। କିନ୍ତୁ ଏହା ପୂର୍ବରୁ ସେ ଦଳରୁ ଇସ୍ତଫା ଦେବା ଲାଗି ଇଚ୍ଛା ପ୍ରକାଶ କରିଥିଲେ।

ସୂଚନା ମୁତାବକ ଭଗବାନ ଡିସେମ୍ବର ୩୧ ତାରିଖରେ ପୁରୀ ଜିଲ୍ଲା ସଭାପତି ଏବଂ ବ୍ରହ୍ମଗିରି ବିଧାୟକଙ୍କ ନିକଟକୁ ତାଙ୍କ ଇସ୍ତଫାପତ୍ର ପଠାଇଥିଲେ। ସେ ତାଙ୍କ ବ୍ୟକ୍ତିଗତ କାରଣରୁ ଦଳ ଛାଡିବା ସହିତ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଥିବା ଜଣାଇଥିଲେ। ହେଲେ ଦଳ ବିରୋଧୀ କାର୍ଯ୍ୟ ଦର୍ଶାଇ ତାଙ୍କୁ ଦଳ ନିଲମ୍ବନ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ମହଙ୍ଗା ପଡ଼ିଲା ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ: ଚାରି ନିଲମ୍ବିତ

ସମୀକ୍ଷା ବ୍ୟୁରୋ

କେନ୍ଦୁଝର: କରୋନା ସହ ଲଢେଇ ପାଇଁ ସାରା ରାଜ୍ୟରେ ଲକ୍‌ ଡାଉନ୍‌ ଚାଲିଥିବାବେଳେ ଲୋକଙ୍କୁ ବାହାରକୁ ବାହାରିବାକୁ ବାରଣ କରାଯାଇଛି। ଏଥିପାଇଁ ରାଜ୍ୟରେ ପୋଲିସ୍‌ କର୍ମଚାରୀମାନେ ଏହି ନିୟମକୁ ପାଳନକୁ ବେଶ୍‌ କଡାକଡି କରିଛନ୍ତି। ବାହାରକୁ ନ ଆସିବାକୁ ଲୋକଙ୍କୁ ବୁଝାଇବା ସହିତ ଦରକାର ପଡ଼ିଲେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରୁଛନ୍ତି। କିନ୍ତୁ କେନ୍ଦୁଝରର ଖାକି ବର୍ବରତା ଏବେ ଚର୍ଚ୍ଚାକୁ ଆସିଛି।

ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କରିବା ପୋଲିସ୍‌ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏଥିପାଇଁ ଚାରିଜଣଙ୍କୁ ନିଲମ୍ବିତ ହେବାକୁ ପଡିଛି। ମାଡ ମାରିବା ଭିଡିଓ ଭାଇରାଲ୍‌ ହେବା ପରେ କେନ୍ଦୁଝର ଏସପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମାଡ଼ ମାରିଥିବା ପୋଲିସ୍‌ ଅଧିକାରୀ ଓ ତିନି ସହଯୋଗୀଙ୍କୁ ନିଲମ୍ବନ କରିଛନ୍ତି। ଏହି ନିଲମ୍ବନ ନେଇ ଟ୍ବିଟ୍‌ ଯୋଗେ ସୂଚନା ଦେଇଛନ୍ତି କେନ୍ଦୁଝର ଏସ୍‌ପି। ଏହା ସହିତ ବିଭାଗୀୟ ତଦନ୍ତ ପ୍ରକ୍ରିୟା ମଧ୍ୟ ଜାରି ରହିଥିବା ନେଇ ଏସ୍‌ପି ସୂଚନା ଦେଇଛନ୍ତି। ପୋଲିସ୍‌ର ଅମାନବୀୟ ଆଚରଣକୁ ମଧ୍ୟ ନିନ୍ଦା କଲେ ଏସ୍‌ପି। ଜଣେ ବ୍ୟକ୍ତିଙ୍କୁ ଅମାନୁଷିକ ଭାବେ ମାଡ଼ ମରାଯାଇଥିବା ଅଭିଯୋଗ କରାଯାଇଥିଲା।