ଭୁବନେଶ୍ୱରରେ ପୁଣି ତିନି ଆକ୍ରାନ୍ତ ଚିହ୍ନଟ : ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଛୁଇଁଲା

Published: Apr 3, 2020, 7:09 pm IST

ସମୀକ୍ଷା ବ୍ୟୁରୋ
ଭୁବନେଶ୍ୱର : ରାଜ୍ୟରେ ଆଜି ପୁଣି ତିନି ଜଣ ନୂତନ କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି । ଭୁବନେଶ୍ୱରର ବମିଖାଲ ଅଞ୍ଚଳରୁ ଏହି ତିନି ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ପରେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ, ଆଜି କଟକରୁ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା । ଆଜି ଗୋଟିଏ ଦିନରେ ୪ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ତେବେ ଆଜି ପ୍ରଥମ କରୋନା ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ପୂର୍ବରୁ ଦ୍ବିତୀୟ ଆକ୍ରାନ୍ତ ଜଣକ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଥିଲେ । ସମଗ୍ର ଦେଶରେ ୨୩୦୧ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ମୃତକଙ୍କ ସଂଖ୍ୟା ୫୬ରେ ପହଞ୍ଚିଛି ।

Related posts