Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱର ଫେରନ୍ତାଙ୍କୁ ନେଇ ମହ୍ଲାସାହି ଗ୍ରାମର ଲୋକେ ଆତଙ୍କିତ! ଭୁଲ୍ ତଥ୍ୟ ଦେଉଥିବାରୁ ଅଞ୍ଚଳବାସୀ ଚିନ୍ତାରେ
ଆଜିର ଖବର

ଭୁବନେଶ୍ୱର ଫେରନ୍ତାଙ୍କୁ ନେଇ ମହ୍ଲାସାହି ଗ୍ରାମର ଲୋକେ ଆତଙ୍କିତ! ଭୁଲ୍ ତଥ୍ୟ ଦେଉଥିବାରୁ ଅଞ୍ଚଳବାସୀ ଚିନ୍ତାରେ

April 6, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ ପଣ୍ଡା
କୁଜଙ୍ଗ: ଗତକାଲି ବମିଖାଲରୁ 15 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ ନେଇ ଏବେ ବେଶ୍‌ ଚିନ୍ତା ବଢିଯାଇଛି। ବମିଖାଲରୁ ସମୁଦାୟ 19 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଭୁବନେଶ୍ବରରୁ ମୋଟ୍‌ 32 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 2 ଜଣ ସୁସ୍ଥ ରହିଛନ୍ତି। ରାଜ୍ୟର ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେଉଥିବାବେଳେ ଏହାକୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି ରାଜ୍ୟବାସୀ । କରୋନା ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ଅଞ୍ଚଳକୁ ପ୍ରଶାସନ ସିଲ୍‌ କରି ସର୍ଭେଲାନ୍ସରେ ରଖାଯାଇଛି। ତେବେ ଏହି କରୋନା ଆକ୍ରାନ୍ତଙ୍କୁ ନେଇ ବେଶ୍‌ ଚିନ୍ତାରେ ରହିଛନ୍ତି କୁଜଙ୍ଗ ବାସୀ ।

ଭଡ଼ା ନେଇ ରହିଥିବା କୁଜଙ୍ଗ ବ୍ଲକ୍ ମହ୍ଲାସାହି ଅଞ୍ଚଳର ବିଭିନ୍ନ ଗ୍ରାମର ପରିବାର ଏବେ ସେହି ଅଞ୍ଚଳରୁ କୌଶଳ କ୍ରମେ ଲୁଚି ଆସି ନିଜ ଅଞ୍ଚଳର ନିଜ ଘରେ ପହଞ୍ଚି ଯାଇଛନ୍ତି। ଏମାନେ ନିଜ ଗ୍ରାମରେ ପହଞ୍ଚିବା ପରେ ଗାଁ ଲୋକେ ଆଶଙ୍କା ମଧ୍ୟରେ ଗତି କରୁଥିବା ବେଳେ ଏମାନଙ୍କୁ ବୁଝାଇବା ପାଇଁ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଓ ପୋଲିସ ପ୍ରଶାସନର କର୍ମଚାରୀମାନେ ନାକେଦମ୍ ହୋଇ ସାରିଲେଣି। ଭୁବନେଶ୍ବରରୁ ଆସିଥିବା ଏହି ପରିବାରର ଲୋକ ବା ବ୍ୟକ୍ତିମାନେ  ପୋଲିସ ଅଧିକାରୀ କଥା ନ ମାନିବାରୁ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ି ଯାଇଛି। ଏହି ବ୍ୟକ୍ତିମାନେ ଘରେ ନ ରହି ଖୋଲାଖୋଲି ଭାବରେ ଏଣେ ତେଣେ ବୁଲା ବୁଲି କରିବା ସହିତ ଅନେକଙ୍କ ସହ ମିଶାମିଶି କରୁ ଥିବାର ଶୁଣିବାକୁ ମିଳୁଛି। ଯଦି ଏମାନଙ୍କ ପାଇଁ କୌଣସି ପ୍ରକାର କରୋନା ସଂକ୍ରମଣ ହୁଏ ତେବେ ଖାଲି ମହ୍ଲାସାହି ନୁହେଁ ସାରା ଅଞ୍ଚଳରେ ସମସ୍ୟା ବଢିଯିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ବମିଖାଲ ଲକ୍ଷ୍ମୀସାଗର ଅଞ୍ଚଳରୁ ଆସିଥିବା ଲୋକଙ୍କ ବିଷୟରେ ସ୍ଥାନୀୟ ପୋଲିସ୍‌ ପ୍ରଶାସନକୁ ଖବର ଦେଇଥିବା ଜନସାଧାରଣଙ୍କୁ ତାଙ୍କ ପରିବାର ପକ୍ଷରୁ ଅଶ୍ଲୀଳ ଗାଳି ଗୁଲଜ କରୁଥିବାର ଶୁଣିବାକୁ ମିଳୁଛି । ଅପରପକ୍ଷରେ ସେମାନେ ତାଙ୍କ ସମ୍ପର୍କରେ ମଧ୍ୟ ସଠିକ୍‌ ତଥ୍ୟ ଦେଉନାହାନ୍ତି । ଏପ୍ରିଲ୍‌ 2 ତାରିଖରେ ସେମାନେ ଗ୍ରାମକୁ ଆସିଥିବାବେଳେ ମାର୍ଚ୍ଚ 20 ତାରିଖରୁ ଆସିଛନ୍ତି ବୋଲି କହୁଛନ୍ତି । ସ୍ଥାନୀୟ ପ୍ରଶାସନକୁ ସହଯୋଗ କରିବା ସହିତ ସତର୍କ ରହିବା ଆଜିର ସମୟରେ ବଡ ଆବଶ୍ୟକତା ଥିବାବେଳେ ଏହି ଲୋକମାନେ ବେଖାତିର ରହିଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଏହାକୁ ନେଇ ଆତଙ୍କିତ ରହିଛନ୍ତି ।

କରୋନା ବମିଖାଲ
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 13, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.