Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଭିନ୍ନ ରାଜ୍ୟର ଆକ୍ରାନ୍ତଙ୍କ ସଂଖ୍ୟା ହିସାବରେ ଓଡ଼ିଶା 19 ତମ ସ୍ଥାନରେ ରହିଛି : ସୁବ୍ରତ ବାଗ୍‌ଚୀ
ଆଜିର ଖବର

ବିଭିନ୍ନ ରାଜ୍ୟର ଆକ୍ରାନ୍ତଙ୍କ ସଂଖ୍ୟା ହିସାବରେ ଓଡ଼ିଶା 19 ତମ ସ୍ଥାନରେ ରହିଛି : ସୁବ୍ରତ ବାଗ୍‌ଚୀ

April 6, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଆଜି କରୋନା ଅପଡେଟ୍‌କୁ ନେଇ କରୋନା-19ର ରାଜ୍ୟସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି ଯେ, ଏଯାବତ୍‌ 1888ଟି ସାମ୍ପଲ୍‌ ଟେଷ୍ଟ ହୋଇଛି । ସେଥିରୁ 39ଟି ପଜିଟିଭି ବାହାରିଛନ୍ତି । ଭୁବନେଶ୍ବରରେ ସର୍ବାଧିକ 31 ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି । ଖୁବ ଶୀଘ୍ର ବୁର୍ଲା ଓ ବ୍ରହ୍ମପୁର ମେଡ଼ିକାଲ କଲେଜରେ କରୋନା ଟେଷ୍ଟ୍‌ । କରୋନା ଟେଷ୍ଟ ଆରମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ବାଗ୍‌ଚୀ କହିଛନ୍ତି । ଉଭୟରେ କରୋନା ଟେଷ୍ଟ ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏବେ ଦୈନିକ 300 ସାମ୍ପଲ ପରୀକ୍ଷା କରାଯାଉଛି ବୋଲି ସୁବ୍ରତ ବାଗ୍‌ଚୀ କହିଛନ୍ତି । ପାଞ୍ଚ ଦିନ ମଧ୍ୟରେ ଦୈନିକ 1 ହଜାର ସାମ୍ପଲ୍‌ ଟେଷ୍ଟ ପାଇଁ ଲକ୍ଷ୍ୟ ରଖାଯାଇଛି ।

କରୋନା ଆକ୍ରାନ୍ତ ତଥ୍ୟ ଦେଇ ସୁବ୍ରତ୍‌ ବାଗଚୀ କହିଛନ୍ତି ଯେ, ବିଶ୍ବରେ ଏଯାବତ୍‌ 12 ଲକ୍ଷ 76 ହଜାର 732 ଜଣ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ତାଲିକାରେ 28ତମ ସ୍ଥାନରେ ଭାରତ ରହିଛି । ସେହିପରି ବିଭିନ୍ନ ରାଜ୍ୟର ଆକ୍ରାନ୍ତଙ୍କ ସଂଖ୍ୟା ହିସାବରେ ଓଡ଼ିଶା 19 ତମ ସ୍ଥାନରେ ରହିଛି ।

ସେହିପରି ଆଜିଠାରୁ ବଜାରକୁ ସମ୍ପୂର୍ଣ୍ଣ ରୂପେ ଗାଡି ବାରଣ କରାଯିବ ।  ଲକ୍‌ଡାଉନ୍ ପିରିୟଡ଼ରେ ହୋଲସେଲ ମାର୍କେଟକୁ ଯାଇପାରିବେନି ସାଧାରଣ ଲୋକେ। ସଉଦା ପାଇଁ ବଜାରକୁ ଗଲେ ବାଇକ୍ ଓ କାରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଯଦି କେହି ବ୍ୟକ୍ତି ଗ୍ରୋସରି କିମ୍ବା ପରିବା କିଣିବାକୁ ଯାଆନ୍ତି, ସେମାନେ ଘର ପାଖ ବଜାରକୁ ଚାଲି କରି କିମ୍ବା ସାଇକେଲରେ ଯିବାକୁ ନିବେଦନ କରିଛନ୍ତି ସରକାର।  କୋଭିଡ୍-୧୯ ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ ଆଜି ଏହି ସୂଚନା ଦେଇଛନ୍ତି। କଣ୍ଟେନମେଣ୍ଟ ଜୋନ୍‌ରେ ଘରୁ ବାହାରିବା ସଂପୂର୍ଣ୍ଣ ମନା କରାଯାଇଛି।

ଲକ୍ ଡାଉନ୍ ନିୟମ ଭାଙ୍ଗି 24 ଘଣ୍ଟାରେ 427 ଜଣ ଗିରଫ ହୋଇଥିବାର କହିଛନ୍ତି ବାଗ୍‌ଚୀ । ଗତ 24 ଘଣ୍ଟା ମଧ୍ୟରେ ମୋଟ 249ଟି ମାମଲା ରୁଜୁ ହୋଇଛି । ଲକ୍‌ ଡାଉନ୍‌ ଭଙ୍ଗ ପାଇଁ 233ଟି ମାମଲା ରୁଜୁ ହୋଇଥିବାବେଳେ ଗୁଜବ ସୃଷ୍ଟି ପାଇଁ ତିନୋଟି ମାମଲା ରୁଜୁ କରାଯାଇଛି । ସାମାଜିକ ଦୂରତ୍ବ ନିୟମ ଭାଙ୍ଗି ଭଦ୍ରକରେ 19 ଦୋକାନୀ ଗିରଫ ।

ପରିଶେଷରେ କରୋନାଠାରୁ ବିଜୟୀ ହେବା ପାଇଁ ସରକାରଙ୍କ ଦ୍ବାରା ପ୍ରସ୍ତୁତ ନିୟମକୁ ମାନିବା ସହିତ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ସୁବ୍ରତ ବାଗ୍‌ଚୀ ।

covid-19 subrotobagchi
Share. Facebook Twitter LinkedIn Email WhatsApp Copy Link

Related Posts

ଲିଙ୍ଗରାଜ ମହାପ୍ରଭୁଙ୍କ ଶୃଙ୍ଖଳିତ ରୀତିନୀତି ଓ ପୂଜାବିଧି ଉପରେ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 5, 2026

ଭାରତ ନେତ୍ର ଅଧୀନରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବ୍ଲାକ୍‌ ସ୍ୱାନ୍‌ ଶିଖର ସମ୍ମିଳନୀ

February 5, 2026

ଜନଜାତିଙ୍କ ସଂଖ୍ୟା ଏବଂ ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ

February 5, 2026

ବୁଣାକାରଙ୍କ ପାଇଁ ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର: ଉଦଘାଟନ କଲେ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ

February 5, 2026
Latest News

ଲିଙ୍ଗରାଜ ମହାପ୍ରଭୁଙ୍କ ଶୃଙ୍ଖଳିତ ରୀତିନୀତି ଓ ପୂଜାବିଧି ଉପରେ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 5, 2026

ଭାରତ ନେତ୍ର ଅଧୀନରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବ୍ଲାକ୍‌ ସ୍ୱାନ୍‌ ଶିଖର ସମ୍ମିଳନୀ

February 5, 2026

ଜନଜାତିଙ୍କ ସଂଖ୍ୟା ଏବଂ ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ

February 5, 2026

ବୁଣାକାରଙ୍କ ପାଇଁ ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର: ଉଦଘାଟନ କଲେ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ

February 5, 2026

ଚଳିତ ଖରିଫ ଋତୁରେ ଧାନ ଚାଷୀଙ୍କ ପାଇଁ ଡିଜିଟାଲ୍ ସଂସ୍କାର ବ୍ୟବସ୍ଥାକୁ ଗୁରୁତ୍ଵ

February 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.