ମୋଟ୍‌ 4067 କରୋନା ସଂକ୍ରମିତଙ୍କ ମଧ୍ୟରୁ ତବଲିଗି ଜମାତ ସହ ସମ୍ପର୍କରେ ଆସିଛନ୍ତି 1,445 ଜଣ  : ସ୍ବାସ୍ଥ୍ୟ ମନ୍ତ୍ରାଳୟ

Published: Apr 6, 2020, 6:25 pm IST

ନୂଆଦିଲ୍ଲୀ: ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଭାରତର ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ 76% ଆକ୍ରାନ୍ତ ପୁରୁଷ ରହିଥିବାବେଳେ 24% ମହିଳା ରହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର ଯୁଗ୍ମ ସଚିବ ଲବ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି। ସେହିପରି 63 ପ୍ରତିଶତ ରୋଗୀ 60 ବର୍ଷ ବା ଏହାଠାରୁ ଉର୍ଦ୍ଧ୍ବ ବୟସ ବର୍ଗର ରହିଥିବାବେଳେ 40 ବର୍ଷର କମ୍‌ ବୟସର ଆକ୍ରାନ୍ତ 47 ପ୍ରତିଶତ ରହିଛନ୍ତି । ସୂଚନାଯୋଗ୍ୟ ଯେ, ଗତ 24 ଘଣ୍ଟାରେ 693 କୋଭିଡ୍‌-19 ଆକ୍ରାନ୍ତଙ୍କୁ ଠାବ କରାଯାଇଛି। ‍କରୋନା ଆକ୍ରାନ୍ତଙ୍କ ସଂଖ୍ୟା 4067ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 109 ରହିଛି । ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ 1,445ଜଣଙ୍କର ତବଲିଗି ଜମାତ ସହ ସମ୍ପର୍କ ରହିଛି । ରବିବାର ଦିନ କରୋନା ଜନିତ 30 ଜଣକର ମୃତ୍ୟୁ ହୋଇଥିଲା । ଏଥିରୁ 63 ପ୍ରତିଶତ 60 ବର୍ଷ ବୟସ ବା ତା’ଠାରୁ ଉର୍ଦ୍ଧ୍ବର ରହିଥିବାବେଳେ 30 ପ୍ରତିଶତ ଲୋକଙ୍କ ଚାଳିଶ ରୁ ଷାଠିଏ ବର୍ଷ ବୟସ ମଧ୍ୟରେ ରହିଥିଲା । ସେହିପରି ସାତ ପ୍ରତିଶତ ଲୋକ ଚାଳିଶ ବର୍ଷ କମ୍‌ରୁ ରହିଥିଲେ ।

ସେହିପରି ହରିୟାଣାର ଯେଉଁ ପାଞ୍ଚଟି ଗ୍ରାମକୁ ତବଲିଗି ଜମାତର ଲୋକ ଯାଇଥିଲେ ସେହି ସମସ୍ତ ଗ୍ରାମକୁ ସିଲ୍‌ କରି ଦିଆଯାଇଛି ବୋଲି କହିଛନ୍ତି ଗୃହ ମନ୍ତ୍ରଣାଳୟ ଅଧିକାରୀ । (ଏଜେନ୍ସି)

Related posts