Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଢିପାରେ ଲକ୍‌ ଡାଉନ୍‌ ! ସର୍ବଦଳୀୟ ବୈଠକରେ ଏନେଇ ମୋଦି ଦେଲେ ସଂକେତ
ଆଜିର ଖବର

ବଢିପାରେ ଲକ୍‌ ଡାଉନ୍‌ ! ସର୍ବଦଳୀୟ ବୈଠକରେ ଏନେଇ ମୋଦି ଦେଲେ ସଂକେତ

April 8, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କରୋନା ପାଇଁ ଲାଗୁ ହୋଇଥିବା ଲକ୍‌ ଡାଉନ୍‌ର ଅବଧି ବଢିପାରେ ବୋଲି ସୂଚନା ରହିଛି । ବିଭିନ୍ନ ଦଳର ନେତାଙ୍କ ସହ ବୈଠକ ପରେ ପ୍ରଧାନମନ୍ତ୍ରୀଙ୍କ ସୂଚନା  ରହିଛି। ଏନେଇ ପ୍ରଧାନମନ୍ତ୍ରୀ ସଂକେତ ଦେଇଥିବାର କହିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର । ଏବେ ଲକ୍‌ ଡାଉନ୍‌ ଉଠାଯାଇପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଏନେଇ ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେବେ ବୋଲି ଜଣାପଡିଛି । ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇ ଅବଧି ବୃଦ୍ଧି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି ।  ମାର୍ଚ୍ଚ 24 ତାରିଖରୁ ଜାରି ହୋଇଥିବା 21 ଦିନିଆ ଲକ୍‌ ଡାଉନ୍‌ର ଅବଧି ଏପ୍ରିଲ୍‌ 14 ତାରିଖରେ ସରିବାର ଥିଲା ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକ କରିଥିଲେ । ଏହି ଅବସରରେ ମୋଦି କହିଥିଲେ ଯେ କରୋନା ସହ ଏହା ଏକ ଲମ୍ବା ଲଢେଇ ଅଟେ । ସମସ୍ତଙ୍କ ଜୀବନ ବଞ୍ଚାଇବା ସରକାରଙ୍କ ପ୍ରାଥମିକତା ଅଟେ । ଦେଶରେ ସ୍ଥିତି ଏବେ ସାମାଜିକ ଆପାତକାଳର ସହ ସମାନ ଅଟେ । ଏଥିପାଇଁ କିଛି ନିଷ୍ପତ୍ତି ନେବା ପୂର୍ବରୁ ଆମେ ନିରନ୍ତର ସତର୍କ ରହିବା ଆବଶ୍ୟକ ବୋଲି କହିଛନ୍ତି ମୋଦି ।

କରୋନା ଭାଇରସ୍‌ ଓ ଲକ୍‌ ଡାଉନ୍‌କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଭିନ୍ନ ରାଜନୈତିକ ଦଳର ଦଳୀୟ ନେତାମାନଙ୍କ ସହ ଆଲୋଚନା କରିଛନ୍ତି ।  ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୋଦି ବିଜେପି, କଂଗ୍ରେସ, ଡିଏମ୍‌କେ, ଏଆଇଏଡିଏମ୍‌କେ, ଟିଆରଏସ୍‌, ସିପିଆଇଏମ୍‌, ଟିଏମ୍‌ସି, ଶିବସେନା, ଏନ୍‌ସିପି, ଅକାଳୀ ଦଳ, ଏଲଜେପି, ଜେଡିୟୁ, ଏସ୍‌ସିପି, ବିଏସ୍‌ପି, ଓ୍ବାଇଏସଆର୍‌ କଂଗ୍ରେସ ଓ ବିଜେଡିର ନେତାମାନାଙ୍କ ସହ ଆଲୋଚନା କରିଥିଲେ ।

ରାଜ୍ୟ, ଜିଲ୍ଲା ପ୍ରଶାସନ ଓ ବିଶେଷଜ୍ଞମାନେ ଏହି ଭାଇରସର ପ୍ରସାରକୁ ରୋକିବା ପାଇଁ ଲକ୍‌ ଡାଉନ୍‌ ନିୟର୍ମକୁ ବିସ୍ତାର କରିବା ପାଇଁ ପ୍ରସ୍ତାବ ଦେଇଥିବାର କହିଥିଲେ ମୋଦି । 80 ପ୍ରତିଶ ରାଜନୈତିକ ଦଳ ଏହି ଲକ୍‌ ଡାଉନ୍‌ ବଢାଇବା ସପକ୍ଷରେ ରହିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହ ମିଶି ଏନେଇ  ଆଲୋଚନା କରିବା ପରେ ଲକ୍‌ ଡାଉନ୍‌ ଅବଧି ବୃଦ୍ଧିରେ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି ।ତେବେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଆସନ୍ତା 11 ତାରିଖରେ ନିଆଯିବ। ଶନିବାର ମୋଦି ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବେ। ଏହି ସମୟରେ ସମସ୍ତଙ୍କ ସହ ଆଲୋଚନା କରି ଚୂଡ଼ାନ୍ତ ନିଷ୍ପତ୍ତି ନେବେ। (ଏଜେନ୍ସି)

lockdownextension Modi
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !

September 15, 2026

ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

September 15, 2026

ପ୍ରତି 5 ହଜାର ପାଇଁ କଟିବ 20 ଟଙ୍କା: ଚୂଡ଼ାନ୍ତ ହେଲା UPI ପେମେଣ୍ଟ ଶୁଳ୍କ

September 15, 2026

ଚେକ୍‌ ବାଉନ୍ସ ମାମଲା: ଅଭିନେତା ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

September 15, 2026
Latest News

ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !

September 15, 2026

ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

September 15, 2026

ପ୍ରତି 5 ହଜାର ପାଇଁ କଟିବ 20 ଟଙ୍କା: ଚୂଡ଼ାନ୍ତ ହେଲା UPI ପେମେଣ୍ଟ ଶୁଳ୍କ

September 15, 2026

ଚେକ୍‌ ବାଉନ୍ସ ମାମଲା: ଅଭିନେତା ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

September 15, 2026

ବାଣପୁର: ଓଡ଼ିଶାରେ ଗାଣପତ୍ୟ ଉପାସନା ଓ ଶ୍ରୀଜଗନ୍ନାଥ ସଂସ୍କୃତି ଆଲୋଚନା ଚକ୍ର

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.