Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମନ ଇଚ୍ଛା ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌ ଖାଆନ୍ତୁନି : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ
ଆଜିର ଖବର

ମନ ଇଚ୍ଛା ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌ ଖାଆନ୍ତୁନି : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ

April 9, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ମନ ଇଚ୍ଛା ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌ ନ ଖାଇବାକୁ ପରାମର୍ଶ ଦେଇଛି କେନ୍ଦ୍ରସ୍ବାସ୍ଥ୍ୟ ବିଭାଗ ।  କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ ଆଜି ପ୍ରେସ୍‌ ମିଟ୍‌ରେ ସୂଚନା ଦେଇ ଏହା କହିଛନ୍ତି । କରୋନା ପଜିଟିଭିଙ୍କ ସଂସ୍ପର୍ଶରେ ଆସୁଥିବା ଡାକ୍ତରଙ୍କୁ ଏହା ଦିଆଯାଉଛି । କରୋନା ପଜିଟିଭି ସଂସ୍ପର୍ଶରେ ଆସୁଥିବା ଡାକ୍ତର, ନର୍ସଙ୍କୁ ଏହା ଖାଇବାକୁ କୁହାଯାଇଛି । ଡାକ୍ତରଙ୍କ ବିନା ପରାମର୍ଶରେ ଏହି ମେଡିନ୍‌ ଖାଆନ୍ତୁନି, ଏହାର ପାର୍ଶ୍ବ ପ୍ରତିକ୍ରିୟା ଅଛି ବୋଲି କହିଛନ୍ତି ଲବ୍‌ ଅଗ୍ରଓ୍ବାଲ । ଏହା ହୃଦରୋଗ ଜନିତ ସମସ୍ୟା ବହୁ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ସୂଚନା ଦେଇଛନ୍ତି ।

କରୋନା ଅପଡେଟ୍‌ ନେଇ ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି ଯେ,  ଗତ 24 ଘଣ୍ଟା ମଧ୍ୟରେ ଦେଶରେ ଆଉ 541 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଯାବତ ଦେଶରେ ମୋଟ 5734 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ 24 ଘଣ୍ଟା ମଧ୍ୟରେ ଦେଶରେ 17 ଜଣଙ୍କ ମୃତ୍ୟୁ ହୋଇଛି ବୋଲି କହିଛନ୍ତି ଲବ୍‌ ଅଗ୍ରଓ୍ବାଲ । ଦେଶରେ ମୋଟ 166 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 473 ଜଣ ସୁସ୍ଥ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି।ସେହିପରି ଦେଶରେ କରୋନା ମୁକାବିଲାକୁ ଆହୁରି ଦୃଢ଼ ଓ ତ୍ୱରାନ୍ଵିତ କରିବା ପାଇଁ ଗୋଟିଏ ମନ୍ତ୍ରୀ ଗୋଷ୍ଠୀ ସହ 10ଟି ଉଚ୍ଚ କ୍ଷମତା ସଂପନ୍ନ କେନ୍ଦ୍ରୀୟ କମିଟି କେନ୍ଦ୍ର ସରକାର ଗଠନ କରିଥିବା କହିଛନ୍ତି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ଵାଲ।

ସେହିପରି କରୋନା ସହ ଲଢେଇ ପାଇଁ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ କୋଭିଡ -19 ଇମରଜେନ୍ସି ରେସପନ୍ସ ଓ ହେଲ୍‌ଥ ସିଷ୍ଟମ ପ୍ରସ୍ତୁତି ପାଇଁ ରାଷ୍ଟ୍ରୀୟ ପ୍ଲାନ୍‌କୁ ମଞ୍ଜୁରୀ ଦେଇଥିବାର ସୂଚନା ଦେଇଛନ୍ତି । ତିନୋଟି ପର୍ଯ୍ୟାୟରେ ଏହି ଫଣ୍ଡ୍‌ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପ୍ରଦାନ କରାଯିବ ବୋଲି ସୂଚନା ରହିଛି ।

ପ୍ରଥମ ଚରଣରେ କୋଭିଡ -19 ହସ୍ପିଟାଲକୁ ବିକଶିତ କରିବା, ଆଇସୋଲେସନ୍‌ ବ୍ଲକ ନିର୍ମାଣ, ଭେଣ୍ଟିଲେଟର ସୁବିଧା ପାଇଁ ଆଇସିୟୁ ନିର୍ମାଣ, ପିପିଇ ଇକ୍ୟୁପମେଣ୍ଟ ନିର୍ମାଣ, ଏନ୍‌-95 ମାସ୍କ ଭେଣ୍ଟିଲେଣ୍ଟର୍ସ ଉପଲବ୍ଧତା ଉପରେ ଏହା ଫୋକ୍‌ସ୍‌ କରାଯିବ ।

ଲ୍ୟାବ୍‌ ନେଟଓ୍ବାର୍କସ୍‌ ଓ ଡାୟଗ୍ନୋଷ୍ଟିକ୍ ସୁବିଧା ଉପରେ ଧ୍ୟାନ ଦିଆଯିବ । ଏହା ସହିତ ଏହି ଫଣ୍ଡ୍‌ ସର୍ଭେଲା୍ସ, ମହାମାରୀ ବିରୋଧର ସଚେତନତା ପାଇଁ ମଧ୍ୟ ବିନିଯୋଗ କରିବା । ଫଣ୍ଡ୍‌ ଏକ ଅଂଶ ହସ୍ପିଟାଲ୍‌, ସଂକ୍ରମଣ ରହିତ ଆମ୍ବୁଲାନ୍ସ ପ୍ରସ୍ତୁତିରେ ଖର୍ଚ୍ଚ କରାଯିବ ବୋଲି ନିର୍ଦ୍ଦେଶ ରହିଛି ।

healthdepartment luvagarwal
Share. Facebook Twitter LinkedIn Email WhatsApp Copy Link

Related Posts

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ଏକ ଦଶନ୍ଧିରେ ଟ୍ରେନ ଦୁର୍ଘଟଣାରେ ୬୦% ଓ ମୃତ୍ୟୁ ୧୭% ହ୍ରାସ: ଅଶ୍ଵିନୀ ବୈଷ୍ଣବ

March 19, 2026

ଓମାନର ସୁଲତାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ରାୟଗଡା ଡିଭିଜନ ନିରୀକ୍ଷଣ

March 19, 2026
Latest News

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ଏକ ଦଶନ୍ଧିରେ ଟ୍ରେନ ଦୁର୍ଘଟଣାରେ ୬୦% ଓ ମୃତ୍ୟୁ ୧୭% ହ୍ରାସ: ଅଶ୍ଵିନୀ ବୈଷ୍ଣବ

March 19, 2026

ଓମାନର ସୁଲତାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ରାୟଗଡା ଡିଭିଜନ ନିରୀକ୍ଷଣ

March 19, 2026

୭୦ କେଜି ଗଞ୍ଜେଇ ଜବତ: ୩ ଅଭିଯୁକ୍ତ ଗିରଫ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.