କରୋନା ପାଇଁ ଜେଇଇ ମେନ୍ ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ପରିବର୍ତ୍ତନର ସୁବିଧା ପ୍ରଦାନ କଲା ଏନଟିଏ

Published: Apr 9, 2020, 11:59 pm IST

ନୂଆଦିଲ୍ଲୀ, କୋଭିଡ-19 ମହାମାରୀ କାରଣରୁ ବର୍ତ୍ତମାନ ଦେଶରେ ଦେଖାଦେଇଥିବା ପରିସ୍ଥିତି ଯୋଗୁଁ ପୂର୍ବ ନିର୍ଦ୍ଦାରିତ ବିଭିନ୍ନ ପରୀକ୍ଷା ଏବଂ ପରୀକ୍ଷା କେନ୍ଦ୍ର ବାତିଲ କରାଯଉଛି। କାରଣ ଲକଡାଉନ ଯୋଗୁଁ ଛାତ୍ରଛାତ୍ରୀ ପରୀକ୍ଷାରେ ଯୋଗଦେବା ସମ୍ଭବ ନ ଥିବାରୁ ସରକାର ଏହି ପଦକ୍ଷେପ ନେଉଛନ୍ତି।

ସେହିପରି ଜେଇଇ ମେନ 2020ର ପରୀକ୍ଷାର୍ଥୀମାନେ ମଧ୍ୟ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନେସନାଲ ଟେଷ୍ଟିଂ ଏଜେନ୍ସିକୁ ପରାମର୍ଶ ଦିଆଯାଇଛି ଯେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପରୀକ୍ଷା କେନ୍ଦ୍ର ସହର ଚୟନରେ ସଂଶୋଧନ ସୁବିଧା ଯୋଗାଇ ଦିଆଯାଉ। ତଦନୁଯାୟୀ, ଏନଟିଏ ପକ୍ଷରୁ ଆବେଦନପତ୍ରରେ ପରୀକ୍ଷା କେନ୍ଦ୍ର ସହର ଚୟନରେ ସଂଶୋଧନ ନିମନ୍ତେ ଛାତ୍ରଛାତ୍ରୀଙ୍କୁ ସୁବିଧା ଦିଆଯାଇଛି।

ଫଳରେ ବର୍ତ୍ତମାନ ଯେଉଁମାନେ ଜେଇଇ ମେନ ପରୀକ୍ଷା ଦେବେ ସେମାନେ ବର୍ତ୍ତମାନ ଚାହିଁଲେ ସେମାନଙ୍କର ପରୀକ୍ଷା କେନ୍ଦ୍ର ବା ସହରକୁ ପରିବର୍ତ୍ତନ କରିପାରିବେ।

Related posts