Categories
EngExam ଆଜିର ଖବର ଜାତୀୟ ଖବର

ଜେଇଇ ମେନ ସେସନ-2 ଆବେଦନ ପାଇଁ ଖୋଲିଲା ପୋର୍ଟାଲ, କରନ୍ତୁ ରେଜିଷ୍ଟ୍ରେସନ

ନୂଆଦିଲ୍ଲୀ: ଜେଇଇ ମେନ 2022 ସେସନ ଦୁଇ ପାଇଁ ବର୍ତ୍ତମାନ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି। ଜାତୀୟ ଟେଷ୍ଟିଂ ଏଜେନସି ଏହି ସୂଚନା ଦେଇଛି। ସେହି ଅନୁସାରେ ଯେଉଁମାନେ ଆବେଦନ କରିବେ ସେମାନେ ଆସନ୍ତା ଜୁଲାଇ 9 ତାରିଖ ପର୍ଯ୍ୟନ୍ତ କରିପାରିବେ। କାରଣ 9 ତାରିଖ ରାତି 11ଟା 50 ପରେ ଏହି ରେଜିଷ୍ଟ୍ରେସନ ବନ୍ଦ ହୋଇଯିବ।

ଯେଉଁମାନେ ଏହି ରେଜିଷ୍ଟ୍ରେସନ କରିବା ପାଇଁ ଚାହାଁନ୍ତି ସେମାନେ ଜେଇଇ ପୋର୍ଟାଲ ବା ୱେବସାଇଟ jeemain.nta.nic.in କୁ ଯାଇ ଲଗଅନ କରିପାରିବେ। ଯେଉଁମାନେ ସେସନ-1 ରେ ଆବେଦନ କରିଛନ୍ତି କିନ୍ତୁ ସେମାନେ ସେସନ-2 ରେ ରେଜିଷ୍ଟ୍ରେସନ କରିବା ପାଇଁ ଚାହାଁନ୍ତି ସେମାନେ ପୂର୍ବ ନମ୍ବର ଏଥିରେ ଦେବାକୁ ପଡିବ। ଏହି ରେଜିଷ୍ଟ୍ରେସନ ପକ୍ରିୟା 9 ତାରିଖ ରାତି 11ଟା 50 ରେ ଶେଷ ହେବ।

Categories
EngExam ଆଜିର ଖବର ଜାତୀୟ ଖବର

ଘୁଞ୍ଚିଲା JEE Main ପରୀକ୍ଷା, ଘୋଷଣା ହେଲା ନୂଆ ତାରିଖ, ଜାଣନ୍ତୁ କେବେ

JEE MAIN: ଜେଇଇ ମେନ ପରୀକ୍ଷା ସେସନ-1 ଏବଂ ସେସନ-2 ପରୀକ୍ଷା ତାରିଖରେ କରାଯାଇଛି ପରିବର୍ତ୍ତନ। ପୂର୍ବରୁ ମାର୍ଚ୍ଚ 14 ତାରିଖରେ ଯେଉଁ ଘୋଷଣା କରାଯାଇଥିଲା ସେଥିରେ ଏହି ପରିବର୍ତ୍ତନ କରାଯାଇଛି। ଅନେକ ଛାତ୍ରଛାତ୍ରୀ ଏହି ପରୀକ୍ଷା ତାରିଖକୁ ନେଇ ପ୍ରଶ୍ନ ଉଠାଇବାରୁ ନ୍ୟାସନାଲ ଟେଷ୍ଟ ଏଜନେସ ଏହି ନିଷ୍ପତି ଗ୍ରହଣ କରିଛି।

ନୂଆ ନିଷ୍ପତି ଅନୁସାରେ ଜେଇଇ ମେନ ସେସନ-1 ପରୀକ୍ଷା ଜୁନ 20, 21, 22, 23, 24, 25, 26, 27, 28, ଏବଂ 29 ତାରିଖରେ କରାଯିବ। ପୂର୍ବରୁ ଏହି ପରୀକ୍ଷା ଏପ୍ରିଲ 21, 24, 25,29 ଏବଂ ମେ 1, 4 ତାରିଖରେ ଅନୁଷ୍ଠିତ ହେବ ବୋଲି କୁହାଯାଇଥିଲା।

ସେହିପରି ସେସନ-2 ପରୀକ୍ଷା ଜୁଲାଇ 1, 22, 23, 24, 25, 26, 27, 28, 29 ଏବଂ 30 ତାରିଖରେ କରାଯିବ। ପୂର୍ବରୁ ଏହି ପରୀକ୍ଷା ମେ 24, 25, 26, 27, 28 ଏବଂ 29 ତାରିଖରେ କରାଯିବ ବୋଲି ଘୋଷଣା କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଜୁଲାଇ ୨୦ରୁ ଆରମ୍ଭ ହେବ ଚଳିତ ବର୍ଷର ଜେଇଇ ମେନ ପରୀକ୍ଷା, କେନ୍ଦ୍ର ସରକାର କଲେ ଘୋଷଣା

ନୂଆଦିଲ୍ଲୀ, ଶେଷରେ ଜେଇଇ ମେନ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। କେନ୍ଦ୍ର ସରକାର ଶିକ୍ଷା ବିଭାଗର ଘୋଷଣା ଅନୁସାରେ ଜୁଲାଇ ୨୦ରୁ ଆରମ୍ଭ ହେବ ଚଳିତ ବର୍ଷର JEE ମେନ୍ ପରୀକ୍ଷା। ଜୁଲାଇ ୨୦ରୁ ୨୫ ମଧ୍ୟରେ ସେସନ-୩ର ପରୀକ୍ଷା ହେବ ।

ସେହିପରି ଜୁଲାଇ ୨୭ରୁ ଅଗଷ୍ଟ ୨ମଧ୍ୟରେ ସେସନ-୪ ପାଇଁ ପରୀକ୍ଷା ହେବ। କରୋନା ପାଇଁ ସହର ଓ ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯିବ ବୋଲି ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସୂଚନା ଦେଇଛନ୍ତି।

କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଜେଇଇ ମେନ୍ ପରୀକ୍ଷାକୁ ସ୍ଥଗିତ କରାଯାଇଥିଲା। ଯୁଗ୍ମ ପ୍ରବେଶିକା, ଜେଇଇ (ମେନ୍) କୁ ମଧ୍ୟ ସ୍ଥଗିତ ରଖାଯାଇଥିଲା। ଏହି ପରୀକ୍ଷା ଗତ ଏପ୍ରିଲ ୨୭, ୨୮ ଏବଂ ୩୦ ତାରିଖରେ ହେବାର ଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଜେଇଇ ମେନ୍ ଏବଂ ମେଡିକାଲ୍ ପ୍ରବେଶିକା ପରୀକ୍ଷା ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବିଶେଷ ବ୍ୟବସ୍ଥା

ଭୁବନେଶ୍ବର: ରାଜ୍ୟରେ ଜେଇଇ ମେନ୍‌ ଏବଂ ନିଟ୍‌ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ସହରରେ ଲକ୍‌ଡାଉନ୍‌ କିମ୍ବା ସଟ୍‌ଡାଉନ୍‌ ଲାଗୁ କରାଯିବ ନାହିଁ। ସ୍ବତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆରସି) ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି। ସେହିପରି ପରୀକ୍ଷା କେନ୍ଦ୍ର ହୋଇଥିବା ସହରଗୁଡିକରେ କାଲିଠୁ 7ତାରିଖ ଯାଏଁ ଲାଗୁ ଲକ୍‌ଡାଉନ୍‌ ବା ଶଟ୍‌ଡାଉନ୍‌ ଲାଗୁ ହେବନି। ସେହିପରି ସେପ୍ଟେମ୍ବର 12ରୁ 14 ଯାଏଁ ମଧ୍ୟ ଲାଗୁ ହେବନି ଏହି କଟକଣା।

ଜେଇଇ ମେନ୍ ଏବଂ ମେଡିକାଲ୍ ପ୍ରବେଶିକା ପରୀକ୍ଷା ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟ ସରକାର ବିଶେଷ ବ୍ୟବସ୍ଥା କରିଛନ୍ତି। ଇଚ୍ଛୁକ ପରୀକ୍ଷାର୍ଥୀଙ୍କ ପାଇଁ ଜିଲ୍ଲା ସଦରମହକୁମାରୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ଯିବା ଏବଂ ଫେରିବା ତଥା ରହଣିର ବ୍ଯବସ୍ଥା କରାଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ନୋଡାଲ୍ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

Image

ପରୀକ୍ଷା କେନ୍ଦ୍ରକୁ ଯିବା ପୂର୍ବରୁ ଜେଇଇ ପରୀକ୍ଷାର୍ଥୀଙ୍କ ଥର୍ମାଲ ସ୍କ୍ରିନିଂ ହେବ। ସରକାରଙ୍କ କୋଭିଡ୍‌ ଗାଇଡଲାଇନ୍‌ ଅନୁସାରେ ଥର୍ମାଲ ସ୍କ୍ରିନିଂ। ଭୁବନେଶ୍ବରର 6ଟି କେନ୍ଦ୍ରରେ16ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପିଲାଙ୍କ ଅସୁବିଧା ନ ହେବା ନେଇ ପ୍ରସ୍ତୁତ ହେଉଛୁ କହିଲେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ।

Categories
ଆଜିର ଖବର ଆଞ୍ଚଳିକ ଜାତୀୟ ଖବର ରାଜ୍ୟ ଖବର

ଜେଇଇ ମେନ୍ ଏବଂ ନିଟ୍ ପରୀକ୍ଷାର୍ଥୀ ଧ୍ୟାନ ଦିଅନ୍ତୁ, ନିମ୍ନ ଅଫିସରଙ୍କୁ ଫୋନ କଲେ ଯିବା ଓ ରହିବା ମାଗଣା ହେବ

ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜେଇଇ ମେନ ଏବଂ ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। ଯେଉଁମାନେ ପରୀକ୍ଷା କେନ୍ଦ୍ରକୁ ଆସିବେ ସେମାନଙ୍କର ଯିବା ଆସିବା ଏବଂ ରହିବା ରାଜ୍ୟ ସରକାର ବହନ କରିବେ। ପରୀକ୍ଷାର୍ଥୀ ନିଜ ଜିଲ୍ଲାର ମୁଖ୍ୟାଳୟରୁ ପରୀକ୍ଷା କେନ୍ଦ୍ରକୁ ଆସିବା ପାଇଁ ଗାଡିର ବନ୍ଦୋବସ୍ତ କରାଯିବ।
ସେହିପରି ପରୀକ୍ଷା କେନ୍ଦ୍ର ନିକଟରେ ରହିବା ପାଇଁ ମଧ୍ୟ ରାଜ୍ୟ ସରକାର ବ୍ୟବସ୍ଥା କରିବେ। ଏହି କାର୍ଯ୍ୟକୁ ପରିଚାଳନା କରିବା ପାଇଁ ସବୁ ଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତ ଦିଆଯାଇଛି। ପରୀକ୍ଷାର୍ଥୀ ସେମାନଙ୍କୁ ଫୋନ କରି ନିଜର ସମସ୍ତ ତଥ୍ୟ ପ୍ରଦାନ କରିବା ପରେ ତାଙ୍କ ପାଇଁ ସବୁ ପ୍ରକାରର ବନ୍ଦୋବସ୍ତ କରାଯିବ। ସେଥିପାଇଁ ସେମାନେ ଏହି ନୋଡାଲ ଅଫିସରଙ୍କ ସହିତ ଯୋଗାଯୋଗ କରିବା ପାଇଁ କୁହାଯାଇଛି।

Categories
ଆଜିର ଖବର ଜାତୀୟ ଖବର

କରୋନା ପାଇଁ ଜେଇଇ ମେନ୍ ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ପରିବର୍ତ୍ତନର ସୁବିଧା ପ୍ରଦାନ କଲା ଏନଟିଏ

ନୂଆଦିଲ୍ଲୀ, କୋଭିଡ-19 ମହାମାରୀ କାରଣରୁ ବର୍ତ୍ତମାନ ଦେଶରେ ଦେଖାଦେଇଥିବା ପରିସ୍ଥିତି ଯୋଗୁଁ ପୂର୍ବ ନିର୍ଦ୍ଦାରିତ ବିଭିନ୍ନ ପରୀକ୍ଷା ଏବଂ ପରୀକ୍ଷା କେନ୍ଦ୍ର ବାତିଲ କରାଯଉଛି। କାରଣ ଲକଡାଉନ ଯୋଗୁଁ ଛାତ୍ରଛାତ୍ରୀ ପରୀକ୍ଷାରେ ଯୋଗଦେବା ସମ୍ଭବ ନ ଥିବାରୁ ସରକାର ଏହି ପଦକ୍ଷେପ ନେଉଛନ୍ତି।

ସେହିପରି ଜେଇଇ ମେନ 2020ର ପରୀକ୍ଷାର୍ଥୀମାନେ ମଧ୍ୟ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନେସନାଲ ଟେଷ୍ଟିଂ ଏଜେନ୍ସିକୁ ପରାମର୍ଶ ଦିଆଯାଇଛି ଯେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପରୀକ୍ଷା କେନ୍ଦ୍ର ସହର ଚୟନରେ ସଂଶୋଧନ ସୁବିଧା ଯୋଗାଇ ଦିଆଯାଉ। ତଦନୁଯାୟୀ, ଏନଟିଏ ପକ୍ଷରୁ ଆବେଦନପତ୍ରରେ ପରୀକ୍ଷା କେନ୍ଦ୍ର ସହର ଚୟନରେ ସଂଶୋଧନ ନିମନ୍ତେ ଛାତ୍ରଛାତ୍ରୀଙ୍କୁ ସୁବିଧା ଦିଆଯାଇଛି।

ଫଳରେ ବର୍ତ୍ତମାନ ଯେଉଁମାନେ ଜେଇଇ ମେନ ପରୀକ୍ଷା ଦେବେ ସେମାନେ ବର୍ତ୍ତମାନ ଚାହିଁଲେ ସେମାନଙ୍କର ପରୀକ୍ଷା କେନ୍ଦ୍ର ବା ସହରକୁ ପରିବର୍ତ୍ତନ କରିପାରିବେ।