ଜେଇଇ ମେନ୍ ଏବଂ ମେଡିକାଲ୍ ପ୍ରବେଶିକା ପରୀକ୍ଷା ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବିଶେଷ ବ୍ୟବସ୍ଥା

Published: Aug 29, 2020, 1:08 pm IST

ଭୁବନେଶ୍ବର: ରାଜ୍ୟରେ ଜେଇଇ ମେନ୍‌ ଏବଂ ନିଟ୍‌ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ସହରରେ ଲକ୍‌ଡାଉନ୍‌ କିମ୍ବା ସଟ୍‌ଡାଉନ୍‌ ଲାଗୁ କରାଯିବ ନାହିଁ। ସ୍ବତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆରସି) ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି। ସେହିପରି ପରୀକ୍ଷା କେନ୍ଦ୍ର ହୋଇଥିବା ସହରଗୁଡିକରେ କାଲିଠୁ 7ତାରିଖ ଯାଏଁ ଲାଗୁ ଲକ୍‌ଡାଉନ୍‌ ବା ଶଟ୍‌ଡାଉନ୍‌ ଲାଗୁ ହେବନି। ସେହିପରି ସେପ୍ଟେମ୍ବର 12ରୁ 14 ଯାଏଁ ମଧ୍ୟ ଲାଗୁ ହେବନି ଏହି କଟକଣା।

ଜେଇଇ ମେନ୍ ଏବଂ ମେଡିକାଲ୍ ପ୍ରବେଶିକା ପରୀକ୍ଷା ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟ ସରକାର ବିଶେଷ ବ୍ୟବସ୍ଥା କରିଛନ୍ତି। ଇଚ୍ଛୁକ ପରୀକ୍ଷାର୍ଥୀଙ୍କ ପାଇଁ ଜିଲ୍ଲା ସଦରମହକୁମାରୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ଯିବା ଏବଂ ଫେରିବା ତଥା ରହଣିର ବ୍ଯବସ୍ଥା କରାଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ନୋଡାଲ୍ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

Image

ପରୀକ୍ଷା କେନ୍ଦ୍ରକୁ ଯିବା ପୂର୍ବରୁ ଜେଇଇ ପରୀକ୍ଷାର୍ଥୀଙ୍କ ଥର୍ମାଲ ସ୍କ୍ରିନିଂ ହେବ। ସରକାରଙ୍କ କୋଭିଡ୍‌ ଗାଇଡଲାଇନ୍‌ ଅନୁସାରେ ଥର୍ମାଲ ସ୍କ୍ରିନିଂ। ଭୁବନେଶ୍ବରର 6ଟି କେନ୍ଦ୍ରରେ16ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପିଲାଙ୍କ ଅସୁବିଧା ନ ହେବା ନେଇ ପ୍ରସ୍ତୁତ ହେଉଛୁ କହିଲେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ।

Related posts