
ଇନ୍ଦୋର: ଦେଶରେ କରେନା ସଂକ୍ରମଣ ବେଶ୍ ଦ୍ରୁତ ଗତିରେ ମାଡ଼ିଚାଲିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି। ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ବଡ ଖବର ସାମ୍ନାକୁ ଆସିଛି। ଏଠାରେ କରୋନା ସଂକ୍ରମିତରେ ଆଉ ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି। କରୋନା ଯୋଗୁଁ ଦେଶରେ ଓମ ପ୍ରକାଶ ଚୌହାନ ନାମକ ଦ୍ଵିତୀୟ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ଡାକ୍ତର ଓମଙ୍କ ବୟସ ୬୫ ବର୍ଷ ଥିଲା ବୋଲି ଖବର ମିଳିଛି। ସେହିପରି ଗତକାଲି ଇନ୍ଦୋରରେ ୬୫ ବର୍ଷୀୟ ଡାକ୍ତରଙ୍କ ମୃତ୍ୟୁ ହୋଇଥିଲା।
ଇନ୍ଦୋରରେ କରୋନା ଦ୍ରୁତ ଗତିରେ ବଢି ଚାଲିଥିବାବେଳେ ସରକାରଙ୍କ ତରଫରୁ ଏହାର ମୁକାବିଲା ପାଇଁ ବହୁ ପଦକ୍ଷେପ ନିଆଯାଉଛି। ମଧ୍ୟପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୯ ରହିଥିବାବେଳେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି। ସାରା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୪୧୨ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୧୯୯ରେ ପହଞ୍ଚିଛି।(ଏଜେନ୍ସି)