Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୁମ୍ଭକର୍ଣ୍ଣ ନିଦ୍ରାରେ ବାଣପୁର ଏନ୍‌ଏସି ପ୍ରଶାସନ: ଐତିହ୍ୟ ସମ୍ପନ୍ନ ଦକ୍ଷପ୍ରଜାପତି ମନ୍ଦିର ଚତୁଃପାର୍ଶ୍ବରେ ଅସ୍ଥାୟୀ ଡମ୍ପିଂୟାର୍ଡକୁ ନେଇ ସନ୍ଦେହ ଘେରରେ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ
ଆଜିର ଖବର

କୁମ୍ଭକର୍ଣ୍ଣ ନିଦ୍ରାରେ ବାଣପୁର ଏନ୍‌ଏସି ପ୍ରଶାସନ: ଐତିହ୍ୟ ସମ୍ପନ୍ନ ଦକ୍ଷପ୍ରଜାପତି ମନ୍ଦିର ଚତୁଃପାର୍ଶ୍ବରେ ଅସ୍ଥାୟୀ ଡମ୍ପିଂୟାର୍ଡକୁ ନେଇ ସନ୍ଦେହ ଘେରରେ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ

April 11, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର: କରୋନା ମୁକାବିଲାକୁ ନେଇ ପୁରା ଭାରତବର୍ଷର ପ୍ରଶାସନ ଅତି ସମ୍ବେଦନଶୀଳ ରହିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନ.ଏ.ସି ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି। ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ କେବଳ ଲୋକ ଦେଖାଣିଆ ସଚେତନ କରୁଥିବାବେଳେ ବାସ୍ତବିକ ସମସ୍ୟାକୁ ସମ୍ପୂର୍ଣ୍ଣ ଆଖି ବୁଜିଦେଇଛନ୍ତି। ଏପରି ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ବାଣପୁର ଏନ.ଏ.ସି ର ୯ ନମ୍ବର ୱାର୍ଡରେ। ଏହି ୱାର୍ଡରେ ବାଣପୁର ତଥା ଭାରତ ବର୍ଷ ଇତିହାସର ମୂକସାକ୍ଷୀ ଥିବା ଶ୍ରୀ ଦକ୍ଷପ୍ରଜାପତି ମନ୍ଦିର ଅବସ୍ଥିତ। ଏହି ମନ୍ଦିରର କାରୁକାର୍ଯ୍ୟ ଓ ନିର୍ମାଣଶୈଳୀ ପୁରୀ ଶ୍ରୀଜଗନାଥ ମନ୍ଦିର ଓ ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିରର ଅବିକଳ ନକଲ। ହଜାର  ହଜାର  ବର୍ଷର ଐତିହ୍ୟ ସାଜିଥିବା ଏହି  ପୁରୁଣା ମନ୍ଦିର ବର୍ତ୍ତମାନ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ଅଛି। କିନ୍ତୁ  ଭାରତୀୟ ସଂସ୍କୃତିର ଅନନ୍ୟ ଉଦାହରଣ ସାଜିଥିବା ଏହି ମନ୍ଦିରର ଚତୁଃପାର୍ଶ୍ୱ ବର୍ତ୍ତମାନ ଅତି ବିପଦସଂକୁଳ ଅବସ୍ଥାରେ ଅଛି। ଏହି ଐତିହ୍ୟସମ୍ପନ୍ନ ମନ୍ଦିରକୁ ଲାଗି ଏନ.ଏ.ସିର ଅସ୍ଥାୟୀ ଡମ୍ପିଂ ୟାର୍ଡ଼ ଗଠନ ହୋଇଛି ବୋଲି ଅଭିଯୋଗ ହେଉଛି। ସହରର ଦିନତମାମର  ସମସ୍ତ ଅଳିଆ ଆବର୍ଜନାକୁ ଖୋଦ ଏନ.ଏ.ସି ସଫେଇ କର୍ମଚାରୀଙ୍କ ଦ୍ୱାରା ଉକ୍ତ ମନ୍ଦିର ପାର୍ଶ୍ୱରେ ଜମା କରାଯାଉଛି ଯାହା ଓଡ଼ିଶା ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନକୁ ଏକ ଶକ୍ତ ଚାପୁଡ଼ା ମାରିଛି। ସମ୍ପ୍ରତି କରୋନା ସମୟରେ ସ୍ବଚ୍ଛତା ଓ ପରିମଳକୁ ସର୍ବାଗ୍ରେ ଗୁରୁତ୍ବ ଦେଉଥିବା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଏଠି ଖୋଲାଖୋଲି ଉଲ୍ଲଂଘନ ହେଉଛି, ତାହା ପୁଣି ଖୋଦ୍‌ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦ୍ବାରା।

ଅସ୍ଥାୟୀ ରୂପେ ଜମା କରାଯାଉଥିବା ଆବର୍ଜନା ସ୍ଥଳୀର ଚତୁର୍ପାଶ୍ଵରେ ଦକ୍ଷପ୍ରଜାପତି ମନ୍ଦିର, ଏକ ମସ୍‌ଜିଦ୍‌, ସାତବଖରା ମନ୍ଦିର ଏବଂ ୟୁକୋ ବ୍ୟାଙ୍କ ରହିଛି। ବାଣପୁର ବାଲୁଗାଁର ଏହା ହେଉଛି ମୁଖ୍ୟ ରାସ୍ତା। ଏଠି ପ୍ରଶ୍ନ ଉଠୁଛି ସହର ମଧ୍ୟରେ ଥିବା ଏଭଳି ଗୁରୁତ୍ୱପୂର୍ଣ୍ଣ ଅଂଚଳରେ ଅସ୍ଥାୟୀ ଡମ୍ପିଂୟାର୍ଡ଼ କରିବା କେତେଦୂର ଠିକ? ଐତିହ୍ୟ ସମ୍ପନ୍ନ ମନ୍ଦିର ତଥା ବାଣପୁର-ବାଲୁଗାଁର ମୁଖ୍ୟ ଅଞ୍ଚଳ ପାଖରେ ଡିମ୍ପିଂୟାର୍ଡ କରିବାକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏନ୍‌ଏସି କେଉଁ ପରିପ୍ରେକ୍ଷୀରେ ଏକ ଐତିହାସିକ ମନ୍ଦିର ପାଖରେ ଅଳିଆ ଆବର୍ଜନା ପକାଇବାକୁ ଅନୁମତି ଦେଇଛନ୍ତି ତାହା ଅନ୍ୟ ଏକ ପ୍ରଶ୍ନ।

ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗର ଅଧିନିୟମ ୧୯୫୮ ଅନୁଯାୟୀ ମନ୍ଦିର ପ୍ରାଚୀରଠୁ ୨୦୦ ମିଟର ପର୍ଯ୍ୟନ୍ତ ଅଞ୍ଚଳ ନିଷିଦ୍ଧାଞ୍ଚଳ ଘୋଷିତ କରାଯାଇଛି । ଏହି ନିୟମ ଅନୁସାରେ ମନ୍ଦିରକୁ କ୍ଷତି ପହଞ୍ଚୁଥିବା, କିମ୍ବା ମନ୍ଦିରକୁ ବିକୃତ କରୁଥିବା କୌଣସ କାର୍ଯ୍ୟ କରିବା ଧର୍ତ୍ତବ୍ୟ ଅପରାଧ ଅଟେ। ଯଦି ଏହାର ବ୍ୟତିକ୍ରମ ଘଟେ ତାହାଲେ ଏହାପାଇଁ ୫୦୦୦ ଟଙ୍କା  ଜୋରିମାନା କିମ୍ବା ୩ ମାସ କାରାଦଣ୍ଡ କିମ୍ବା ଉଭୟ ଦଣ୍ଡ ବିଧାନ ଅଛି। ମାତ୍ର ଏନଏସି ପ୍ରତ୍ନତତ୍ତ୍ବ ଆଇନର ଉଲ୍ଲଂଘନ କରି ମଧ୍ୟ ଦଣ୍ଡିତ ହୋଇନାହିଁ। ସେହିପରି ଭାବେ ଏଠାରେ ଏନଏସିର କାର୍ଯ୍ୟଶୈଳୀ ସହ ପ୍ରତ୍ନତତ୍ତ୍ୱ ବିଭାଗର ଅପାରଗତା ଏଠି ସ୍ପଷ୍ଟ ବାରି  ହେଉଛି। ଏହି ମନ୍ଦିରକୁ ସୁରକ୍ଷା ଦେବା ପାଇଁ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ୩-୪ ସୁରକ୍ଷାକର୍ମୀ ମୁତୟନ କରାଯିବାର ପ୍ରାବଧାନ ଥିବାବେଳେ ଜଣେ ମାତ୍ର ସୁରକ୍ଷାକର୍ମୀ ମୁତୟନ ହୋଇଥିବା ଅଭିଯୋଗ ହେଉଛି। ମନ୍ଦିର ପାଖରେ ଅଳିଆ ଆବର୍ଜନା କରିବା ସମୟରେ ସୁରକ୍ଷା କର୍ମୀ ଓ ପ୍ରତ୍ନତତ୍ତ୍ବ ବିଭାଗ ଚୁପ୍‌ ରହିବା ଏବେ ଅନେକଙ୍କୁ ସନ୍ଦେହରେ ପକାଉଛି।

ମାସକୁ ମାସ ମୋଟା ଅଙ୍କର ଦରମା ପାଇଁ ପ୍ରତ୍ନତତ୍ତ୍ଵ ବିଭାଗର ଅଧିକାରୀ ମାନେ ଘରେ ଶୋଉଚନ୍ତି ଯାହାଦ୍ୱାରା ଆଜି ମନ୍ଦିରର ଏହି ଅବସ୍ଥା।  ଅନ୍ୟ ଏକ ଦୃଷ୍ଟିରୁ ଦେଖିଲେ ଏହି ମନ୍ଦିର ଓ ଭଗବତୀ ମନ୍ଦିରର ପରିଚାଳନା ପାଇଁ ସରକାରଙ୍କ ଦେଵଦତ୍ତର ବିଭାଗ ଦ୍ୱାରା ଦକ୍ଷପ୍ରଜାପତି-ଭଗବତୀ ଏଣ୍ଡାଓମେଣ୍ଟ କମିଟି ଗଠନ କରାଯାଇଅଛି। ମାନବିକତା ଦୃଷ୍ଟିରୁ କମିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଏହାକୁ ବାରଣ କରିବା କଥା ଯେହେତୁ ସେ ମଧ୍ୟ ମନ୍ଦିର ପରିଚାଳନାର ଅଂଶବିଶେଷ। ସରକାରୀ କର୍ମଚାରୀମାନେ ନିଜ ଭିତରେ ମଧୁର ସମ୍ପର୍କ ରଖି ଏପରି କାର୍ଯ୍ୟକୁ ଅଭିଯୋଗ କରୁନଥିବା ନେଇ ସନ୍ଦେହ ସୃଷ୍ଟି ହେଉଛି।

କରୋନା ଯୋଗୁଁ ଏନ୍‌ଏସି ସ୍ବଚ୍ଛ ଓ ପରିଷ୍କାର ରଖିବା ଏନଏସିର କାର୍ଯ୍ୟ ରହିଥିବାବେଳେ ସହରର ୧୫ ଗୋଟି ୱାର୍ଡରୁ କୋଉ ଗୋଟିଏ ହେଲେ ୱାର୍ଡ ରେ ବ୍ଲିଚିଙ୍ଗ ପଡୁନଥିବା ଅଭିଯୋଗ ହେଉଛି। ସେହିପରି କିଛି ଦିନ ତଳେ ଏନ.ଏ.ସି ତରଫରୁ ଆଖି ଦେଖାଣିଆ ୩-୪ ଟି  ୱାର୍ଡ ରେ ବିଶୋଧନ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଅନ୍ୟ ୱାର୍ଡ କଣ ଏନ.ଏ. ସି ର ସାବତ ପୁଅ ବୋଲି ୱାର୍ଡ ବାସୀ ଅଭିଯୋଗ କରୁଛନ୍ତି। ସେହିପରି ମାସ୍କ ବଣ୍ଟନ, ରନ୍ଧା ଖାଦ୍ୟ ବଣ୍ଟନରେ ମଧ୍ୟ ଅନିୟମିତତା ଦେଖାଯାଇଛି।

ଲକ୍‌ଡାଉନ୍‌ ନିୟମକୁ ଏଠାରେ କଡାକଡି କରି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶଂସା ସାଉଁଟିଥିବାବେଳ ସବୁ ଗରିବଙ୍କୁ ଖାଦ୍ୟ ଓ ଅସ୍ଥାୟୀ ଡମ୍ପିଂୟାର୍ଡ ବିଷୟରେ ଚିନ୍ତା କରିବାର ବେଳ ଆସିଛି। ଦକ୍ଷପ୍ରଜାପତି ମନ୍ଦିର ପାର୍ଶ୍ୱରୁ ତୁରନ୍ତ ଅସ୍ଥାୟୀ ଡମ୍ପିଂୟାର୍ଡ଼ ଉଠାଯାଇ ସେହି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଉ ବୋଲି ସହରବାସୀ ଦାବି କରିଛନ୍ତି।

ଏନ୍‌ଏସି ପ୍ରଶାସନ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକାରେ ମେଗା ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

January 11, 2026

ଜାନୁଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

January 11, 2026

ସମ୍ବଲପୁରରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲ୍‌ଡିଙ୍ଗର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

January 11, 2026

ସମ୍ବଲପୁର ପାଇଁ ୪୫୧ କୋଟି ଟଙ୍କା ବ୍ୟୟର ୨୪ ଘଣ୍ଟିଆ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର କଲେ ମୁଖ୍ୟମନ୍ତ୍ରୀ

January 11, 2026
Latest News

ଚିଲିକାରେ ମେଗା ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

January 11, 2026

ଜାନୁଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

January 11, 2026

ସମ୍ବଲପୁରରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲ୍‌ଡିଙ୍ଗର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

January 11, 2026

ସମ୍ବଲପୁର ପାଇଁ ୪୫୧ କୋଟି ଟଙ୍କା ବ୍ୟୟର ୨୪ ଘଣ୍ଟିଆ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର କଲେ ମୁଖ୍ୟମନ୍ତ୍ରୀ

January 11, 2026

ଅନ୍ୟ ପିଲାମାନଙ୍କ ସହିତ ନିଜ ପିଲାକୁ ତୁଳନା କରୁଛନ୍ତି କି?: ଛାଡନ୍ତୁ ଏହି ଅଭ୍ୟାସ

January 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.