Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବୈଠକ ଜାରି : ଲକ୍‌ ଡାଉନ୍‌ ଅବଧି ବୃଦ୍ଧି ନେଇ ପ୍ରସ୍ତାବ ଦେଲେ କେଜ୍‌ରୀଓ୍ବାଲ
ଆଜିର ଖବର

ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବୈଠକ ଜାରି : ଲକ୍‌ ଡାଉନ୍‌ ଅବଧି ବୃଦ୍ଧି ନେଇ ପ୍ରସ୍ତାବ ଦେଲେ କେଜ୍‌ରୀଓ୍ବାଲ

April 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିଛନ୍ତି । ଏହି ବୈଠକରେ କରୋନା ଜନିତ ଦେଶରେ ଜାରି ହୋଇଥିବା ଲକ୍‌ ଡାଉନ୍‌କୁ ନେଇ ଆଲୋଚନା କରାଯାଇଥିଲା ।  କରୋନା ସହ ମୁକାବିଲା କରିବା ପାଇଁ କେନ୍ଦ୍ରସରକାର ଦେଶରେ 21 ଦିନିଆ ଲକ୍‌ ଡାଉନ୍‌ର ଘୋଷଣା କରିଥିଲେ । ମାର୍ଚ୍ଚ 24 ତାରିଖରେ ଦେଶରେ 21 ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରାଯାଇଥିଲା । ଏହି ଲକ୍‌ ଡାଉନ୍‌ର ଶେଷ ଦିନ ଏପ୍ରିଲ୍‌ 14 ତାରିଖ ରହିଥିବାବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ । ସେହିପରି କରୋନା ସହ ଲଢିବା ପାଇଁ ମଧ୍ୟ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ଦେଶରେ ଜାରି ରହିଥିବା ଏପରି ସଂକଟ ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ  କାନ୍ଧ ମିଳାଇ ଚାଲିବା ଉପରେ ଗୁରୁତ୍ବାରୋପ କରିଥିଲେ । କରୋନା ସମ୍ପର୍କରେ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଲୋଡିଛନ୍ତି । ମୋତେ ପରାମର୍ଶ ଦିଅନ୍ତୁ ଓ ମୁଁ 24 ଘଣ୍ଟା ଉପଲବ୍ଧ ରହିବି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହି ବୈଠକରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲା ଅପ୍ରେଲ 30 ପର୍ଯ୍ୟନ୍ତ ଲକ୍‌ ଡାଉନ୍‌ ଅବଧିକୁ ଘୁଞ୍ଚାଇବା ନେଇ ପ୍ରସ୍ତାବ ରଖିଥିଲେ । କେଜରୀଓ୍ବାଲ କହିଛନ୍ତି ଯେ, ଲକ୍‌ ଡାଉନ୍‌ ଅବଧିକୁ ରାଷ୍ଟ୍ରୀୟ ସ୍ତରରେ ବୃଦ୍ଧି କରିବାର ଆବଶ୍ୟକତା ରହିଛି । ରାଜ୍ୟ ସ୍ତରରେ ଏହା କରାଗଲେ ସେତେ ଫଳପ୍ରଦ ହେବ ନାହିଁ ବୋଲି କେଜରୀଓ୍ବାଲ କହିଛନ୍ତି । ଏହି ବୈଠକରେ ପଞ୍ଜାବ ଓ ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମଧ୍ୟ ଦେଶରେ ଲକ୍‌ ଡାଉନ୍‌ ବଢାଇବା ନେଇ ପ୍ରସ୍ତାବ ରଖିଛନ୍ତି । ଏହି ବୈଠକ ପୂର୍ବରୁ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଲକ୍‌ ଡାଉନ୍‌ ଅବଧିକୁ ଏପ୍ରିଲ୍‌ 30 ପର୍ଯ୍ୟନ୍ତ ବଢାଇବା ନେଇ ନିଷ୍ପତ୍ତି ନେଇଥିବାବେଳେ ଦ୍ବିତୀୟ ରାଜ୍ୟ ଭାବେ ପଞ୍ଜାବ ଏହାକୁ ମେ 1 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି ।

ପୂର୍ବରୁ ଲକ୍‌ ଡାଉନର ଅବଧି ଘୁଞ୍ଚାଇବା ନେଇ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ସଂକେତ ଦେଇଥିଲେ । ଏହି ବୈଠକରେ 80 ପ୍ରତିଶତ ରାଜନୈତିକ ନେତା ଲକ୍‌ ଡାଉନ୍‌ର ଅବଧିକୁ ବୃଦ୍ଧି କରିବା ନେଇ ପ୍ରସ୍ତାବ ରଖିଥିଲେ ।

ସୂଚନାଯୋଗ୍ୟ,  ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 7000 ପାର୍‌ କରିଥିବାବେଳେ 239ଜଣ ଏହି ରୋଗରେ ମୃତ୍ୟୁବରଣ କରିସାରିଛନ୍ତି ।  ଆଜି ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମାସ୍କ ପିନ୍ଧିଥିବାର ନଜର ଆସିଥିଲେ । କରୋନା ସତର୍କତା ନେଇ ମାସ୍କ ପିନ୍ଧିବାକୁ ଓଡ଼ିଶାରେ ବାଧ୍ୟତା ମୂଳକ କରାଯାଇଛି । (ଏଜେନ୍ସି)

 

Lockdown
Share. Facebook Twitter LinkedIn Email WhatsApp Copy Link

Related Posts

ସୁଜାତାଙ୍କୁ ବିଜେଡିରେ ସାମିଲ କରି ନବୀନ ପଟ୍ଟନାୟକ କହିଦେଲେ ଏକ ବଡ କଥା..

June 25, 2026

ବିଜେଡିରେ ସାମିଲ ହେଲେ ସୁଜାତା କାର୍ତ୍ତିକେୟନ ରାଉତ, ନବୀନ ଘୋଷଣା କରି କହିଲେ..

June 25, 2026

ମୋଦି ସରକାରଙ୍କ ମନ୍ତ୍ରୀମଣ୍ଡଳ ବିସ୍ତାରକୁ ନେଇ ଚର୍ଚ୍ଚା: ଜାଣନ୍ତୁ କାହା ଉପରେ ଝୁଲୁଛି ଖଣ୍ଡା?

June 25, 2026

ଶଙ୍ଖ ଭବନରେ ବିଜେଡି ବୈଠକ, କିଛି ସମୟ ପରେ ସୁଜାତା ମିଶିବା ନେଇ ହେବ ଘୋଷଣା

June 25, 2026
Latest News

ସୁଜାତାଙ୍କୁ ବିଜେଡିରେ ସାମିଲ କରି ନବୀନ ପଟ୍ଟନାୟକ କହିଦେଲେ ଏକ ବଡ କଥା..

June 25, 2026

ବିଜେଡିରେ ସାମିଲ ହେଲେ ସୁଜାତା କାର୍ତ୍ତିକେୟନ ରାଉତ, ନବୀନ ଘୋଷଣା କରି କହିଲେ..

June 25, 2026

ମୋଦି ସରକାରଙ୍କ ମନ୍ତ୍ରୀମଣ୍ଡଳ ବିସ୍ତାରକୁ ନେଇ ଚର୍ଚ୍ଚା: ଜାଣନ୍ତୁ କାହା ଉପରେ ଝୁଲୁଛି ଖଣ୍ଡା?

June 25, 2026

ଶଙ୍ଖ ଭବନରେ ବିଜେଡି ବୈଠକ, କିଛି ସମୟ ପରେ ସୁଜାତା ମିଶିବା ନେଇ ହେବ ଘୋଷଣା

June 25, 2026

ରାମ ମନ୍ଦିର ଦାନ ଚୋରି ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ!: ଛଅ ଜଣଙ୍କ ବିରୁଦ୍ଧରେ ରୁଜୁ ହେବ ଏଫଆଇଆର

June 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.