ଲକ୍‌ ଡାଉନ୍‌ ଭାଙ୍ଗି ଖେଳୁଥିଲେ କ୍ରିକେଟ, ବଲ୍‌ ପାଇଁ ଚାଲିଗଲା ଜୀବନ

Published: Apr 12, 2020, 10:27 am IST

ଛତିଶଗଡ: ସାରା ବିଶ୍ବରେ କରୋନା ମହାମାରୀ ରୂପ ନେଇସାରିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା 17 ଲକ୍ଷ ଟପିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଲକ୍ଷେ ଟପିସାରିଛି। ଦେଶରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 8 ହଜାର ଟପି ସାରିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଥିବାବେଳେ ଏହାକୁ ରୋକିବା ପାଇଁ 21 ଦିନିଆ ଲକ୍‌ ଡାଉନ୍‌ ଲାଗୁ କରାଯାଇଛି। କିନ୍ତୁ ଦେଶର ଅଧିକାଂଶ ସ୍ଥାନରେ ଏହି ନିୟମକୁ ଉଲ୍ଲଂଘନ ହେଉଥିବାର ଦେଖିବାକୁ ମିଳୁଛି। ଏହାର ଏକ ପ୍ରମାଣ ଦେଖିବାକୁ ମିଳିଛି ଛତିଶଗଡଠାରେ।

ଛତିଶଗଡର ଧମତରୀର କିଛି ଯୁବକମାନେ ଲକ୍‌ ଡାଉନ୍‌ ଲାଗୁ ହୋଇଥିବା ସତ୍ତ୍ବେ କ୍ରିକେଟ୍‌ ଖେଳୁଥିଲେ। ଏହି ଖେଳ ସମୟର ଜଣେ ଯୁବକଙ୍କର ମୃତ୍ୟୁହୋଇଯାଇଛି। ମିଳିଥିବା ସୂଚନା ଅନୁସାରରେ କ୍ରିକେଟ ଖେଳୁଥିବା ସମୟରେ ଏକ ବଲ୍‌କୁ କ୍ୟାଚ୍‌ ଧରିବାକୁ ଯାଇ ଦୁହିଁଙ୍କର ଧକ୍କା ହୋଇଥିଲା। ଏହି ଧକ୍କା ଫଳରେ ଜଣେ ଯୁବକ ଗୁରୁତର ହୋଇଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଧମତରୀ ଜିଲ୍ଲା ହସ୍ପିଟାଲ ନିଆଯାଇଥିଲା। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଯୁବକ ଜଣକ ରାୟପୁରର ଏକ କଲ୍‌ ସେଣ୍ଟରରେ କାମ  କରୁଥିଲେ। ତେବେ ସେଠାରେ ଧାରା 144ଜାରି ହୋଇଥିବାବେଳେ ସେଠାରେକ କିପରି କ୍ରିକେଟ୍‌ ଖେଳ ହେଉଥିଲା ତାହାକୁ ନେଇ ପ୍ରଶ୍ନ ଉଠିଛି।

Related posts