କୋଭିଡ-୧୯ ମୁକାବିଲା ଲାଗି ୨ ହଜାର ଏନ୍‌ସିସି କ୍ୟାଡେଟ୍‌ ନିଯୁକ୍ତ

Published: Apr 12, 2020, 3:21 pm IST

ନୂଆଦିଲ୍ଲୀ: ଏପ୍ରିଲ ପହିଲାଠାରୁ ଦେଶରେ କରୋନା ମହାମାରୀର ମୁକାବିଲା ଲାଗି ସମର ଶିକ୍ଷାର୍ଥୀମାନେ ଏକ୍ସର୍ସାଇଜ ଏନସିସି ଯୋଗଦାନ କାର୍ଯ୍ୟକ୍ରମ ଅଧୀନରେ ପ୍ରଶାସନ ସହ କାନ୍ଧକୁ କାନ୍ଧ ମିଳାଇ କାମ କରିଆସୁଛନ୍ତି। ପ୍ରାୟ ୨ ହଜାର ସମର ଶିକ୍ଷାର୍ଥୀ ଦେଶର ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମୁତୟନ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସର୍ବାଧିକ ୩୦୬ ଜଣ ତାମିଲନାଡୁରେ ମୁତୟନ ହୋଇଛନ୍ତି। ଲକଡାଉନ ଯୋଗୁଁ ବିଭିନ୍ନ ରାଜ୍ୟ ପକ୍ଷରୁ ସମର ଶିକ୍ଷାର୍ଥୀମାନଙ୍କ ସହଯୋଗ କାମନା କରାଯାଇଥିବା ବେଳେ ପ୍ରାୟ ୫୦ ହଜାର ସମର ଶିକ୍ଷାର୍ଥୀ ସ୍ଵେଚ୍ଛାକୃତ ସେବା ପାଇଁ ନିଜର ସହମତି ପ୍ରକାଶ କରିଛନ୍ତି। ୧୮ ବର୍ଷରୁ ଊର୍ଦ୍ଧ୍ଵ ସିନିୟର ଡିଭିଜନର ଉଭୟ ବାଳିକା ଓ ବାଳକ ସମର ଶିକ୍ଷାର୍ଥୀ ଏହି କାର୍ଯ୍ୟକ୍ରମରେ ଯୋଗଦେଉଛନ୍ତି। (ଏଜେନ୍ସି)

Related posts