ମୋଦିଙ୍କୁ ପୂର୍ବରୁ ଦେଶକୁ ବାର୍ତ୍ତା ଦେଲେ ସୋନିଆ

Published: Apr 14, 2020, 8:43 am IST

ନୂଆଦିଲ୍ଲୀ : ମୋଦିଙ୍କ ପୂର୍ବରୁ ଦେଶବାସୀଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ଜାରି କଲେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି । କରୋନା ବିରୋଧରେ ଲଢ଼େଇ କରୁଥିବା ସମସ୍ତ କୋଭିଡ ଯୋଦ୍ଧାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ବିଶେଷ କରି ଡାକ୍ତର, ନର୍ସ, ସାନିଟେସନ କର୍ମଚାରୀ ଓ ପୁଲିସ୍‌ମାନଙ୍କୁ ଭିଡିଓ ଜାରି କରି ଶୁଭେଚ୍ଛା ଓ ସାଧୁବାଦ ଜଣାଇଛନ୍ତି। ଏଥିସହ ସେ ଲୋକଙ୍କୁ ଲକଡାଉନର ନିୟମ ଓ ସାମାଜିକ ଦୂରତାକୁ ପାଳନ କରିବାକୁ ନିବେଦନ କରିଛନ୍ତି। ଏହି ଭିଡିଓରେ ସୋନିଆ କରୋନା ବିରୁଦ୍ଧରେ ସାରା ଭାରତବାସୀ ସମେସ୍ତ ମିଳିମିଶି ଲଢେଇ କରୁଛନ୍ତି । କଂଗ୍ରେସ ମଧ୍ୟ ଆପଣଙ୍କ ସାଥୀରେ ରହିଛି ବୋଲି କହିଛନ୍ତି ସୋନିଆ। କରୋନା ଯୋଦ୍ଧାକୁ ସହଯୋଗ କରିବାକୁ ଅପିଲ୍‌ କରିଛନ୍ତି ସୋନିଆ । ସେହିପରି ସାରା ଦେଶବାସୀଙ୍କ କରୋନା ବିରୁଦ୍ଧରେ ଯେଉଁଭଳି ଭାବରେ ଧୈର୍ଯ୍ୟର ସହ ଲଢେଇ କରୁଛନ୍ତି, ସେଥିପାଇଁ ସମଗ୍ର ଭାରତବାସୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ସୋନିଆ ।

ସୂଚନାଯୋଗ୍ୟ, ଆଜି କରୋନା ମୁକାବିଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନ 10ଟା ସମୟରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ପୂର୍ବରୁ ଜାରି ହୋଇଥିବା 21 ଦିନିଆ ଲକ୍‌ଡାଉନ୍‌ର ଆଜି ହେଉଛି ଅନ୍ତିମ ଦିବସ । ତେବେ ମୋଦି ଲକ୍‌ଡାଉନ୍‌ର ଅବଧିକୁ ବୃଦ୍ଧି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । (ଏଜେନ୍ସି)

Related posts