
ଲୋକପ୍ରିୟ ଟିଭି ଶୋ ‘ହୁ ଇଜ୍ ଦ ବସ୍’ ର ଅଭିନେତ୍ରୀ ତଥା ଦୁଇ ଦୁଇ ଥର ଗୋଲ୍ଡେନ ଗ୍ଲୋବ ବିଜେତା କ୍ୟାଥେରିନ ହେଲମଣ୍ଡଙ୍କର ୮୯ ବର୍ଷ ବୟସରେ ଦେହାନ୍ତ ହୋଇଛି । ଆଲଜିମର ରୋଗର ଜଟିଳତା ଯୋଗୁଁ ତାଙ୍କର ଦେହାନ୍ତ ହୋଇଛି । ହେଲମଣ୍ଡ ସାତ ଥର ଏମୀ ଆୱାର୍ଡ୍ସ ପାଇଁ ବିବେଚିତ ହୋଇଛନ୍ତି ସେଥି ମଧ୍ୟରେ ୨୦୦୨ ରେ ଟିଭି ଶୋ ଏଭ୍ରିବୋଡି ଲଭ୍ସ ରେମଣ୍ଡ ଭଳି ଟିଭି ଶୋ ଅନ୍ତର୍ଗତ । ‘ହୁ ଇଜ୍ ଦ ବସ୍’ରେ ଜୁଡିଥ୍ ଲାଇଟ୍ସ ମଦର ମୋନା ରବିନ୍ସନ୍ ଭାବେ ବେଶ୍ ପ୍ରଶଂସା ସାଉଁଟିଥିଲେ । ଏହି ଶୋ’ରେ ଟୋନି ଡାନ୍ଜା ଓ ଆଲେସା ମିଲାନୋ ପ୍ରମୁଖ ଅଭିନୟ କରୁଥିଲେ । ଏହି ଧାରାବାହିକ ପାଇଁ କ୍ୟାଥେରିନ୍ ୧୯୮୯ ମସିହାରେ ଶ୍ରେଷ୍ଠ ସହଯୋଗୀ କଳାକାରର ସମ୍ମାନ ପାଇଥିଲେ ।
Tags: Katherine, thesamikshya