Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିଲ୍ଲୀର ଯମୁନାଘାଟରେ ଏକାଠି ହେଲେ ଶ୍ରମିକ : ଲକ୍ ଡାଉନ୍‌ ସମୟରେ ସାମାଜିକ ଦୂରତ୍ବକୁ ଫୁ’
ଆଜିର ଖବର

ଦିଲ୍ଲୀର ଯମୁନାଘାଟରେ ଏକାଠି ହେଲେ ଶ୍ରମିକ : ଲକ୍ ଡାଉନ୍‌ ସମୟରେ ସାମାଜିକ ଦୂରତ୍ବକୁ ଫୁ’

April 15, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଚାଲିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି । କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ କରୋନା ସହ ମୁକାବିଲା କରିବାରେ ଜୋରସୋର୍‌ର ପ୍ରସ୍ତୁତି ଚଲାଇଛନ୍ତି । କରୋନା ସହ ଦୃଢ ମୁକାବିଲା ପାଇଁ ସାରା ରାଜ୍ୟରେ ଲକ୍‌ ଡାଉନ୍‌ ଜାରି କରାଯାଇଛି । କରୋନା କବଳରୁ କେବଳ ସାମାଜିକ ଦୂରତ୍ବ ଜରିଆରେ ଏହି ସଂକ୍ରମଣକୁ ରୋକାଯାଇପାରିବ । କିନ୍ତୁ ବହୁ ଜାଗାରେ ଏହି ନିୟମକୁ ଖୋଲାଖୋଲି ଉଲ୍ଲଂଘନ ହେଉଥିବାର ଦେଖିବାକୁ ମିଳିଛି । ଗତକାଲି ମୁମ୍ବାଇର ବାନ୍ଦ୍ରା ସହରରେ ଶହ ଶହ ପ୍ରବାସୀ ଶ୍ରମିକ ରାସ୍ତା ଉପରକୁ ଆସି ସାମାଜିକ ଦୂରତ୍ବକୁ ଫୁ’ କରିଥିବାବେଳେ ଆଜି ସେହିପରି ସମାନ ଅବସ୍ଥା ଦିଲ୍ଲୀରେ ଦେଖିବାକୁ ମିଳିଛି ।  ଦିଲ୍ଲୀର କାଶ୍ମୀର ଗେଟ୍‌ ନିକଟରେ ଯମୁନା ନଦୀ ପାଖରେ ବହୁ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ଏହି ଘଟରା ପରେ ଦିଲ୍ଲୀ ସରକାରଙ୍କ ଉପରକୁ ମଧ୍ୟ ପ୍ରଶ୍ନ ଉଠିଛି ।

ଯମୁନା ନଦୀ ପାଖରେ ହଜାର ଜହାର ସଂଖ୍ୟାରେ ଲୋକେ ରହୁଛନ୍ତି । ସରକାରଙ୍କ ମତରେ ଲୋକଙ୍କ ସେଲ୍ଟର ହୋମରେ ରଖାଯାଉଛି । ଖାଦ୍ୟର ପୂରା ବନ୍ଦୋବସ୍ତ କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଦିଆଯାଉଛି ।

କିନ୍ତୁ ସେଠାରେ ରହିଥିବା ଲୋକମାନେ ଖାଦ୍ୟ ଠିକ୍‌ରେ ମିଳୁନଥିବାର ଅଭିଯୋଗ କରିଛନ୍ତି । ସେଠାରେ ରହିଥିବା ଲୋକଙ୍କ ମତରେ ପୂର୍ବରୁ ପ୍ରଶାସନ ତରଫରୁ ଖାଦ୍ୟର ବନ୍ଦୋବସ୍ତ କରାଯାଇଥିଲା । କିନ୍ତୁ ଏବେ ଗୋଟିଏ ସମୟରେ ଖାଇବା ମିଳୁଛି, ତାହା ପୁଣି ଗୁରୁଦ୍ବାର ଲୋକଙ୍କ ତରଫରୁ ।  ନିକଟରେ କାଶ୍ମୀର ଗେଟ୍‌ ନିକଟରେ ଥିବା ସେଲ୍ଟର ହୋମ୍‌ରେ ନିଆଁ ଲାଗିଯିବାକୁ ସେଠାରୁ ଲୋକେ ପଳାୟନ କରିଛନ୍ତି ।

ଅପରପକ୍ଷରେ ଦିଲ୍ଲୀରେ କରୋନା ସ୍ଥିତି ବେଶ୍‌ ଚିନ୍ତାଜନକ ରହିଛି । ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା 1500ରୁ ଉର୍ଦ୍ଧ୍ବ ରହିଥିବାବେଳେ 30 ଜଣ ମୃତ୍ୟୁବରଣ କରି ସାରିଛନ୍ତି । ମହାରାଷ୍ଟ୍ର ପରେ ଦିଲ୍ଲୀରେ ଦ୍ବିତୀୟ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଯମୁନା ଘାଟରେ ଫଶି ରହିଥିବା ଶ୍ରମିକଙ୍କୁ ସ୍ଥାନାନ୍ତର କରିବାକୁ ଆଦେଶ ଦେଇଛନ୍ତି । ସେମାନଙ୍କର ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।(ଏଜେନ୍ସି)

migrantlabours
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟଗୋଷ୍ଠୀ ଭାରୋତ୍ତଳନ ପ୍ରତିଯୋଗୀତା: ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଲେ ଓଡିଶା ଝିଅ

August 26, 2025

୪ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସହ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ବୁଝାମଣାପତ୍ର ସ୍ୱାକ୍ଷର

August 26, 2025

ହସ୍ପିଟାଲ ନିର୍ମାଣ ଦୁର୍ନୀତି ମାମଲା: ଆପ ନେତାଙ୍କ ଘରେ ଇଡି ର ଚଢାଉ

August 26, 2025

ଛଅ ରେଳ କର୍ମଚାରୀ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

August 26, 2025
Latest News

ରାଜ୍ୟଗୋଷ୍ଠୀ ଭାରୋତ୍ତଳନ ପ୍ରତିଯୋଗୀତା: ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଲେ ଓଡିଶା ଝିଅ

August 26, 2025

୪ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସହ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ବୁଝାମଣାପତ୍ର ସ୍ୱାକ୍ଷର

August 26, 2025

ହସ୍ପିଟାଲ ନିର୍ମାଣ ଦୁର୍ନୀତି ମାମଲା: ଆପ ନେତାଙ୍କ ଘରେ ଇଡି ର ଚଢାଉ

August 26, 2025

ବାଲୁଗାଁ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ତାଲିମ କାର୍ଯ୍ୟକ୍ରମ

August 26, 2025

ବାଣପୁର ବ୍ଲକରେ ମିଳିତ ଅଭିଯୋଗ ଶୁଣାଣି ଶିବିର

August 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.