ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। କରୋନା ଯୋଗୁ ମହାରାଷ୍ଟ୍ର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦିଲ୍ଲୀ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ସ୍ଥିତି ମଧ୍ୟ ସାଂଘାତିକ ହେବାରେ ଲାଗିଛି। ଏହି ସବୁ ସ୍ଥାନରୁ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହେଉଛନ୍ତି।
ବିଶ୍ବ ମହାମାରୀ ରୂପ ନେଇଥିବା କରୋନା ଭାରତରେ ମଧ୍ୟ କାୟା ବିସ୍ତାର କରିବାରେ ଲାଗିଛି । କରୋନା ଯୋଗୁଁ ଭାରତର ମହାରାଷ୍ଟ୍ର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଦିଲ୍ଲୀ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ମଧ୍ୟ ସ୍ଥିତି ସଙ୍ଗୀନ୍ ରହିଛି। ଦେଶର କରୋନା ସ୍ଥିତିକୁ ଦେଖି ଲକଡାଉନ୍ର ଅବଧିକୁ ମେ ତିନି ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ଅବସରରେ ନୂତନ ଗାଇଡ୍ ଲାଇନ୍ ମଧ୍ୟ ଜାରି କରାଯାଇଛି । କରୋନା ଅବସ୍ଥାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟା ମନ୍ତ୍ରଣାଳୟ ଦେଶରେ ମୋଟ 170ଟି କରୋନା ହଟସ୍ପଟ ଜିଲ୍ଲା ଚିହ୍ନଟ କରିଛି। ସେହିପରି 270ଟି ଜିଲ୍ଲାକୁ ନନ୍ ହଟସ୍ପଟ ତାଲିକାରେ ରଖାଯାଇଛି।
ଅଧିକ କରୋନା ଆକ୍ରାନ୍ତ ଥିବା ଅଞ୍ଚଳକୁ ହଟସ୍ପଟ୍ ଜିଲ୍ଲାରେ ଚିହ୍ନିତ କରାଯାଇଥିବାସ୍ଥଳେ କମ୍ କରୋନା ବା ସୁସ୍ଥ ହେଉଥିବା ଅର୍ଥାତ୍ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ନ ହେଉଥିବା ସ୍ଥାନକୁ ନନ୍ ହଟସ୍ପଟ ଜିଲ୍ଲା ଭାବେ ଚିହ୍ନିତ କରାଯାଇଛି । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ବିଭିନ୍ନ ରାଜ୍ୟମାନଙ୍କ ସହ ଆଲୋଚନା କରି ଦେଶରେ ମୋଟ ୧୭୦ଟି କରୋନା ହଟସ୍ପଟ ଚିହ୍ନଟ ହୋଇଛି ବୋଲି କହିଥିଲେ । ଏଯାଏ ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। କେବଳ କିଛି ଅଞ୍ଚଳରେ କରୋନା ସଂକ୍ରମଣ ଅଧିକ ରହିଛି ବୋଲି ସେ କହିଛନ୍ତି। ହଟସ୍ପଟ୍ ଓ ନନ୍ ହଟସ୍ପଟ୍ ଅଞ୍ଚଳ ସମ୍ପର୍କରେ ସୂଚନା ଦେବା ସହିତ ହଟସ୍ପଟ୍ ଅଞ୍ଚଳରେ କଣ୍ଟେନମେଣ୍ଟ ଷ୍ଟ୍ରାଟେଜୀ କେମିତି କାର୍ଯ୍ୟକାରୀ ହେଉଛି ସେ ବିଷୟରେ ପ୍ରଚାରି ବୁଝିଥିଲେ।
ଆଜି ରାଜ୍ୟର କ୍ୟାବିନେଟ୍ ସଚିବ ରାଜୀବ ଗାବା ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ, ଡିଜିପି, ସ୍ୱାସ୍ଥ୍ୟ ସଚିବ, ଜିଲ୍ଲାପାଳ, ଏସପି, ପୌରପାଳିକା କମିଶନର ଓ ସିଏମଓମାନଙ୍କ ସହ ଭିଡିଓ କନଫରେନ୍ସିଂ କରି ଲକ୍ ଡାଉନ୍ ନିୟମକୁ ପାଳନ ତଥା କରୋନା ରୋକିବାକୁ ରଣନୀତି ଉପରେ ଆଲୋଚନା କରିଥିଲେ । (ଏଜେନ୍ସି)