Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶରେ 170ଟି ଜିଲ୍ଲାକୁ କରୋନା ହଟସ୍ପଟ୍‌ ଭାବରେ କରାଗଲା ଚିହ୍ନଟ
ଆଜିର ଖବର

ଦେଶରେ 170ଟି ଜିଲ୍ଲାକୁ କରୋନା ହଟସ୍ପଟ୍‌ ଭାବରେ କରାଗଲା ଚିହ୍ନଟ

April 15, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। କରୋନା ଯୋଗୁ ମହାରାଷ୍ଟ୍ର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦିଲ୍ଲୀ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ସ୍ଥିତି ମଧ୍ୟ ସାଂଘାତିକ ହେବାରେ ଲାଗିଛି। ଏହି ସବୁ ସ୍ଥାନରୁ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହେଉଛନ୍ତି।

ବିଶ୍ବ ମହାମାରୀ ରୂପ ନେଇଥିବା କରୋନା ଭାରତରେ ମଧ୍ୟ କାୟା ବିସ୍ତାର କରିବାରେ ଲାଗିଛି । କରୋନା ଯୋଗୁଁ ଭାରତର ମହାରାଷ୍ଟ୍ର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଦିଲ୍ଲୀ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ମଧ୍ୟ ସ୍ଥିତି ସଙ୍ଗୀନ୍‌ ରହିଛି। ଦେଶର କରୋନା ସ୍ଥିତିକୁ ଦେଖି ଲକଡାଉନ୍‌ର ଅବଧିକୁ ମେ ତିନି ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ଅବସରରେ ନୂତନ ଗାଇଡ୍‌ ଲାଇନ୍‌ ମଧ୍ୟ ଜାରି କରାଯାଇଛି । କରୋନା ଅବସ୍ଥାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟା ମନ୍ତ୍ରଣାଳୟ ଦେଶରେ ମୋଟ 170ଟି କରୋନା ହଟସ୍ପଟ ଜିଲ୍ଲା ଚିହ୍ନଟ କରିଛି। ସେହିପରି 270ଟି ଜିଲ୍ଲାକୁ ନନ୍‌ ହଟସ୍ପଟ ତାଲିକାରେ ରଖାଯାଇଛି।

ଅଧିକ କରୋନା ଆକ୍ରାନ୍ତ ଥିବା ଅଞ୍ଚଳକୁ ହଟସ୍ପଟ୍‌ ଜିଲ୍ଲାରେ ଚିହ୍ନିତ କରାଯାଇଥିବାସ୍ଥଳେ କମ୍‌ କରୋନା ବା ସୁସ୍ଥ ହେଉଥିବା ଅର୍ଥାତ୍‌ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ନ ହେଉଥିବା ସ୍ଥାନକୁ ନନ୍‌ ହଟସ୍ପଟ ଜିଲ୍ଲା ଭାବେ ଚିହ୍ନିତ କରାଯାଇଛି । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ବିଭିନ୍ନ ରାଜ୍ୟମାନଙ୍କ ସହ ଆଲୋଚନା କରି ଦେଶରେ ମୋଟ ୧୭୦ଟି କରୋନା ହଟସ୍ପଟ ଚିହ୍ନଟ ହୋଇଛି ବୋଲି କହିଥିଲେ ।  ଏଯାଏ ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। କେବଳ କିଛି ଅଞ୍ଚଳରେ କରୋନା ସଂକ୍ରମଣ ଅଧିକ ରହିଛି ବୋଲି ସେ କହିଛନ୍ତି। ହଟସ୍ପଟ୍‌ ଓ ନନ୍‌ ହଟସ୍ପଟ୍‌ ଅଞ୍ଚଳ ସମ୍ପର୍କରେ ସୂଚନା ଦେବା ସହିତ ହଟସ୍ପଟ୍‌ ଅଞ୍ଚଳରେ କଣ୍ଟେନମେଣ୍ଟ ଷ୍ଟ୍ରାଟେଜୀ କେମିତି କାର୍ଯ୍ୟକାରୀ ହେଉଛି ସେ ବିଷୟରେ ପ୍ରଚାରି ବୁଝିଥିଲେ।

ଆଜି ରାଜ୍ୟର କ୍ୟାବିନେଟ୍‌ ସଚିବ ରାଜୀବ ଗାବା ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ, ଡିଜିପି, ସ୍ୱାସ୍ଥ୍ୟ ସଚିବ, ଜିଲ୍ଲାପାଳ, ଏସପି, ପୌରପାଳିକା କମିଶନର ଓ ସିଏମଓମାନଙ୍କ ସହ ଭିଡିଓ କନଫରେନ୍ସିଂ  କରି ଲକ୍‌ ଡାଉନ୍‌ ନିୟମକୁ ପାଳନ ତଥା କରୋନା ରୋକିବାକୁ ରଣନୀତି ଉପରେ ଆଲୋଚନା କରିଥିଲେ । (ଏଜେନ୍ସି)

coronahotspot
Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.