
ଭୁବନେଶ୍ବର: କରୋନା ପରି ଏକ ମହାବିପତ୍ତି ସମୟରେ ଜିଲ୍ଲାପାଳମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ ବୁଝାଇଛନ୍ତି ଫାଇଭ୍ ଟି ସଚିବ। ଏହି ଅବସରରେ ଏକ ହୃଦୟସ୍ପର୍ଶୀ ଭିଡିଓ ଜାରି କରି ଜିଲ୍ଲାପାଳଙ୍କୁ ସେମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ବ ସମ୍ପର୍କରେ ବୁଝାଇଛନ୍ତି। ଜାରି କରାଯାଇଥିବା ଏହି ଭିଡିଓରେ ୧୯୩୫ ମସିହାର ନ୍ୟୁୟର୍କ ଅଦାଲତରେ ଏକ ସତ୍ୟ କାହାଣୀକୁ ଦର୍ଶାଯାଇଛି।
ଏହି ଭିଡିଓ ଶେଷରେ ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ୍ ଜିଲ୍ଲାପାଳଙ୍କୁ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ‘, ‘ଭାରତର ସଶକ୍ତ ଜିଲ୍ଲାପାଳ (କଲେକ୍ଟର) ଅନୁଷ୍ଠାନ ଭଳି ସମଗ୍ର ବିଶ୍ୱରେ ବହୁତ କମ୍ ଅନୁଷ୍ଠାନ ଅଛି। ସହାୟତା ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏହି ସମୟ ଅପେକ୍ଷା ଉତ୍କୃଷ୍ଟ ସମୟ ହୋଇ ନପାରେ। ନିଜର ଏହି ଶକ୍ତିକୁ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ବ୍ୟବହାର କରନ୍ତୁ। ଅତିରିକ୍ତ ମାଇଲ ଯାଇ ଲୋକଙ୍କ ସେବା କରନ୍ତୁ ଓ ସେବାର ଉତ୍କୃଷ୍ଟ ମାନଦଣ୍ଡ ସ୍ଥିର କରନ୍ତୁ। ସମସ୍ତ ମାନବିକ କାର୍ଯ୍ୟ ବିପଦମୁକ୍ତ”।’ ଦେଶର ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଜିଲ୍ଲାପାଳମାନେ ମାନବିକତା ଆଧାରରେ ନିଜ ଦାୟିତ୍ବ କର୍ତ୍ତବ୍ୟ ପ୍ରତି ସଚେତନ ରହିବାକୁ ଆହ୍ବାନ ଦେଇଛନ୍ତି।