Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଘରୋଇ ବିଦ୍ୟାଳୟଗୁଡିକ ପାଇଁ ନିର୍ଦ୍ଦେଶ ଜାରି କଲେ କେଜରୀଓ୍ବାଲ ସରକାର 
ଆଜିର ଖବର

ଘରୋଇ ବିଦ୍ୟାଳୟଗୁଡିକ ପାଇଁ ନିର୍ଦ୍ଦେଶ ଜାରି କଲେ କେଜରୀଓ୍ବାଲ ସରକାର 

April 17, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସହ ମୁକାବିଲା କରିବା ପାଇଁ ଦେଶରେ ଲକ୍‌ ଡାଉନ୍‌ ଜାରି କରାଯାଇଛି । ସ୍କୁଲ ବନ୍ଦ ରହିଛି । ପିଲାମାନେ ସ୍କୁଲକୁ ଯାଉନଥିବାବେଳେ ସ୍କୁଲ ତରଫରୁ ସ୍କୁଲ ଫିସ୍‌ ପାଇଁ ଚାପ ପଡୁଛି । ସେହିପରି ଲକ୍‌ ଡାଉନ୍‌ ଯୋଗୁଁ କିଛି ଘରୋଇ ସ୍କୁଲର ଶିକ୍ଷକଙ୍କୁ ଦରମା ମଧ୍ୟ ମିଳୁନାହିଁ । ଏହି ସମସ୍ତ ଅସୁବିଧାକୁ ଲକ୍ଷ୍ୟ ରଖି ଦିଲ୍ଲୀ ସରକାର ସ୍କୁଲ ପି’, ଫ୍ରାଇଭେଟ୍‌ ସ୍କୁଲ, ଅନ୍‌ଲାଇନ୍‌ ଫି’, ସ୍କୁଲ କର୍ମଚାରୀଙ୍କ ଦରମାଙ୍କୁ ନେଇ ନିର୍ଦ୍ଦେଶ ଜାରି କରିଛନ୍ତି ।

ଦିଲ୍ଲୀ ସରକାର ପ୍ରାଇଭେଟ୍‌ ସ୍କୁଲ ଗୁଡିକୁ ସ୍କୁଲ ଫି’ ବଢାଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ, ସରକାର ନିଷ୍ପତ୍ତି ନେଇଛନ୍ତି ଯେ, କୌଣସି ଘରୋଇ ବିଦ୍ୟାଳୟ (ଯଦି ଏହା ସରକାରୀ ଜମି ଉପରେ ନିର୍ମିତ ହେଉଥାଉ କିମ୍ବା ବେସରକାରୀ ଜମିରେ) ସ୍କୁଲ ଫି’ରେ ବଢାଇପାରିବେ ନାହିଁ । ସରକାରଙ୍କ ବିନା ଅନୁମତିରେ ସ୍କୁଲ ଦରମା ବଢାଯାଇପାରିବ ନାହିଁ ବୋଲି ସୂଚନା ଦେଇଛନ୍ତି ।

ସେହିପରି ଘରୋଇ ବିଦ୍ୟାଳୟଗୁଡିକ ନିଜର ସମସ୍ତ ଶିକ୍ଷକ, ଅଣ ଶିକ୍ଷକ, କଣ୍ଟ୍ରାକ୍ଟ ତଥା ଅନ୍ୟାନ୍ୟ କର୍ମଚାରୀଙ୍କୁ ଦରମା ଠିକ୍‌ ସମୟରେ ଦେବେ । କରୋନା ସଂକଟ ସମୟରେ ନିଜ ଦାୟିତ୍ବକୁ ବୁଝିବେ ।

ଦିଲ୍ଲୀ ର ଘରୋଇ ସ୍କୁଲ  ପିଲାମାନଙ୍କଠୁ ଏକା ସାଙ୍ଗରେ ତିନି ମାସର ଫି’ ନେଇପାରିବେ ନାହିଁ ।

ଘରୋଇ ବିଦ୍ୟାଳୟଗୁଡିକ କେବଳ ଏକ ମାସର ଟ୍ୟୁସନ୍‌ ଫି’ ନେଇ ପାରିବେ, ଏହା ବ୍ୟତୀତ ଅନ୍ୟ କୌଣସି ପ୍ରକାରର ଫି’ ଆଦାୟ କରିବେ ନାହିଁ ।

ଯଦି କେହି ଛାତ୍ର ଟ୍ୟୁସନ୍‌ ଫି’ ଦେଇପାରିନାହିଁ, ସେହି ପରିସ୍ଥିତିରେ ତାକୁ ଅନ୍‌ଲାଇନ୍‌ କ୍ଲାସ୍‌ରୁ ବାହାର କରାଯାଇପାରିବ ନାହିଁ ।

ସ୍କୁଲ ବନ୍ଦ ରହିଛି । ଏଥିପାଇଁ ଘରୋଇ ବିଦ୍ୟାଳୟଗୁଡିକ ପରିବହନ ଶୁଳ୍କ ଆଦାୟ କରିପାରିବେ ନାହିଁ । ଯଦି ଏପରି କିଛି କରନ୍ତି ତେବେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

kejriwal private school
Share. Facebook Twitter LinkedIn Email WhatsApp Copy Link

Related Posts

୧୯ରୁ ୨୪ ପ୍ରବଳ ଗ୍ରୀଷ୍ମଲହରୀ: ସ୍କୁଲ ଛୁଟି ଘୋଷଣା

April 19, 2026

ନିର୍ମାଣ ହେବ ହିଟ୍ ୱେଭ୍ ଆଶ୍ରୟସ୍ଥଳୀ

April 18, 2026

୨୦୩୬ ସୁଦ୍ଧା ଓଡ଼ିଶା ହେବ ୫୦୦ ବିଲିଅନ ଡଲାର ଅର୍ଥନୀତିର ରାଜ୍ୟ: ମୁଖ୍ୟମନ୍ତ୍ରୀ

April 18, 2026

Weight Loss Tips: ଚା’ ଓ କଫି ପିଅନ୍ତୁ, ଓଜନ ହ୍ରାସ କରନ୍ତୁ

April 18, 2026
Latest News

୧୯ରୁ ୨୪ ପ୍ରବଳ ଗ୍ରୀଷ୍ମଲହରୀ: ସ୍କୁଲ ଛୁଟି ଘୋଷଣା

April 19, 2026

ନିର୍ମାଣ ହେବ ହିଟ୍ ୱେଭ୍ ଆଶ୍ରୟସ୍ଥଳୀ

April 18, 2026

୨୦୩୬ ସୁଦ୍ଧା ଓଡ଼ିଶା ହେବ ୫୦୦ ବିଲିଅନ ଡଲାର ଅର୍ଥନୀତିର ରାଜ୍ୟ: ମୁଖ୍ୟମନ୍ତ୍ରୀ

April 18, 2026

Weight Loss Tips: ଚା’ ଓ କଫି ପିଅନ୍ତୁ, ଓଜନ ହ୍ରାସ କରନ୍ତୁ

April 18, 2026

ପୂର୍ବତଟ ରେଳପଥ ଦ୍ୱାରା ପୂର୍ବଘାଟ ପର୍ବତମାଳାରେ ରେକର୍ଡ ସଂଖ୍ୟକ ଟନେଲ୍ ନିର୍ମାଣ

April 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.