Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଣ୍ଡା ଆଣିବାକୁ ବାହାରକୁ ଯାଇ 2500 ଟଙ୍କାର ଜରିମାନା ଦେଲେ
ଆଜିର ଖବର

ଅଣ୍ଡା ଆଣିବାକୁ ବାହାରକୁ ଯାଇ 2500 ଟଙ୍କାର ଜରିମାନା ଦେଲେ

April 18, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କରୋନା ସହ ମୁକାବିଲା କରିବା ପାଇଁ ଦେଶରେ ଲକ୍ ଡାଉନ୍‌ ଜାରି ରହିଛି। ଏପ୍ରିଲ୍‌ 15 ତାରିଖରୁ ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ ଡାଉନ୍‌ ଜାରି ରହିଛି। ଲକ୍‌ ଡାଉନ୍‌ ସମୟରେ ସମସ୍ତଙ୍କୁ ଘରେ ରହିବାକୁ ଉପଦେଶ ଦିଆଯାଇଛି। ବାହାର ନ ବୁଲି ଘରେ ରହି ସତର୍କ ରହିବା ସହ ସଚେତନତ ରହିବାକୁ ସରକାର ଅପିଲ୍‌ କରିଛନ୍ତି। କିନ୍ତୁ କିଛି ଲୋକେ ଘରକୁ ଜେଲ୍‌ ବୋଲି ଭାବି ବିଭିନ୍ନ ଫନ୍ଦି ଫିକର କରି ବାହାରକୁ ଯାଉଛନ୍ତି।

ପୋଲିସ୍‌ ମଧ୍ୟ ଏପରି ଲୋକଙ୍କୁ ପ୍ରତି ବେଶ୍‌ ଶକ୍ତ ହୋଇଛି। ଭିନ୍ନ ଭିନ୍ନ ବାହାନା କରି ଘରୁ ବାହାରୁଥିବା ଲୋକଙ୍କଠାରୁ ଜରିମାନା ଆଦାୟ କରୁଛି। ଶୁକ୍ରବାର ଦିନ ଦିଲ୍ଲୀ ପୋଲି୍ସ୍‌ ଏମିତି କିଛି ଲୋକଙ୍କଠାରୁ ଜରିମାନା ଆଦାୟ କରିଛି।

ମିଳିଥିବା ସୂଚନା ଅନୁସାରେ ହରିପର୍ବତ ଚୌରାହା ନିକଟରେ ପୋଲିସ୍‌ ଚେକିଂ ଅଭିଯାନ ଚଳାଇଥିଲା। ଏହି ଅବସରେ ବହୁ ଗାଡିକୁ ଅଟକ ରଖିବା ସହିତ ଜରିମାନା ଆଦାୟ କରିଛି। ଏହି ସମୟରେ ଜଣେ ବ୍ୟକ୍ତି କାର୍‌ ଚଳାଉଥିଲେ। ସେ ଅଣ୍ଡା ପାଇଁ ବାହାରକୁ ଆସିଛନ୍ତି ବୋଲି ଉତ୍ତର ଦେଇଥିଲେ। ବିନା ମାସ୍କରେ ବ୍ୟକ୍ତି  ଜଣକ କାର୍‌ ଚଳାଉଥିବାବେଳେ ପୋଲିସ୍‌ ଅଟକ ରଖିଥିଲା। ବ୍ୟକ୍ତି ଜଣକ ଅଣ୍ଡା ଆଣିବା ପାଇଁ ଆସିଛନ୍ତି ବୋଲି ଉତ୍ତର ଦେଇଥିଲେ। ତେବେ ପୋଲିସ୍‌ କହିଥିଲେ ଯେତେବେଳେ ଦୋକାନ ଖୋଲା ହୋଇନାହିଁ ଅଣ୍ଡା ପାଇଁ ବାହାରକୁ ଆସିଥିଲେ କ’ଣ ପାଇଁ। ଏହା କହି ପୋଲିସ୍‌ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ 2500ଟଙ୍କାର ଚାଲାଣ କାଟି ଘରୁ ଯିବାକୁ ଉପଦେଶ ଦେଇଛନ୍ତି। ସେହିପରି କେହି କେହି କୁଲର୍‌ ପାଇଁ ଘାସ ଆଣିବାର ବାହାନା କରି ରାସ୍ତାକୁ ଆସିଥିବାବେଳେ ପୋଲିସ୍‌ ଜରିମାନା ଆଦାୟ କରି ଘରକୁ ଯିବାକୁ ଉପଦେଶ ଦେଇଥିଲେ।

ସୂଚନାଯୋଗ୍ୟ, ଦିଲ୍ଲୀରେ କରୋନା ସଂକ୍ରମିତ ବେଶ୍‌ ଦ୍ରୁତ ଗତିରେ ବଢିବାରେ ଲାଗିଛି। ଦିଲ୍ଲୀର ଅଧିକାଂଶ ଅଞ୍ଚଳକୁ ହଟସ୍ପଟ୍‌ ଅଞ୍ଚଳ ଭାବେ ବିବେଚନା କରାଯାଇଛି। କରୋନା ଚେନ୍‌କୁ ଭାଙ୍ଗିବା ପାଇଁ ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦିଆଯାଉଛି। କିନ୍ତୁ କିଛି ଲୋକମାନେ ଏହାକୁ ମାନୁନଥିବାର ଦେଖାଯାଉଛି। (ଏଜେନ୍ସି)

fine Lockdown
Share. Facebook Twitter LinkedIn Email WhatsApp Copy Link

Related Posts

IPL 2026 ପୂର୍ବରୁ ‘ଫିକ୍ସିଂ’ କ୍ରିକେଟ୍ ଜଗତରେ ହଇଚଇ: ପୂର୍ବତନ KKR ଖେଳାଳି ନିଲମ୍ବିତ

March 12, 2026

ଦେଶରେ ତୈଳ ସଙ୍କଟ ଉପରେ ସଂସଦରେ ଚର୍ଚ୍ଚା: ଜାଣନ୍ତୁ କ’ଣ କହିଲେ କେନ୍ଦ୍ର ମନ୍ତ୍ରୀ?

March 12, 2026

ଅଡୁଆରେ ହାର୍ଦ୍ଦିକ ପାଣ୍ଡ୍ୟା!: ଜାତୀୟ ପତାକାକୁ ଅପମାନ କରିଥିବା ଅଭିଯୋଗରେ ମାମଲା ରୁଜୁ

March 12, 2026

ଅପରେସନ ସାଇବର କବଚ: ୩୬୫ ଅଭିଯୁକ୍ତ ଗିରଫ

March 12, 2026
Latest News

IPL 2026 ପୂର୍ବରୁ ‘ଫିକ୍ସିଂ’ କ୍ରିକେଟ୍ ଜଗତରେ ହଇଚଇ: ପୂର୍ବତନ KKR ଖେଳାଳି ନିଲମ୍ବିତ

March 12, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଦେଶରେ ତୈଳ ସଙ୍କଟ ଉପରେ ସଂସଦରେ ଚର୍ଚ୍ଚା: ଜାଣନ୍ତୁ କ’ଣ କହିଲେ କେନ୍ଦ୍ର ମନ୍ତ୍ରୀ?

March 12, 2026

ଅଡୁଆରେ ହାର୍ଦ୍ଦିକ ପାଣ୍ଡ୍ୟା!: ଜାତୀୟ ପତାକାକୁ ଅପମାନ କରିଥିବା ଅଭିଯୋଗରେ ମାମଲା ରୁଜୁ

March 12, 2026

ଅପରେସନ ସାଇବର କବଚ: ୩୬୫ ଅଭିଯୁକ୍ତ ଗିରଫ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.