ସମ୍ବଲପୁରରେ ହେବ କରୋନା ପୁଲ୍‌ ଟେଷ୍ଟିଂ

Published: Apr 18, 2020, 1:54 pm IST

ଭୁବନେଶ୍ବର : ଭୁବନେଶ୍ବରରେ ପୁଲ ଟେଷ୍ଟିଂ ନିଷ୍ପତ୍ତି ନିଆଯିବା ପରେ ଦ୍ବିତୀୟ ସହର ଭାବରେ ସମ୍ବଲପୁରରେ ପୁଲ ଟେଷ୍ଟିଂର ନିଷ୍ପତ୍ତି ନିଆଯାଇଛି । ସମ୍ବଲପୁରସ୍ଥିତ ଭୀମସାରରେ ପୁଲ ଟେଷ୍ଟ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି । ରାଉରକେଲା ସ୍ଥିତ ଏନ୍‌ଆଇଟି ନିକଟରୁ ଦୁଇଟି ମେସିନ୍‌ ଅଣାଯିବ । ଗୋଟିଏ ସିଫ୍ଟରେ 45 ଜଣଙ୍କ ସାମ୍ପଲ ପରୀକ୍ଷଣ ହେବା ସହିତ ଦୁଇଟି ସିଫ୍ଟରେ 90 ଜଣଙ୍କ ପରୀକ୍ଷଣ ହୋଇପାରିବ ବୋଲି ଜଣାପଡିଛି । ଭୀମ୍‌ସାରରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ନବ ଦାସ ଏହି ସୂଚନା ଦେଇଛନ୍ତି ।

Related posts