Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଗଧାଡିର ଦୁଇ ମହିଳା କରୋନା ଯୋଦ୍ଧା, ବିଡିଓ ଏବଂ ମାଇକ୍ରୋବାଇଲୋଜିଷ୍ଟ
ଆଜିର ଖବର

ଆଗଧାଡିର ଦୁଇ ମହିଳା କରୋନା ଯୋଦ୍ଧା, ବିଡିଓ ଏବଂ ମାଇକ୍ରୋବାଇଲୋଜିଷ୍ଟ

April 18, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ସଂପ୍ରତି କରୋନା ସଂକ୍ରମଣରୁ ଲୋକଙ୍କୁ ଦୂରେଇ ରଖିବାକୁ ପୋଲିସ, ଡାକ୍ତର, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ସାମ୍ବାଦିକ ଏବଂ ବିଭିନ୍ନ ସ୍ତରର ପ୍ରଶାସନିକ ପଦାଧିକାରୀ ଏବଂ କ୍ଷେତ୍ର କର୍ମଚାରୀ, ସ୍ୱେଚ୍ଛାସେବୀ, ମହିଳା ଏସଏଚଜି ସଭ୍ୟା ଭଳି ଅନେକ ଯୋଦ୍ଧା ଅନବରତ ଲାଗି ପଡିଛନ୍ତି। ନିଜସ୍ୱ ସୁରକ୍ଷା ପ୍ରତି ବେଖାତିର କରି ଘର ପରିବାର ଛାଡି ଦିନ ରାତିକୁ ଏକାକାର କରି ଲୋକଙ୍କୁ କରୋନାରୁ ସୁରକ୍ଷା ଦେବା ପାଇଁ ନିଜ ନିଜ ଦାୟୀତ୍ୱ ନିର୍ବାହ କରୁଛନ୍ତି।

ସେମାନଙ୍କ ଅନବରତ ସେବା ଅବର୍ଣ୍ଣନୀୟ ହୋଇଥିବା ବେଳେ କଳାହାଣ୍ଡିରେ ମହିଳା ପଦାଧରକାରୀ ମାନେ ମଧ୍ୟ ପଛରେ ନାହାନ୍ତି। ନିଜ ଜୀବନକୁ ପାଣି ଛଡାଇ ଡ୍ୟୁଟି କରିଚାଲିଛନ୍ତି। ନିଜର ଦୁଇ କୋମଳମତି ଶିଶୁଙ୍କୁ କ୍ୱାଟରରେ ଛାଡି ଅନ୍ୟ ଏକ କ୍ୱାଟରରେ ରହି ନିଜ ଦାୟୀତ୍ୱ ସଂପାଦନ କରୁଥିବା ଗୋଲାମୁଣ୍ଡା ବିଡିଓ ସ୍ନିଗ୍ଧାରାଣୀ ପ୍ରଧାନଙ୍କ ପ୍ରତି ସାଧାରଣରେ ସମ୍ମାନର ସୁଅ ଛୁଟିବାରେ ଲାଗିଛି।

ଗୋଲାମୁଣ୍ଡା ବ୍ଲକରେ ଦୁଇ ଜଣ କରୋନା ରୋଗୀ ଚିହ୍ନଟ ହେବାପରେ ବିଡିଓ ଶ୍ରୀମତୀ ପ୍ରଧାନଙ୍କ ଦାୟୀତ୍ୱ ବଢିଯାଇଥିଲା। ବିଡିଓ ଭଲି ଏକ ଦାୟୀତ୍ୱ ସଂପନ୍ନ ପଦବୀରେ ଥିବା ହେତୁ ନିଜ ପରିବାର ପ୍ରତି ଗୁରୁତ୍ୱ ନଦେଇ କୋଭିଦ-୧୯ ମୁକାବିଲା ସମୟରେ ବ୍ଲକ ଅଂଚଳରେ ଗସ୍ତକରି ସମସ୍ତ ଜନସାଧାରଣଙ୍କ ସମସ୍ତ ବ୍ୟବସ୍ଥା କରିବା ସହିତ ଆପତି ଅଭିଯୋଗ ବୁଝିଆସୁଛନ୍ତି। ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା ଗୋଲାମୁଣ୍ଡା ବ୍ଲକରେ କରୋନା ରୋଗୀ ଚିହ୍ନଟ ହେବାପରେ ନିଜ କ୍ୱାଟରରେ ପରିଚାରିକାଙ୍କ ଦାୟୀତ୍ୱରେ ନିଜ ଦୁଇ କୋମଳମତି ଶିଶୁଙ୍କୁ ଛାଡି ଅନ୍ୟ କ୍ୱାଟରରେ ରହିଆସୁଛନ୍ତି। ନିଜ ସରକାରୀ ଦାୟୀତ୍ୱ ରେ ଅବହେଲା ନକରି ଦୂରରୁ ନିଜ ଛୁଆଙ୍କୁ ଦେଖି ନିଜ କର୍ତବ୍ୟ ପଥରେ ଆଗେଇ ଯାଉଥିବା ଏହି ମହିୟସୀ ମହିଳାଙ୍କ ଅବଦାନ ଅବର୍ଣ୍ଣନୀୟ। ଗତ ୧୨ ଅପ୍ରେଲରେ ବିଡିଓ ଙ୍କ ସମେତ ବ୍ଲକ ଷ୍ଟାଫ ଙ୍କ ସେମ୍ପୁଲ ସଂଗ୍ରହ କରାଯାଇ ପରୀକ୍ଷଣ ପାଇଁ ପଠାଯାଇଥିବା ବେଳେ ମନରେ ଅହେତୁକ ଭୟ ଜାତ ହୋଇଥିବା ବିଷୟ ଏବଂ ଜଣେ ମାଆ ନିଜ ଶିଶୁଙ୍କୁ ଦୂରରେ ଦେଖି ସେମାନଙ୍କୁ କୋଳକୁ ନେଇପାରୁନଥିବା କଷ୍ଟ ଅସହ୍ୟ ହୋଇପଡୁଥିବା ବିଷୟ କୋହଭରା ସ୍ୱରରେ ପ୍ରକାଶ କରିଛନ୍ତି। ହେଲେ ସେମାନଙ୍କ ସେମ୍ପୁଲ ଟେଷ୍ଟ ସବୁ ନେଗେଟିଭ ଆସିବା ପରେ ଏବଂ ସମସ୍ତ କର୍ମଚାରୀ ଜନସାଧାରଣଙ୍କ ସହଯୋଗ ତାଙ୍କୁ କୋଭିଦ-୧୯ ଯୁଦ୍ଧରେ ଅଧିକ ସାହସ ଓ ଶକ୍ତି ଦେଉଥିବା ସେ ପ୍ରକାଶ କରିଛନ୍ତି।

ସେହିଭଲି ଆଉଜଣେ ନିର୍ଭୀକ କରୋନା ଯୋଦ୍ଧା ହେଉଛନ୍ତି ନୀଳିମା ଦାଶ। କଳାହାଣ୍ଡି ଜିଲ୍ଲା ମୂଖ୍ୟ ଡାକ୍ତରଖାନାରେ ମାଇକ୍ରୋବାୟୋଲୋଜିଷ୍ଟ ଭାବେ କର୍ଯ୍ୟରତ ନୀଳିମା ଦାଶ ଦାୟୀତ୍ୱପୂର୍ଣ୍ଣ ଭାବେ ସଫଳତାର ସହ ଦୁଇଶହ ପାଖାପାଖି ଏକାକୀ ସ୍ୱାବ ସଂଗ୍ରହ କରିଥିବା ଜଣାପଡିଛି। କରୋନା ସନ୍ଦିଗ୍ଧ କିମ୍ବା ସଂକ୍ରମିତଙ୍କ ସ୍ୱାବ ସମୁନା ସଂଗ୍ରହ କରିବା ଏକ ବିପଦପୂର୍ଣ୍ଣ କାର୍ଯ୍ୟ ଏବଂ ସାମାନ୍ୟ ଅସାବଧାନତା ହେଲେ ନିଜକୁ ସଂକ୍ରମିତ ହୋଇଯିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ନୀଳିମା ଜିଲ୍ଲାରେ କାହିଁକି ସମଗ୍ର ଓଡିଶାରେ ଏକ ଉଦାହରଣ ହୋଇଯାଇଥରବା ଜଣାପଡିଛି। ଏଥି ସହ ନୀଳିମା ଜିଲ୍ଲାର ୧୨ଜଣ ଲାବୋରେଟୋରୀ ଟେକନିସିଆନଙ୍କୁ କରୋନା ସ୍ୱାବ ସଂଗ୍ରହ କରିବା ନିମନ୍ତେ ତାଲିମ ଦେଇ ସେମାନଙ୍କୁ ମଧ୍ୟ ପ୍ରସ୍ତୁତ କରିଛନ୍ତି। କଳାହାଣ୍ଡିରେ କରୋନା ରୋଗୀ ଚିହ୍ନଟ ହେବାପରେ ସ୍ୱାମୀ ଓ ପରିବାର ଲୋକେ ଚିନ୍ତିତ ହୋଇପଡିଥିବା ବେଳେ ନିଜ ଆତ୍ମବିଶ୍ୱାସ ଏବଂ ସହକର୍ମୀ ମାନଙ୍କ ସହଯୋଗ ରେ ସେ ନିଜ କର୍ତ୍ତବ୍ୟ ସଂପାଦନ କରୁଥିବା ପ୍ରକାଶ କରିଛନ୍ତି। ଓୟୁଏଟି ଭୂବନେଶ୍ୱର ରେ ମାଇକ୍ରୋବାୟୋଲୋଜି ଶିକ୍ଷାରେ ସ୍ନାତକୋତର ଡିଗ୍ରୀ ହାସଲ କରିଥିବା ନୀଳିମା ଦାଶ ଗତ ୨୦୧୮ ଠାରୁ କଳାହାଣ୍ଡି ଜିଲ୍ଲା ମୂଖ୍ୟ ଡାକ୍ତରଖାନାରେ ଅବସ୍ଥାପିତ ହୋଇଥିବା ଜଣାପଡିଛି। ସମସ୍ତପ୍ରକାର ସୁରକ୍ଷା ଅବଲମ୍ବନ କରିବା ସହିତ ନିର୍ଦ୍ଧାରିତ ପୋଷାକ ପରିଧାନ କରି ସ୍ୱାବ ସଂଗ୍ରହ କରୁଥିବା ଜଣାପଡିଛି। ତଥାପି ଏଭଳି ବିପଦ ସଂକୁଳ ଭାବେ କରୋନା ସନ୍ଦିଗ୍ଧଙ୍କ ଠାରୁ ସ୍ୱାବ ସଂଗ୍ରହକୁ ଚାକିରୀ ଜୀବନର ଏକ ଚାଲେଞ୍ଜ ଭାବେ ଗ୍ରହଣ କରିଥିବା ନୀଳିମା ପ୍ରକାଶ କରିଛନ୍ତି। ପ୍ରଶାସନ ଏହି ଦୁଇ କରୋନା ଯୋଦ୍ଧାଙ୍କୁ ପ୍ରଶଂସା କରିଥିବା ଜଣାପଡିଛି।

bdo corona kalahandi
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି ପାଇଁ ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

March 27, 2026

ଆଜି ପବିତ୍ର ରାମ ନବମୀରେ ଶ୍ରୀରାମଙ୍କୁ କିପରି ପୂଜା କଲେ ସେ ହୁଅନ୍ତି ଖୁସି, ଜାଣନ୍ତୁ

March 27, 2026

କନ୍ଧମାଳରେ ଆପଦପ୍ରବଣ କିଶୋରମାନଙ୍କୁ ସଶକ୍ତ କରିବା ପାଇଁ ସର୍ଭାଇଭର୍‍ ନେଟୱର୍କ କାର୍ଯ୍ୟକ୍ରମ

March 27, 2026

ଭାରତୀୟ ଭାଷା ସଂସ୍ଥାନ ପରିଦର୍ଶନ ସହ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀକୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

March 27, 2026
Latest News

ପାକିସ୍ତାନକୁ “ଦଲାଲ ରାଷ୍ଟ୍ର” ବୋଲି କହିଲେ ଏସ. ଜୟଶଙ୍କର: କଡ଼ା ବିରୋଧ କଲେ କଂଗ୍ରେସ ନେତା

March 27, 2026

Breaking News: ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କଲେ ସରକାର

March 27, 2026

ଆଜି ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି ପାଇଁ ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

March 27, 2026

ଆଜି ପବିତ୍ର ରାମ ନବମୀରେ ଶ୍ରୀରାମଙ୍କୁ କିପରି ପୂଜା କଲେ ସେ ହୁଅନ୍ତି ଖୁସି, ଜାଣନ୍ତୁ

March 27, 2026

କନ୍ଧମାଳରେ ଆପଦପ୍ରବଣ କିଶୋରମାନଙ୍କୁ ସଶକ୍ତ କରିବା ପାଇଁ ସର୍ଭାଇଭର୍‍ ନେଟୱର୍କ କାର୍ଯ୍ୟକ୍ରମ

March 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.