Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଫ୍‌ଡିଆଇ ନିୟମରେ ସଂଶୋଧନ କଲା ଭାରତ, ଏନେଇ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଲେ ରାହୁଲ୍‌
ଆଜିର ଖବର

ଏଫ୍‌ଡିଆଇ ନିୟମରେ ସଂଶୋଧନ କଲା ଭାରତ, ଏନେଇ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଲେ ରାହୁଲ୍‌

April 18, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ସରକାର କୋଭିଡ୍‌-19 ମହାମାରୀ ମଧ୍ୟରେ ଏଫ୍‌ଡିଆଇ ନୀତିକୁ ସଂଶୋଧନ କରିଛି ଭାରତ । ଏଣିକି ସବୁ ପଡୋଶୀ ରାଷ୍ଟ୍ରର କମ୍ପାନୀ କେନ୍ଦ୍ରର ଅନୁମୋଦନ ପରେ ହିଁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ କରିପାରିବେ । ଆଜି ଭାରତ ପକ୍ଷରୁ ସଂଶୋଧିତ ଏଫ୍‌ଆଇଡି ନୀତି ଘୋଷଣା କରାଯାଇଛି । ନୂତନ ନିୟମ ଅନୁଯାୟୀ, ଭାରତ ସୀମାବର୍ତ୍ତୀ ଦେଶଗୁଡ଼ିକୁ ପୁଞ୍ଜିନିବେଶ ପାଇଁ ସରକାରଙ୍କ ଅନୁମତି ନେବାକୁ ପଡ଼ିବ। ଭାରତ ସହ ସୀମାବର୍ତ୍ତୀ ଦେଶ ଗୁଡ଼ିକର ଯେ କୌଣସି କମ୍ପାନୀ କିମ୍ବା ସେହି ଦେଶର କୌଣସି ନାଗରିକ ଯଦି ପୁଞ୍ଜିନିବେଶ କରିବାକୁ ଚାହାନ୍ତି ତେବେ ସରକାରୀ ଅନୁମତି ନେବା ଦରକାର ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯଦି ମାଲିକାନା ପରିବର୍ତ୍ତନ ହୁଏ, ତେବେ ମଧ୍ୟ ସରକାରୀ ଅନୁମତି ନେବାକୁ ପଡ଼ିବ।  ଭାରତ ସହିତ ଭୂମି ସୀମା ବାଣ୍ଟୁଥିବା ଦେଶଗୁଡିକ ମଧ୍ୟରେ ଚୀନ୍, ବାଂଲାଦେଶ, ପାକିସ୍ଥାନ, ଭୁଟାନ, ନେପାଳ, ମିଆଁମାର ଏବଂ ଆଫଗାନିସ୍ତାନ ଆଦି ସାମିଲ୍‌ ରହିଛନ୍ତି ।  ଏହି ସମସ୍ତ ରାଷ୍ଟ୍ର ପାଇଁ ଏହି ନିୟମ ଲାଗୁ କରାଯାଇଛି । ପୂର୍ବରୁ ପାକିସ୍ତାନ ନିବେଶକଙ୍କ ଉପରେ ଏହି ନିୟମ ଲାଗୁ କରାଯାଇଥିଲା ।

ପୂର୍ବରୁ ଦୁଇଟି ପ୍ରକ୍ରିୟାରେ ଭାରତରେ ବିଦେଶୀ ପୁଞ୍ଜିନିବେଶ ପାଇଁ ଅନୁମତି ଦିଆଯାଉଥିଲା। ଗୋଟିଏ ପ୍ରକ୍ରିୟାରେ ସରକାରୀ ଅନୁମତି ନେବାକୁ ପଡୁଥିବା ବେଳେ ଅନ୍ୟ ପ୍ରକ୍ରିୟାରେ ସରକାରୀ ଅନୁମତି ନେବା ବାଧ୍ୟତାମୂଳକ ନଥିଲା। ନୂତନ ବିଦେଶୀ ପୁଞ୍ଜି ନିବେଶ ନୀତି ପରେ ସରକାରୀ ଅନୁମତି ନେବା ଆବଶ୍ୟକ ହୋଇଛି।

ଏଫ୍‌ଡିଆଇ ନିୟମରେ ପରିବର୍ତ୍ତନ ନେଇ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ମୋଦି ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। କିଛି ଦିନ ପୂର୍ବରୁ ଏଫ୍‌ଡିଆ ନିୟମରେ ପରିବର୍ତ୍ତନ ପାଇଁ ସୁପାରିଶ୍‌ କରିଥିଲେ ।  ରାହୁଲ୍‌ ଟୁଇଟ୍‌ କରି କହିଛନ୍ତି ଯେ, କେନ୍ଦ୍ର ସରକାର ମୋ’ ପ୍ରସ୍ତାବର ଗୁରୁତ୍ବକୁ ବୁଝି ଗ୍ରହଣ କରିଛନ୍ତି ।

ଏହାପୂର୍ବରୁ ରାହୁଲ୍‌ ଟ୍ୱିଟ କରି କହିଥିଲେ  ଯେ ଦେଶରେ ଅର୍ଥନୈତିକ ମନ୍ଥରତା ହେତୁ ଭାରତୀୟ କର୍ପୋରେଟ କମ୍ପାନୀଗୁଡିକ ଅତ୍ୟନ୍ତ ଦୁର୍ବଳ ହୋଇଯାଇଛନ୍ତି ଏବଂ ଏହାକୁ ନେଇ ଅନ୍ୟ ଦେଶକୁ ଟାର୍ଗେଟ କରୁଛନ୍ତି। ଏହି ସଙ୍କଟରେ କୌଣସି ବିଦେଶୀ କମ୍ପାନୀ ଏକ ଭାରତୀୟ କମ୍ପାନୀ ଦଖଲ କରିବାକୁ ସରକାର ଅନୁମତି ଦେବା ଉଚିତ୍ ନୁହେଁ । ଏନେଇ ସରକାର ନିଷ୍ପତ୍ତି ନେବା ଦରକାର ବୋଲି କହିଥିଲେ ରାହୁଲ୍‌ । (ଏଜେନ୍ସି)

fdi rahulgandhi
Share. Facebook Twitter LinkedIn Email WhatsApp Copy Link

Related Posts

ଓମାନରେ ଜାହାଜ ଉପରେ ଆକ୍ରମଣ ପରେ ଭାରତର କଡ଼ା ପ୍ରତିକ୍ରିୟା, ଆମେରିକୀୟ କୂଟନୀତିଜ୍ଞ ସମନ

June 11, 2026

ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ଉଚ୍ଛେଦ !

June 11, 2026

ଭଦ୍ରକରେ ପୋଲିସର ଏନକାଉଣ୍ଟର

June 11, 2026

ଯୁବକଙ୍କୁ ଛୁରୀ ଭୁଷି ହତ୍ୟା

June 11, 2026
Latest News

ଓମାନରେ ଜାହାଜ ଉପରେ ଆକ୍ରମଣ ପରେ ଭାରତର କଡ଼ା ପ୍ରତିକ୍ରିୟା, ଆମେରିକୀୟ କୂଟନୀତିଜ୍ଞ ସମନ

June 11, 2026

ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ଉଚ୍ଛେଦ !

June 11, 2026

ଭଦ୍ରକରେ ପୋଲିସର ଏନକାଉଣ୍ଟର

June 11, 2026

ଯୁବକଙ୍କୁ ଛୁରୀ ଭୁଷି ହତ୍ୟା

June 11, 2026

ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବୀ କରି ଗର୍ଜ୍ଜନ କଲେ କଂଗ୍ରେସ ନେତା କହ୍ନେୟା କୁମାର, କହିଲେ…

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.