ମହାରାଷ୍ଟ୍ରରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ 552 ଆକ୍ରାନ୍ତ ଚିହ୍ନଟ

Published: Apr 19, 2020, 11:12 pm IST

ମୁମ୍ବାଇ : ପୂରା ଦେଶ ଏବେ କରୋନା ସହ ଲଢେଇ କରୁଛି । ଏହି ମହାମାରୀ ଯୋଗୁଁ ମହାରାଷ୍ଟ୍ର ସବୁଠୁ ଅଧିକ ପ୍ରଭାବିତ ହୋଇଛି । ମହାରାଷ୍ଟ୍ରରେ ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି । ମହାରାଷ୍ଟ୍ରର ଭିନ୍ନ ଭିନ୍ନ ଅଞ୍ଚଳରେ ଗତ 24 ଘଣ୍ଟା ମଧ୍ୟରେ 552 ଜଣ ନୂତନ କରୋନା ରୋଗୀଙ୍କ ଚିହ୍ନଟ ହୋଇଛି । ସେହିପରି 12ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ସର୍ବମୋଟ୍‌ 223ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସାରା ଦେଶରେ କରୋନା ଜନିତ ମୃତ୍ୟୁ ଓ ସଂକ୍ରମଣରେ ମହାରାଷ୍ଟ୍ର ଆଗରେ ରହିଛି । ମହାରାଷ୍ଟ୍ରରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4200ରେ ପହଞ୍ଚିଥିବାବେଳେ ମୁମ୍ବାଇରେ 2724 ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି ।

ସୂଚନାଯୋଗ୍ୟ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 16 ହଜାର ପାର୍‌ କରିଥିବାବେଳେ ମୃତ୍ୟୁ ସଂଖ୍ୟା 521ରେ ପହଞ୍ଚିଛି ।(ଏଜେନ୍ସି)

Related posts