ଯାଜପୁରର  5 ଆକ୍ରାନ୍ତଙ୍କ ରହିଛି କୋଲାକାତା ଲିଙ୍କ୍‌

Published: Apr 20, 2020, 7:42 pm IST

ଯାଜପୁର : ଅପରାହ୍ନରେ ଚିହ୍ନଟ ହୋଇଥିବା 6 ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରର 5 ପଜିଟିଭ୍‌ଙ୍କ କୋଲକାତା ଲିଙ୍କ୍‌ ରହିଥିବାର ସୂଚନା ରହିଛି । 5 ପଜିଟିଭ୍‌ଙ୍କ ମଧ୍ୟରୁ ଯାଜପୁର ବ୍ଲକର ତିନିଜଣ ହୋଇଥିବାର ସୂଚନା । କୋରେଇ ବ୍ଲକର ଜଣେ ଓ ଦଶରଥପୁର ବ୍ଲକର ଜଣେ ପଜିଟିଭ୍‌ । ଆକ୍ରାନ୍ତମାନେ ସମେସ୍ତ ପୁରୁଷ ଏବଂ ତିନିଜଣଙ୍କର ବୟସ 50ରୁ ଅଧିକ। ଆକ୍ରାନ୍ତଙ୍କ ବୟସ 28, 32, 50, 58 ଓ 64 ବୋଲି ଜଣାପଡିଛି । ସମସ୍ତେ କୋଲକାତାରୁ ଫେରିଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଆଜି ରାଜ୍ୟରେ ସମୁଦାୟ 13 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ସକାଳେ 7 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନଣରେ 6ଜଣ ଚିହ୍ନଟ ହୋଇଥିବାର ସୂଚନା ଦେଇଥିଲା ସ୍ୱାସ୍ଥ୍ୟ ବିଭାଗ। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 74 ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 24 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣେ ପ୍ରାଣ ହରାଇଛନ୍ତି।

Related posts