Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାସ୍କ ନ ପିନ୍ଧି ଗଣିଲେ ତଣ୍ଡ : ବାଲୁଗାଁ ଏନ୍‌ଏସି ଓ ଚିଲିକା ପ୍ରଶାସନ ଦ୍ବାରା ୩୨ ଜଣଙ୍କୁ ଜରିମାନା
ଆଜିର ଖବର

ମାସ୍କ ନ ପିନ୍ଧି ଗଣିଲେ ତଣ୍ଡ : ବାଲୁଗାଁ ଏନ୍‌ଏସି ଓ ଚିଲିକା ପ୍ରଶାସନ ଦ୍ବାରା ୩୨ ଜଣଙ୍କୁ ଜରିମାନା

April 23, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ: କରୋନା ସହ ମୁକାବିଲା କରିବା ନେଇ ରାଜ୍ୟ ସରକାର ଦୃଢ ପଦକ୍ଷେପମାନ ନେଉଛନ୍ତି। କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଏହି ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟନୁଷ୍ଠାନ ସହ ଜରିମାନା ମଧ୍ୟ ଆଦାୟ କରାଯାଉଛି। ଏହି କ୍ରମରେ ବାଲୁଗାଁ ଏନ୍‌ଏସି ଓ ଚିଲିକା ତହସିଲ ପ୍ରଶାସନ ମାସ୍କ ନ ପିନ୍ଧିବା ଅଭିଯୋଗରେ ୩୨ ଜଣଙ୍କଠୁ ଜରିମାନା ଆଦାୟ କରିଛନ୍ତି। ଗତକାଲି ପୂର୍ବାହ୍ନ୧୦ ଟା ସୁଦ୍ଧା ବାଲୁଗାଁ ଗାନ୍ଧି ଛକ ନିକଟରେ ୩୨ଜଣଙ୍କଠାରୁ ୬୪୦୦ ଫାଇନ୍‌ ଆଦାୟ କରାଯାଇଛି। ଏହି ଜରିମାନା ଆଦାୟ ସମୟରେ ଉପସ୍ଥିତ ରହିଥିଲେ ଚିଲିକା ତହସିଲଦାର ଅପର୍ଣ୍ଣା ଭୋଇ। ବାଲୁଗାଁ ରାଜସ୍ବ ନିରୀକ୍ଷକ ଅଧିକାରୀ, ଏନଏସିର ଟ୍ୟାକ୍ସ କଲେକ୍ଟର ସାମନ୍ତ ଅନନ୍ତ ପଟ୍ଟନାୟକ। ପ୍ରତିଦିନ ତହସିଲଦାରଙ୍କ ଉପସ୍ଥିତରେ ଏପରି ଯାଞ୍ଚ କରାଯାଇ ଜରିମାନା ଆଦାୟ କରାଯିବ ବୋଲି ସୂଚନା ରହିଛି। ମାସ୍କକୁ ବାଧ୍ୟତାମୂଳକ କରିବା ପାଇଁ ତହସିଲଦାର ପରାମର୍ଶ ଦେଇଛନ୍ତି।

ଅପରପକ୍ଷେ ଗତକାଲି ଖୋର୍ଦ୍ଧା ପୋଲିସ୍‌ ଓ ବାଲୁଗାଁ ଥାନା ତରଫରୁ କରୋନା ସଚେତନତା କରାଯିବା ସହ ମାସ୍କ, ଶୁଖିଲା ଖାଦ୍ୟ ଓ ପାଣି ବଣ୍ଟନ କରାଯାଇଛି। ବାଲୁଗାଁ ଗାନ୍ଧି ଛକ, ଉମା ମହେଶ୍ବର ମନ୍ଦିର ନିକଟ ଓ ନାଭାଲ ଫାଣ୍ଡି ନିକଟରେ ଜନସାଧାରଣଙ୍କୁ ଶୁଖିଲା ଖାଦ୍ୟ, ପାଣି ଓ ମାସ୍କ ବଣ୍ଟନ କରାଯାଇଥିଲା। ଏହି ସଚେତନତା କାର୍ଯ୍ୟରେ ଯୋଗଦେଇଥିଲେ ଖୋର୍ଦ୍ଧା ଆଡ଼ିସିନାଲ ଏସ ପି ମାୟାଧର ସେଠୀ, ଆଡ୍‌ସିନାଲ୍‌ ଏସ୍‌ପି କେ.ବି ଜେନା, ଡିଏସ୍‌ପି ସତୀଶ ଚନ୍ଦ୍ର ପାଢୀ, ଡିଏସ୍‌ପି ଓମ୍‌ ପ୍ରକାଶ ପାତ୍ର, ବାଲୁଗାଁ ଏସ୍‌ଡିପିଓ ଏସ୍‌କେ ଦାସ, ବାଲୁଗାଁ ଥାନା  ଅଧିକାରୀ ରମାକାନ୍ତ ମହାଲିକ ଓ ଅନ୍ୟ ବରିଷ୍ଠ ପୋଲିସ୍‌ ଅଧିକାରୀମାନେ ଯୋଗ ଦେଇଥିଲେ।

balugaon
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଅକ୍ଟୋବର ୬ ତାରିଖରେ ସତର୍କ ରୁହନ୍ତୁ ଏହି ରାଶିର ବ୍ୟକ୍ତି

October 6, 2026

‘ଭୋଟ ଚୋରି’ ଅଭିଯୋଗକୁ ନେଇ ତୀବ୍ର ହେବ ରାଜନୀତି, ମଇଦାନକୁ ଓହ୍ଲାଇବ କଂଗ୍ରେସ

October 5, 2026

ବାଣପୁର ସ୍ଥିତ ବରବରା ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର: ହତ୍ୟା ସନ୍ଦେହ!

October 5, 2026

ଖୋରଧା: ଜିଲ୍ଲା ପ୍ରଶାସନର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

October 5, 2026
Latest News

ଆଜି ଅକ୍ଟୋବର ୬ ତାରିଖରେ ସତର୍କ ରୁହନ୍ତୁ ଏହି ରାଶିର ବ୍ୟକ୍ତି

October 6, 2026

‘ଭୋଟ ଚୋରି’ ଅଭିଯୋଗକୁ ନେଇ ତୀବ୍ର ହେବ ରାଜନୀତି, ମଇଦାନକୁ ଓହ୍ଲାଇବ କଂଗ୍ରେସ

October 5, 2026

ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍.କେ. ମୁରଲୀଧରନ୍‌ଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ଓଲିଉଡ୍ ଜଗତରେ ଶୋକର ଛାୟା

October 5, 2026

ବାଣପୁର ସ୍ଥିତ ବରବରା ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର: ହତ୍ୟା ସନ୍ଦେହ!

October 5, 2026

ଏବେ ନୂଆ ରୂପରେ କଳିଙ୍ଗ ଷ୍ଟୁଡ଼ିଓ, ସ୍ୱତନ୍ତ୍ର ଆର୍କାଇଭ୍‌ ଓ ମ୍ୟୁଜିୟମର ଶୁଭାରମ୍ଭ

October 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.