
ବ୍ରହ୍ମପୁର : ଦୁଇ ପୁଅଝିଅଙ୍କ ଝୁଲନ୍ତା ମୃତଦେହ ଗଛରୁ ଉଦ୍ଧାର କରାଯାଇଛି। ପାଟପୁର ଥାନା ପୋଡାମାରି ନିକଟ ପଦ୍ମପୁର ଗ୍ରାମର ଏହି ମୃତଦେହ ଉଦ୍ଧାର କରାଯାଇଛି। ଉଭୟେ ପଦ୍ମପୁର ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ତେବେ ଝିଅଟି ନାବାଳିକା ହୋଇଥିବାବେଳେ ପୁଅଟି ସାବାଳକ ହୋଇଥିବାର ସୂଚନା ରହିଛି। ଉଭୟେ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି। ତେବେ ଦୁହେଁ ସତରେ ଆତ୍ମହତ୍ୟା କରିଛନ୍ତି କି ଏହା ପଛରେ କିଛି କାରଣ ଅଛି, ତାହା ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ପୋଲିସ୍ ଏନେଇ ତଦନ୍ତ କରୁଛି।
Tags: ଝୁଲନ୍ତା ମୃତଦେହ