ଔରଙ୍ଗାବାଦରୁ ଚାଲି ଚାଲି ଖଣ୍ଡ୍ଓ୍ବାରେ ପହଞ୍ଚିଲେ 8ମାସର ଗର୍ଭବତୀ ମହିଳା

Published: Apr 25, 2020, 12:41 pm IST

ଖଣ୍ଡଓ୍ବା : କରୋନା ମହାମାରୀ କାରଣରୁ ଦେଶରେ ଲକ୍‌ଡାଉନ୍‌ ଲାଗୁ ହୋଇଛି । ଲକ୍ ଡାଉନ୍‌ ଯୋଗୁଁ ଦେଶରେ ପ୍ରବାସୀ ଶ୍ରମିକଙ୍କ ରୋଜଗାର ଚାଲିଯାଇଛି । ନିଜ ଭିଟାମାଟିଠାରୁ ପେଟ ପାଟଣା ପାଇଁ ହଜାର ହଜାର କିଲୋମିଟର ଦୂରରେ ରହୁଥିବା ପ୍ରବାସୀ ଶ୍ରମିକମାନେ ଏହି ସମୟରେ ବିପନ୍ନ ହୋଇପଡିଛନ୍ତି । ରୋଜଗାର ଚାଲି ଯାଇଥିବାବେଳେ ନିଜ ମୁଣ୍ଡରୁ ଛାତ ମଧ୍ୟ ଚାଲି ଯାଇଛି । ଏପରି ସମୟରେ ପ୍ରବାସୀ ଶ୍ରମିକମାନେ ନିଜ ଭିଟାମାଟିକୁ ଫେରିବାକୁ ଉଦ୍ୟମ କରୁଛନ୍ତି । ଯାନବାହନ ଚାଲୁ ନଥିବାବେଳେ କିଏ ସାଇକେଲ୍‌ରେ ତ କିଏ ଚାଲି ଚାଲି ନିଜ ଭିଟାମାଟିକୁ ଫେରିବାକୁ ଉଦ୍ୟମ ଜାରି ରଖିଛନ୍ତି ।

କରୋନା ପ୍ରକୋପରୁ ଜନ୍ମ ହୋଇନଥିବା ଶିଶୁ ମଧ୍ୟ ରକ୍ଷା ପାରଇପାରୁନାହାନ୍ତି । ମିଳିଥିବା ସୂଚନା ଅନୁସାରେ ସତନାରେ ରହୁଥିବା 28 ବର୍ଷୀୟା ଜଣେ ମହିଳା ନିଜ ପେଟରେ ବଢୁଥିବା ଆଠ ମାସ ସନ୍ତାନକୁ ନେଇ ମହାରାଷ୍ଟ୍ରର ଔରଙ୍ଗାବାଦରୁ ଚାଲି ଚାଲି ନିଜ ଘରକୁ ଯାତ୍ରା ଆରମ୍ଭ କରିଛନ୍ତି । ମହିଳାଙ୍କ ସ୍ବାମୀ ଗତ ତିନି ବର୍ଷ ଧରି ଚଟାଇ ନିର୍ମାଣ ହେଉଥିବା ଏକ କମ୍ପାନୀରେ କାମ କରୁଥିଲେ । ଲକ୍‌ ଡାଉନ୍‌ କାରଣରୁ ଏହି କମ୍ପାନୀଟି ବନ୍ଦ ହୋଇଯାଇଥିଲା । ଆମଦାନୀ ବନ୍ଦ ହୋଇଯିବା ପରେ ଯାହା ଜମା ପୁଞ୍ଜି ଥିଲା ସବୁ ସରିଗଲା । ଗର୍ଭବତୀ ସ୍ତ୍ରୀଙ୍କ ଔଷଧ ଖାଇବା ପିଇବାରେ ସବୁ ଟଙ୍କା ସରିଯାଇଥିବାବେଳେ ଏବେ ହାତ ପୂରା ଖାଲି ଥିଲା ।  ଟଙ୍କା ନଥିବାରୁ ଘର ମାଲିକ ଘର ଖାଲି କରିବାକୁ ଚାପ ପ୍ରୟୋଗ କରାଗଲା । ସେହିପରି ପ୍ରସବ ସମୟ ନିକଟତର ହେଉଥିବାରୁ ପାଖରେ ପୁଞ୍ଜି ନଥିବାରୁ ଏନେଇ ମଧ୍ୟ ଚିନ୍ତା ତାଙ୍କୁ ଅସ୍ଥିର କରି ପକାଉଥିଲା ।

ଏତେ ସବୁ ସମସ୍ୟାରେ ବ୍ୟତିବ୍ୟସ୍ତ ହୋଇ ଆଠମାସର ଗର୍ଭବତୀ ମହିଳା ଜଣକ ନିଜ ସ୍ବାମୀଙ୍କ ସହ ଅଖିଆ ଅପିଆ ଅବସ୍ଥାରେ 70ରୁ 80 କିଲୋମିଟର ଚାଲି ଚାଲି ନିଜ ଗ୍ରାମରେ ପହଞ୍ଚିଛନ୍ତି ।

ସେହିପରି ଦାତିଆ ଜିଲ୍ଲାର ନିବାସୀ ଜଣେ କର୍ଣ୍ଣାଟକର ବିଜାପୁରରୁ ଚାଲି ଚାଲି ଆସି ପହଞ୍ଚିଛନ୍ତି । ଫ୍ୟାକ୍ଟ୍ରିରେ କାମ କରୁଥିବା ଏହି ବ୍ୟକ୍ତି ଜଣକ ବହୁ ପ୍ରତିକୂଳ ପରିସ୍ଥିତି ଦେଇ ଘରେ ପହଞ୍ଚିଛନ୍ତି । ତେବେ ଏହି ଘଟଣା ସ ସାମ୍ନାକୁ ଆସିବା ପରେ  ପ୍ରଶାସନ ଖଣ୍ଡବା ପହଞ୍ଚି ପ୍ରବାସୀ ଶ୍ରମିକଙ୍କ ଖାଇବା ପିଇବା ପାଇଁ ବ୍ୟବସ୍ଥା କରିବା ସହ ସ୍କ୍ରିନିଂ  କରାଇଛନ୍ତି । (ଏଜେନ୍ସି)

Related posts