Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶରେ ମୃତ୍ୟୁ ସଂଖ୍ୟା 872 ଟପିଲା , ମାତ୍ର ସାତୋଟି ରାଜ୍ୟରେ ରହିଛନ୍ତି 80 ପ୍ରତିଶତ କରୋନା ସଂକ୍ରମିତ
ଆଜିର ଖବର

ଦେଶରେ ମୃତ୍ୟୁ ସଂଖ୍ୟା 872 ଟପିଲା , ମାତ୍ର ସାତୋଟି ରାଜ୍ୟରେ ରହିଛନ୍ତି 80 ପ୍ରତିଶତ କରୋନା ସଂକ୍ରମିତ

April 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ :  ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ସୂଚନା ଅନୁଯାୟୀ ଦେଶରେ ସଂକ୍ରମିତଙ୍କ ସଂଖ୍ୟା 27 ହଜାର 892ରେ ପହଞ୍ଚିଛି । ସେହିପରି ମୃତକଙ୍କ ସଂଖ୍ୟା 872ରେ ପହଞ୍ଚିଛି । ସେହିପରି ସୁସ୍ଥ ହୋଇଛନ୍ତି 6185ଜଣ।  ଏବେ ଅଧିକାଂଶ ରାଜ୍ୟରେ କରୋନା ମହାମାରୀର ମାତ୍ରା କମ୍‌ ଦେଖାଯାଉଛି । ଦେଶର 32ଟି ରାଜ୍ୟ ମଧ୍ୟରୁ କେବଳ 7ଟି ରାଜ୍ୟର 80 ପ୍ରତିଶତ ମାମଲା ସାମ୍ନାକୁ ଆସିଛି । ସେହିପରି ଏହି ସାତୋଟି ରାଜ୍ୟରେ 84.3 ପ୍ରତିଶତ କରୋନା ଜନିତ ମୃତ୍ୟୁ ହୋଇଛି ।  ଏହି ସମସ୍ତ ରାଜ୍ୟରେ ମୋଟ୍‌ 22,321ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ 736ଙ୍କର ମୃତ୍ୟୁ ହୋଇଛି ।

କରୋନା ଯୋଗୁଁ ଭାରତର ସ୍ଥିତି ବେଶ୍‌ ଜଟିଳ ରହିଛି । ତେବେ ଭାରତର 32ଟି ରାଜ୍ୟରେ କରୋନା ବ୍ୟାପିଥିବାବେଳେ ମାତ୍ର ସାତୋଟି ରାଜ୍ୟରେ କରୋନା ଆକ୍ରାନ୍ତ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି । ଦେଶର 80 ପ୍ରତିଶତ କରୋନା ରୋଗୀ ଏହି 7ଟି ରାଜ୍ୟରେ ରହିଛି ।

ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ, ତାମିଲନାଡୁ, ଉତ୍ତରପ୍ରଦେଶ ଆଦି ରାଜ୍ୟଗୁଡିକରେ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ।

ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା 8068 ଥିବାବେଳେ ମୃତ୍ୟୁ ସଂଖ୍ୟା 342ରେ ପହଞ୍ଚିଛି । ଗୁଜୁରାଟରେ ସଂକ୍ରମିତଙ୍କ ସଂଖ୍ୟା 3301 ଥିବାବେଳେ 151ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଦିଲ୍ଲୀରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 54 ରହିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 2918 ରହିଛି । ରାଜସ୍ଥାନରେ ସଂକ୍ରମିତଙ୍କ ସଂଖ୍ୟା 2185 ଥିବାବେଳେ ମୃତ୍ୟୁ ସଂଖ୍ୟା 33 ରହିଛି । ମଧ୍ୟପ୍ରଦେଶରେ ସଂକ୍ରମିତଙ୍କସଂଖ୍ୟା 2096 ଥିବାବେଳେ ମୃତ୍ୟୁ ସଂଖ୍ୟା 103 ରହିଛି । ତାମିଲନାଡୁରେ 24 ଜଣଙ୍କ କରୋନା ଯୋଗୁଁ ମୃତ୍ୟୁବରଣ କରିଥିବାବେଳେ 1885 ସଂକ୍ରମିତ ରହିଛି । ସେହିପରି ଉତ୍ତରପ୍ରଦେଶରେ ସଂକ୍ରମିତଙ୍କ ସଂଖ୍ୟା 1868 ଥିବାବେଳେ ମୃତ୍ୟୁ ସଂଖ୍ୟା 29 ରହିଛି ।

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ହେଉଥିବାବେଳେ ଚାରୋଟି ରାଜ୍ୟ କରୋନ ମୁକ୍ତ ହୋଇପାରିଛନ୍ତି ।

ଭାରତରେ ଜାନୁଆରୀ 30 ତାରିଖରେ ସର୍ବପ୍ରଥମ କରୋନା ମାମଲା କେରଳରେ ଦେଖାଯାଇଥିଲା । ପରେ ଏହା ଭାରତର 32ଟି ରାଜ୍ୟକୁ ବ୍ୟାପିଯାଇଥିଲା । ତେବେ 4ଟି ରାଜ୍ୟଟି ଏବେ ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇପାରିଛନ୍ତି । ଏହି ରାଜ୍ୟଗୁଡିକ ମଧ୍ୟରେ ରହିଛି ଗୋଆ, ମଣିପୁର, ତ୍ରିପୁରା ଓ ଅରୁଣାଚଳ ପ୍ରଦେଶ । ଗୋଆରୁ ମାତ୍ର ସାତଜଣ କରୋନା ସଂକ୍ରମିତ ହୋଇଥିବାବେଳେ ସମେସ୍ତ ସୁସ୍ଥ ହୋଇଛନ୍ତି । ସେହିପରି ମଣିପୁର ଓ ତ୍ରିପୁରାରୁ ଦୁଇ ଜଣ ଲେଖାଏଁ କରୋନା ସଂକ୍ରମିତ ରହିଥିଲେ । ଏମାନେ ସୁସ୍ଥ ହୋଇଛନ୍ତି । ଅରୁଣାଚଳ ପ୍ରଦେଶର ଜଣେ ମାତ୍ର କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସେ ମଧ୍ୟ ଏବେ ସୁସ୍ଥ ହୋଇଛନ୍ତି । ଏହି ଚାରୋଟି ରାଜ୍ୟରେ କରୋନା ଜନିତ ମୃତ୍ୟୁ ହୋଇନାହିଁ ।

corona-cases
Share. Facebook Twitter LinkedIn Email WhatsApp Copy Link

Related Posts

ସଡ଼କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ

May 5, 2026

ପ୍ରେମିକ ବାରଣ୍ଡାରେ ଧାରଣାରେ ବସିଥିବା ପ୍ରେମିକାକୁ ହତ୍ୟା

May 5, 2026

ନୂଆଦିଲ୍ଲୀରେ ଆଇଆଇଟି ମାଡ୍ରାସର ‘ଟେକ୍ନୋଲୋଜି ସମିଟ୍ -୨୦୨୬’ରେ କେନ୍ଦ୍ରମନ୍ତ୍ରୀ

May 5, 2026

ପଶ୍ଚିମବଂଗର କିଏ ହେବ ମୁଖ୍ୟମନ୍ତ୍ରୀ ? ବାଛିବେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ

May 5, 2026
Latest News

ସଡ଼କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ

May 5, 2026

ବାଲୁଗାଁ ମହାବିଦ୍ୟାଳୟର ବାର୍ଷିକ ସାୟନାରା କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କୁ ସମ୍ବର୍ଦ୍ଧନା

May 5, 2026

ପ୍ରେମିକ ବାରଣ୍ଡାରେ ଧାରଣାରେ ବସିଥିବା ପ୍ରେମିକାକୁ ହତ୍ୟା

May 5, 2026

ନୂଆଦିଲ୍ଲୀରେ ଆଇଆଇଟି ମାଡ୍ରାସର ‘ଟେକ୍ନୋଲୋଜି ସମିଟ୍ -୨୦୨୬’ରେ କେନ୍ଦ୍ରମନ୍ତ୍ରୀ

May 5, 2026

ଗୋଦାବରୀଶ ମହାବିଦ୍ୟାଳୟରେ ୬ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

May 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.