Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣି ସାଇକଲରେ ଫେରିଲେ ପ୍ରବାସୀ ଓଡିଆ ଶ୍ରମିକ: ୭ ଦିନରେ ୧୧୦୦ କିମି ଯାତ୍ରା
ଆଜିର ଖବର

ପୁଣି ସାଇକଲରେ ଫେରିଲେ ପ୍ରବାସୀ ଓଡିଆ ଶ୍ରମିକ: ୭ ଦିନରେ ୧୧୦୦ କିମି ଯାତ୍ରା

April 27, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ପିଣ୍ଟୁ ବିଷୋୟୀ
ଗଞ୍ଜାମ/ବେଗୁନିଆପଡା: ସାରା ଦେଶରେ କରୋନା ଭୁତାଣୁ ତାର କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସାରା ଦେଶକୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି ସରକାର। ସମସ୍ତ ରାଜ୍ୟ ଓ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳ ସୀଲ୍ କରାଯାଇଛି। ସହର ଠାରୁ ଗାଁ ପୋଲିସ୍ ପଇଁତରା ମାରୁଛି। ଓଡିଶା ରାଜ୍ୟର ସୀମାରେ କଡା ଚେକିଂ କରାଯାଉଛି। ଓଡିଶା ସରକାର ଲକ ଡାଉନ ପରେ ବାହାର ରାଜ୍ୟରେ ଥିବା ଓଡ଼ିଆ ମାନଙ୍କୁ ଫେରାଇ ଆଣିବା ବ୍ୟବସ୍ଥା କରୁଛନ୍ତି। ତେବେ ଏହିଭଳି ସ୍ଥିତିରେ ଅନ୍ୟ ରାଜ୍ୟରେ ଫସି ରହିଥିବା ଓଡ଼ିଆ ଶ୍ରମିକ ମାନେ ବିଭିନ୍ନ ଉପାୟରେ ଘରକୁ ଫେରିବାକୁ ଚାହୁଁଛନ୍ତି। କିଛି ଦିନ ତଳେ ମୁମ୍ବାଇରୁ ଜଣେ ଯୁବକ ସାଇକେଳ ଯୋଗେ ଯାଜପୁରରେ ପହଞ୍ଚିଥିବା ବେଳେ ଗଞ୍ଜାମର ଜଣେ ଯୁବକ ଆଜି ସମାନ ଢଙ୍ଗରେ ସାଇକେଲ ଯୋଗେ ଚେନ୍ନାଇରୁ ଫେରିଛନ୍ତି। ୭ ଦିନରେ ୧୧୦୦ କିମି ଅତିକ୍ରମ କରି ଯୁବକ ୨୩ ତାରିଖରେ ଗଞ୍ଜାମରେ ପହଞ୍ଚିଛନ୍ତି।

ବେଗୁନିଆପଡା ବ୍ଲକ ବଡଖଇରଖମା ଗ୍ରାମର ଯୁବକ ଜଣଙ୍କର ବୟସ ୨୫ ବର୍ଷ। ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ବାରିକଙ୍କ ସୂଚନା ଅନୁଯାୟୀ ଗତ ୧୬ ତାରିଖରେ ଯୁବକ ଜଣକ ଚେନ୍ନାଇରୁ ସାଇକଲ ଯୋଗେଁ ବିଜୟୱାଡା ଆସିବା ପରେ ଏକ ମାଲବହି ଟ୍ରକରେ ଶ୍ରୀକାକୁଲମ ଆସି ପୁଣି ସାଇକଲ ଯୋଗେଁ ଯାତ୍ରା କରି ୨୩ ତାରିଖରେ ବଡ଼ଖଇରଖମାରେ ପହଁଚିଥିଲେ। ସ୍ଥାନୀୟ ସରପଞ୍ଚ ପ୍ରତିନିଧି ସନ୍ତୋଷ ବାରିକ ଖବର ପାଇ ତାଙ୍କୁ ବଡ଼ଖଇରଖମାରେ ଥିବା ଅସ୍ଥାୟୀ କ୍ୱାରାଣ୍ଟାଇନ ସେଣ୍ଟରରେ ରଖିଛନ୍ତି। ବ୍ରହ୍ମପୁର ବଡମେଡିକାଲ କୋଭିଡ୍ ୧୯ ୱାର୍ଡରେ ଯୁବକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ତେବେ ଲକ୍ ଡାଉନ୍ କଟକଣା କଡାକଡି ସତ୍ବେ ଚେନ୍ନାଇରୁ କିଭଳି ଚାଲିଆସିଲେ ତାକୁ ନେଇ ପ୍ରଶ୍ନ ଉଠିଛି।

Lockdown migrantlabour
Share. Facebook Twitter LinkedIn Email WhatsApp Copy Link

Related Posts

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026
Latest News

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.