Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲକ୍‌ ଡାଉନ୍‌ ସମୟରେ ଶ୍ରମିକଙ୍କୁ ଏକାଠି କରି କରୋନା ଗାଇଡ୍‌ ଲାଇନ୍‌ ଉଲ୍ଲଂଘନ କରିଛି ବାଲୁଗାଁ ଏନ.ଏ.ସି
ଆଜିର ଖବର

ଲକ୍‌ ଡାଉନ୍‌ ସମୟରେ ଶ୍ରମିକଙ୍କୁ ଏକାଠି କରି କରୋନା ଗାଇଡ୍‌ ଲାଇନ୍‌ ଉଲ୍ଲଂଘନ କରିଛି ବାଲୁଗାଁ ଏନ.ଏ.ସି

April 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ
ବାଲୁଗାଁ: ସମ୍ପ୍ରତି ସମଗ୍ର ଦେଶରେ ଲକ ଡ଼ାଉନ ଚାଲିଥିବାବେଳେ ସାମାଜିକ ଦୁରତ୍ବ ବଜାୟ ରଖିବାକୁ ପ୍ରାଥମିକତା ଦେଉଛନ୍ତି ସରକାର। କିନ୍ତୁ ଏହାର ଖୋଲାଖୋଲି ଉଲ୍ଲଂଘନ ଦେଖିବାକୁ ମିଳିଛି ବାଲୁଗାଁ ଏନ୍‌ଏସିରେ। ଆଜି ସକାଳେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦଠାରେ ଶ୍ରମିକମାନଙ୍କର ଭିଡ ଦେଖିବାକୁ ମିଳିଥିଲା । ଏଠାରେ୫୦୦ରୁ ଅଧିକ ନିର୍ମାଣ ଶ୍ରମିକ ହାତରେ ଖଣ୍ଡେ ଖଣ୍ଡେ କାଗଜ ଧରି ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ।

ରାଜ୍ୟରେ ଲକ୍‌ ଡାଉନ୍‌ ପାଇଁ ନିର୍ମାଣ ଶ୍ରମିକଙ୍କୁ ସରକାରଙ୍କ ତରଫରୁ 1500 ଟଙ୍କାର ସହାୟତା ପାଇଁ ଘୋଷଣା କରାଯାଇଛି । ଏନ୍‌ଏସି କର୍ମଚାରୀମାନେ ପ୍ରତି ଓ୍ବାର୍ଡରେ ଶ୍ରମିକମାନଙ୍କୁ ଟଙ୍କା ବାଣ୍ଟୁଥିବାବେଳେ ଏଥିରୁ କିଛି ଶ୍ରମିକ ବାଦ୍‌ ପଡିଯାଇଥିଲେ । ଏନେଇ ବାଲୁଗାଁ ଏନ୍ଏସିରେ ଅଭିଯୋଗ କରାଯିବା ପରେ ସେମାନଙ୍କୁ ପରିଚୟ ପତ୍ର ସହ ଏନ୍‌ଏସିରେ ଆସି ଯୋଗାଯୋଗ କରିବାକୁ କୁହାଯାଇଥିଲା । ସୋମବାର ଦିନ ଏନେଇ 500ରୁ ଅଧିକ ନିର୍ମାଣ ଶ୍ରମିକ ଏନ୍‌ଏସି ସମ୍ମୁଖରେ ଜମା ହୋଇଥିଲେ ସୁଦ୍ଧା ସେଠାରେ ବାଲୁଗାଁ ଏନ୍‌ଏସି କାର୍ଯ୍ୟନିବାହୀ ଅଧିକାରୀଙ୍କ ଦେଖା ଦର୍ଶନ ମିଳି ନଥିଲା ।

ପ୍ରାୟ ତିନି ଘଣ୍ଟା ଧରି ଏହି ଶ୍ରମିକମାନେ ଏକାଠି ଗୋଟିଏ ଜାଗାରେ ଅପେକ୍ଷା କରିଥିବାବେଳେ ଜଣେ କର୍ମଚାରୀ ଶ୍ରମିକମାନଙ୍କୁ ଶ୍ରମ କାର୍ଯ୍ୟାଳୟ ନଚେତ୍‌ ମେ ୩ ପରେ ଆସନ୍ତୁ ବୋଲି କହିଥିଲେ। ତେବେ ଏନ୍‌ଏସି କର୍ମଚାରୀ ଏପରି ମନମୁଖୀ କାର୍ଯ୍ୟକୁ ନେଇ ଶ୍ରମିକ ମାନେ  ଆନ୍ଦୋଳନରେ ବସିବା ପରେ ଚିଲିକା ତହସିଲଦାର ଅପର୍ଣ୍ଣା ଭୋଇ ଘଟଣାସ୍ଥଳରେ ପହଁଚି ଶ୍ରମିକ ମାନଙ୍କୁ ବୁଝାସୁଝା କରି ଘରକୁ ଫେରାଇଥିଲେ।

ତେବେ ଲକ୍‌ଡାଉନ୍‌ ସମୟରେ ସାମାଜିକ ଦୂରତ୍ବକୁ ନିଘା ନକରି ଏନ୍‌ଏସି କର୍ମଚାରୀମାନେ ଶ୍ରମିକମାନଙ୍କୁ ଡକାଇ ଭିଡ ଜମାଇବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ସମ୍ପ୍ରତି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ଭିଡ ନ ଜମାଇବା ବା ସାମାଜିକ ଦୂରତ୍ବ ରକ୍ଷା କରିବାକୁ ନେଇ ସରକାରଙ୍କ ନିର୍ଦ୍ଦେଶନାମା ଜାରି ହୋଇଛି । ଏପରି ସମୟରେ ଶ୍ରମିକମାନଙ୍କୁ କାର୍ଯ୍ୟାଳୟକୁ ଡାକି ଅଧିକାରୀମାନେ ଉପସ୍ଥିତ ନ ରହିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଅପରପକ୍ଷରେ ସରକାର ସାମାଜିକ ଦୂରତା ରକ୍ଷା କରିବା ଲାଗି ଘର ଘର ବୁଲି ଶ୍ରମିକ କାର୍ଡଧାରୀଙ୍କୁ ଅର୍ଥ ବାଣ୍ଟିବା ନିୟମ କରିଥିବା ବେଳେ କିଛି ବିଜ୍ଞାପିତ ଅଞ୍ଚଳର କର୍ମଚାରୀ ମାନେ ଶ୍ରମିକମାନଙ୍କୁ ଅଫିସ ଆସି ସେମାନଙ୍କ ପ୍ରାପ୍ୟ ଟଙ୍କା ନେବା ପାଇଁ କହିବା କେତେ ଦୂର ଯୁକ୍ତିଯୁକ୍ତ । ତେବେ ଶ୍ରମିକମାନଙ୍କୁ ଡାକି ଏକ ଜାଗାରେ ଭିଡ ଜମାଇ କରେନା ଗାଇଡ୍‌ ଲାଇନ୍‌ ଉଲ୍ଲଂଘନ କରିଥିବା ଅଧିକାରୀ ତଥା ପ୍ରଶାସନ ଏହାର କି ପ୍ରକାର ଜବାବ ରଖିବେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ବାଲୁଗାଁ ଲକ୍‌ଡାଉନ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଚ଼ିଲିକା ନୌକା ପ୍ରତିଯୋଗିତାର ଅନ୍ତିମ ଦିନରେ ଯୋଗଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

January 8, 2026

‘ପଙ୍ଖୁଡ଼ି ପୋର୍ଟାଲ୍’ ଶୁଭାରମ୍ଭ: ମହିଳା ଓ ଶିଶୁ ବିକାଶ ପାଇଁ ଡିଜିଟାଲ୍ ମାଇଲଷ୍ଟୋନ

January 8, 2026

ସଡ଼କ ସୁରକ୍ଷାର ସନ୍ଦେଶ ସହ କବିତାର ଝରଣା: ରଣପୁର ମହୋତ୍ସବର ଚତୁର୍ଥ ଦିବସ

January 8, 2026

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ମୂଲ୍ୟବାନ ସାମଗ୍ରୀ ଫେରାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

January 8, 2026
Latest News

ଚ଼ିଲିକା ନୌକା ପ୍ରତିଯୋଗିତାର ଅନ୍ତିମ ଦିନରେ ଯୋଗଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

January 8, 2026

‘ପଙ୍ଖୁଡ଼ି ପୋର୍ଟାଲ୍’ ଶୁଭାରମ୍ଭ: ମହିଳା ଓ ଶିଶୁ ବିକାଶ ପାଇଁ ଡିଜିଟାଲ୍ ମାଇଲଷ୍ଟୋନ

January 8, 2026

ଭାରତୀୟ ଏଆଇ ଷ୍ଟାର୍ଟଅପ ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୋଲଟେବୁଲ ବୈଠକ

January 8, 2026

ସଡ଼କ ସୁରକ୍ଷାର ସନ୍ଦେଶ ସହ କବିତାର ଝରଣା: ରଣପୁର ମହୋତ୍ସବର ଚତୁର୍ଥ ଦିବସ

January 8, 2026

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ମୂଲ୍ୟବାନ ସାମଗ୍ରୀ ଫେରାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

January 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.