
ନୂଆଦିଲ୍ଲୀ : ହୋମ୍ କ୍ବାରେଣ୍ଟିନ୍ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି । ସାମାନ୍ୟ ଲକ୍ଷଣ ଥିବା ଡାକ୍ତର ପରାମର୍ଶ କଲେ କ୍ବାରେଣ୍ଟିନ୍ରେ ରହିପାରିବେ । ସଙ୍ଗରୋଧ ପାଇଁ ଘରେ ପର୍ଯ୍ୟାପ୍ତ ବ୍ୟବସ୍ଥା ଥିବା ଆବଶ୍ୟକ । ଅସୁସ୍ଥଙ୍କ ଯତ୍ନ ନେଉଥିବା ବ୍ୟକ୍ତି 24 ଘଣ୍ଟା ଉପଲବ୍ଧ ରହିବା ଆବଶ୍ୟକ । କ୍ବାରେଣ୍ଟିନ୍ ସମୟରେ ହସ୍ପିଟାଲ୍ ସହ ତାଙ୍କର ଯୋଗାଯୋଗ ରହିବା ଆବଶ୍ୟକ । ଯତ୍ନ ନେଉଥିବା ବ୍ୟକ୍ତି, ସମ୍ପର୍କୀୟ ହାଇଡ୍ରୋକ୍ସି କ୍ଲୋରୋକ୍ବିନ୍ ସେବନ କରିପାରିବେ । ପ୍ରୋଟୋକଲ୍ ଅନୁସାରେ ଡାକ୍ତରଙ୍କ ପରାମର୍ଶରେ ସେବନ କରିପାରିବେ। ଆରୋଗ୍ୟ ସେତୁ ଆପ୍ ଡାଉନ୍ଲୋଡ୍ କରିବାକୁ ଗାଇଡ୍ ଲାଇନ୍ରେ ପରାମର୍ଶ ଦିଆଯାଇଛି । ସ୍ବାସ୍ଥ୍ୟ ବାବଦରେ ଅପଡେଟ୍ ଜିଲ୍ଲା ସର୍ଭେଲାନ୍ସ ଅଫିସରଙ୍କୁ ଜଣାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।