24 ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି କୋରାପୁଟ ଆକ୍ରାନ୍ତ : 21ଟି ଟିମ୍‌ କରୁଛନ୍ତି କଣ୍ଟାକ୍ଟ ଟ୍ରେସିଂ

Published: Apr 28, 2020, 3:26 pm IST

ଭୁବନେଶ୍ବର : କୋରାପୁଟରୁ ଚିହ୍ନଟ ହୋଇଥିବା ରାଜ୍ୟର 110 ନମ୍ବର ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । 110 ନମ୍ବର ଆକ୍ରାନ୍ତ ଜଣକ ପ୍ରାୟ 24 ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବାର ପ୍ରୟାସ ଆରମ୍ଭ କରାଯାଇଛି । 21 ଟି ଟିମ୍‌ ଗଠନ କରାଯାଇ ଘର ଘର ବୁଲି କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଛି । ଏହା ସହିତ ସମ୍ପୃକ୍ତ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବରେ ସିଲ୍‌ କରିଦିଆଯାଇଛି ।

Related posts