
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରିବା ପାଇଁ ପ୍ଲାଜ୍ମା ଥେରାପୀର ବ୍ୟବହାର କରାଯାଉଛି । ତେବେ ଏହାକୁ ନେଇ ଆଜି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି । ପ୍ଲାଜ୍ମା ଥେରାପୀ କେବଳ ବେଆଇନ୍ ନୁହେଁ ବରଂ କ୍ଷତିକାରକ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । କରୋନା ଚିକିତ୍ସା ଭାବରେ ପ୍ଲାଜ୍ମା ଥେରାପୀ ବର୍ତ୍ତମାନ ସୁଦ୍ଧା ସିଦ୍ଧ ହୋଇନଥିବାରୁ ଏହାକୁ ବ୍ୟବହାର କରିବା ପାଇଁ କଟକଣା ଜାରି କରାଯାଇଛି । ଏହା ବର୍ତ୍ତମାନ ପରୀକ୍ଷାମୂଳକ ସ୍ଥିତିରେ ରହିଛି । ଆଇସିଏମ୍ଆର୍ ପକ୍ଷରୁ ସ୍ପଷ୍ଟୋକ୍ତି ନ ମିଳିବା ପର୍ଯ୍ୟନ୍ତ ପ୍ଲାଜ୍ମା ଥେରାପୀର ବ୍ୟବହାର କରାନଯାଉ ବୋଲି ସ୍ବାସ୍ଥ୍ୟ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି । (ଏଜେନ୍ସି)