Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ୟୁଜିସି ପ୍ରସ୍ତୁତି କଲା ନୂତନ ଏକାଡେମିକ୍‌ କ୍ୟାଲେଣ୍ଡର, ଜାଣନ୍ତୁ କେବେଠୁ ଆରମ୍ଭ ହେବ ନୂତନ ଶିକ୍ଷା ବର୍ଷ
ଆଜିର ଖବର

ୟୁଜିସି ପ୍ରସ୍ତୁତି କଲା ନୂତନ ଏକାଡେମିକ୍‌ କ୍ୟାଲେଣ୍ଡର, ଜାଣନ୍ତୁ କେବେଠୁ ଆରମ୍ଭ ହେବ ନୂତନ ଶିକ୍ଷା ବର୍ଷ

April 29, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କରୋନା ସଂକ୍ରମଣ ଯୋଗୁଁ ସବୁ ବିଶ୍ବବିଦ୍ୟାଳୟର ଶିକ୍ଷାବର୍ଷକୁ ବଦଳାଇବାକୁ ନେଇ ଯୋଜନା ପ୍ରସ୍ତୁତ କରୁଛି ୟୁଜିସି । ନୂଆ ଛାତ୍ରଛାତ୍ରୀଙ୍କ ଲାଗି ସେପ୍ଟେମ୍ବରରୁ ଆରମ୍ଭ ହେବ ଶିକ୍ଷା ବର୍ଷ । ପୁରୁଣା ପିଲାଙ୍କ ପାଠପଢା ଅଗଷ୍ଟ ଆରମ୍ଭ ହୋଇପାରେ । ପରିସ୍ଥିତି ଅନୁଧ୍ୟାନ ଲାଗି ଗଠିତ କମିଟି ଆଧାରରେ ୟୁଜିସି ଯୋଜନା ପ୍ରସ୍ତୁତି କରୁଛି । ସେହିପରି ଏମ୍‌ଫିଲ୍‌ ଓ ପିଏଚ୍‌ଡି ଛାତ୍ରଛାତ୍ରୀଙ୍କ ଅବଧି ମଧ୍ୟ ଛମାସକୁ ବଢାଯିବ ବୋଲି ସୂଚନା ରହିଛି । ଆସନ୍ତା ବର୍ଷ ମେ 26ରୁ ଜୁନ୍‌ 25 ମଧ୍ୟରେ ପରୀକ୍ଷା ହେବ । ଜୁଲାଇ 1 ତାରିଖରୁ 30 ଜୁଲାଇ ପର୍ଯ୍ୟନ୍ତ ଗ୍ରୀଷ୍ମକଳୀନ ଛୁଟି ରହିବ । ଆସନ୍ତା ଶିକ୍ଷା ବର୍ଷ ଅଗଷ୍ଟ 1  20201ରୁ ଆରମ୍ଭ ହେବା ନେଇ ୟୁଜିସି ସୂଚନା ଦେଇଛି ।

ସବୁ ବିଶ୍ବବିଦ୍ୟାଳୟରେ କୋଭିଡ୍‌ -19 ସେଲ୍‌ ଗଠନ ଲାଗି ୟୁଜିସି ନିର୍ଦ୍ଦେଶ ଦେଇଛି । କୋଭିଡ୍‌ 19 ସେଲ୍‌ ପିଲାଙ୍କ ପରୀକ୍ଷା ସମ୍ପର୍କିତ ସମସ୍ୟା ସମାଧାନ କରିବେ । ସେହିପରି ୟୁନିଭର୍ସିଟି ପରୀକ୍ଷା ନେଇ ୟୁଜିସି ନୂତନ ଗାଇଡଲାଇନ ଜାରି କରିଛି ।  ଇଣ୍ଟରମିଡିଏଟ୍‌ ସେମିଷ୍ଟାର ପିଲାଙ୍କୁ ପୂର୍ବ ସେମିଷ୍ଟାରଙ୍କୁ ଦେଖି ଗ୍ରେଡ୍‌ ଦିଆଯିବ । ଟର୍ମିନାଲ୍‌ ସେମିଷ୍ଟାର ପିଲାଙ୍କ ପରୀକ୍ଷା ଜୁଲାଇରେ ଅନୁଷ୍ଠିତ ହେବ ।  ସେହିପରି ଏମ୍‌ଫିଲ୍‌ ଓ ପିଏଚ୍‌ଡି ଛାତ୍ରଛାତ୍ରୀଙ୍କ ଅବଧି ମଧ୍ୟ ଛମାସ ବଢାଯିବ । ସାକ୍ଷାତକାର ଭିଡିଓ କନ୍‌ଫରେନ୍ସିଂ ଜରିଆାର ହେବ ବୋଲି ସୂଚନା ଦିଆଯାଇଛି । କୋଭିଡ୍‌ 19ର ସ୍ଥିତିକୁ ଦେଖି ୟୁଜିସି ଯୋଜନା ପ୍ରସ୍ତୁତ କରୁଛି ବୋଲି ସୂଚନା ରହିଛି ।

ଦେଶରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ଯୋଗୁଁ ଲକ୍‌ଡାଉନ ଜାରି ରହିଛି । ଲକ୍‌ ଡାଉନରେ ସ୍କୁଲ, କଲେଜ୍‌ ଓ ୟୁନିଭର୍ସିଟି ପୂରାପୂରି ବନ୍ଦ ରହିଛି ।

ugc
Share. Facebook Twitter LinkedIn Email WhatsApp Copy Link

Related Posts

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

April 29, 2026

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ: ବାଲୁଗାଁ ଥାନା ଆଇଆଇସିଙ୍କର ବାଣପୁର ବଦଳି

April 29, 2026

କଣ ଯୁଦ୍ଧକୁ ନେଇ ଅନ୍ଧାରରେ ଅଛନ୍ତି ଟ୍ରମ୍ପ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ସକାଳ ୧୧ଟା ସୁଦ୍ଧା ୩୯.୯୭୯% ମତଦାନ

April 29, 2026
Latest News

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

April 29, 2026

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ: ବାଲୁଗାଁ ଥାନା ଆଇଆଇସିଙ୍କର ବାଣପୁର ବଦଳି

April 29, 2026

କଣ ଯୁଦ୍ଧକୁ ନେଇ ଅନ୍ଧାରରେ ଅଛନ୍ତି ଟ୍ରମ୍ପ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ସକାଳ ୧୧ଟା ସୁଦ୍ଧା ୩୯.୯୭୯% ମତଦାନ

April 29, 2026

ଗୋଷ୍ଠୀ ସଂଘର୍ଷରେ ଏକାଧିକ ଆହତ

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.