Categories
ଆଜିର ଖବର ଜାତୀୟ ଖବର

ଏହି ତାରିଖରୁ ହେବ CUET PG ପରୀକ୍ଷା, UGC ଅଧ୍ୟକ୍ଷ ଦେଲେ ସୂଚନା

ନୂଆଦିଲ୍ଲୀ: ଏହି ବର୍ଷ, CUET PG 2023 ପରୀକ୍ଷା ଜାତୀୟ ପରୀକ୍ଷା ଏଜେନ୍ସି (NTA) ଦ୍ୱାରା 5, 6, 7, 8, 9, 10, 11 ଏବଂ 12 ଜୁନ୍ 2023 ରେ ଅନୁଷ୍ଠିତ ହେବ। ୟୁଜିସି ଅଧ୍ୟକ୍ଷ ଏମ ଜଗଦୀଶ କୁମାର ଏହି ସୂଚନା ଦେଇଛନ୍ତି। ଏହା ବ୍ୟତୀତ ଏହି ପରୀକ୍ଷା ପାଇଁ ପଞ୍ଜୀକରଣ କରିବାର ତାରିଖ ମଧ୍ୟ ବୃଦ୍ଧି କରାଯାଇଛି।

ୟୁଜିସି ଚେୟାରମ୍ୟାନ୍ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଟୁଇଟ୍ କରିଛନ୍ତି ଯେ, କମନ୍ ୟୁନିଭରସିଟି ପ୍ରବେଶିକା ପରୀକ୍ଷା [CUET- (PG) -2023] 5, 6, 7, 8, 9, 10, 11 ଏବଂ 12 ଜୁନ୍ 2023 ରେ ଅନୁଷ୍ଠିତ ହେବ। ତେଣୁ ପ୍ରାର୍ଥୀମାନଙ୍କୁ ନିୟମିତ ଭାବରେ NTA ୱେବସାଇଟ୍ ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି।

ବର୍ଦ୍ଧିତ ପଞ୍ଜୀକରଣ ତାରିଖ:

ଏହାପୂର୍ବରୁ, CUET PG 2023 ପଞ୍ଜୀକରଣ ପାଇଁ ତାରିଖ 5 ମଇ 2023 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହାପୂର୍ବରୁ, ଏହି ପରୀକ୍ଷା ପାଇଁ ପଞ୍ଜୀକରଣ କରିବାର ଶେଷ ତାରିଖ 19 ଏପ୍ରିଲ 2023 ଥିଲା। ଯାହା ବର୍ତ୍ତମାନ ସମ୍ପ୍ରସାରିତ ହୋଇଛି। ଏହା ବ୍ୟତୀତ ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ଫର୍ମରେ 6 ମଇରୁ 8 ମଇ 2023 ପର୍ଯ୍ୟନ୍ତ ସଂଶୋଧନ କରିବାକୁ ସମର୍ଥ ହେବେ। ଚଳିତ ବର୍ଷ CUET PG 2023 ପରୀକ୍ଷାରେ 42 ବିଶ୍ୱବିଦ୍ୟାଳୟ ଅଂଶଗ୍ରହଣ କରିବେ। ଯେଉଁଥିରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ରାଜ୍ୟ ବିଶ୍ୱବିଦ୍ୟାଳୟ ଏବଂ ବିବେଚିତ ବିଶ୍ୱବିଦ୍ୟାଳୟ ଅଛି।

କିପରି ପଞ୍ଜିକରଣ କରିବେ?:

ପ୍ରାର୍ଥୀମାନେ ପ୍ରଥମେ ଅଫିସିଆଲ୍ ୱେବସାଇଟ୍ – cuet.nta.nic.in ପରିଦର୍ଶନ କରନ୍ତୁ।

ବର୍ତ୍ତମାନ ମୂଳପୃଷ୍ଠାରେ ଥିବା CUET ପଞ୍ଜୀକରଣ ଲିଙ୍କରେ କ୍ଲିକ୍ କରନ୍ତୁ।

ଏହାପରେ ପ୍ରାର୍ଥୀମାନେ ସେମାନଙ୍କ ନାମ, ଇମେଲ୍ ଠିକଣା ଏବଂ ଫୋନ୍ ନମ୍ବର ପ୍ରବେଶ କରନ୍ତୁ।

ତା’ପରେ ପ୍ରାର୍ଥୀ ଆବେଦନ ନମ୍ବର ଏବଂ ପାସୱାର୍ଡ ବ୍ୟବହାର କରି ଲଗଇନ୍ କରନ୍ତୁ।

ବର୍ତ୍ତମାନ ପ୍ରାର୍ଥୀମାନେ ଆବେଦନ ଫର୍ମ ପୂରଣ କରନ୍ତୁ ଏବଂ ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ।

ଏହା ପରେ ଫର୍ମକୁ ସେଭ୍ କରନ୍ତୁ।

ବର୍ତ୍ତମାନ ପ୍ରାର୍ଥୀମାନେ ଆବେଦନ ଶୁଳ୍କ ପ୍ରଦାନ କରନ୍ତୁ।

ତା’ପରେ ପ୍ରାର୍ଥୀ ଫର୍ମ ଦାଖଲ କରନ୍ତୁ।

ଏହା ପରେ ପ୍ରାର୍ଥୀ ଫର୍ମ ଡାଉନଲୋଡ୍ କରନ୍ତୁ।

ଶେଷରେ ପ୍ରାର୍ଥୀ ଫର୍ମରୁ ପ୍ରିଣ୍ଟ ବାହାର କରନ୍ତୁ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଏଥର କେବଳ ସ୍ନାତକ ପାଇଁ ୩ ଏବଂ ସ୍ନାତକ ଅନର୍ସ ପାଇଁ ୪ ବର୍ଷ ପଢ଼ିବେ

ନୂଆଦିଲ୍ଲୀ: ଏଣିକି କେବଳ ସ୍ନାତକ କଲେ ୩ ବର୍ଷ ଏବଂ ଅନର୍ସ ଡିଗ୍ରୀ କଲେ ୪ ବର୍ଷ ପଢ଼ିବାକୁ ପଡ଼ିବ। କେନ୍ଦ୍ର ସରକାର ଆଣୁଥିବା ନୂଆ ଶିକ୍ଷା ନିତିରେ ଏହା ରହିଛି। ସେଥିପାଇଁ ଖୁବ ଶିଘ୍ର ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡିଛି।

ତେବେ ଛାତ୍ରଛାତ୍ରଙ୍କୁ ଏ ନେଇ ନିଜ ଇଚ୍ଛା ମୁତାବିକ ପାଠ୍ୟକ୍ରମ ବାଛିବେ ବୋଲି କୁହାଯାଇଛି। ଯେଉଁମାନେ ଚାହିଁବେ କେବଳ ସ୍ନାତକ କରିବେ ତେବେ ସେମାନେ ତିନି ବର୍ଷ ପଢିବା ପରେ ପ୍ରମାଣପତ୍ର ହାସଲ କରିବେ। ତେବେ ଯେଉଁମାନେ ଆଉ ବର୍ଷେ ପଢିବେ ସେମାନଙ୍କୁ ଅନର୍ସ ସ୍ନାତକ ଡିଗ୍ରୀ ପ୍ରଦାନ କରାଯିବ।

ଜାତୀୟ ଶିକ୍ଷା ନିତି ଅନୁସାରେ ସ୍ନାତକ ଡିଗ୍ରୀକୁ ତିନି ଭାଗରେ ବିଭକ୍ତ କରାଯାଇଛି। ପୂର୍ବରୁ ଜଣେ ତିନି ବର୍ଷ ପଢିବା ପରେ ଅନର୍ସ ହେଉ କିମ୍ବା ସାଧାରଣ ସ୍ନାତକ ହାସଲ କରୁଥିଲା। ହେଲେ ବର୍ତ୍ତମାନ ନୂଆ ନିତି ଅନୁସାରେ ଜଣେ ଚାହିଁଲେ ସେ ଦୁଇ ବର୍ଷରେ ଡିପ୍ଲୋମା ପ୍ରମାଣ ପତ୍ର ହାସଲ କରିପାରିବ। ସେହିପରି ତିନି ବର୍ଷ ପଢିଲେ ସ୍ନାତକ ଏବଂ ଚାରି ବର୍ଷରେ ସ୍ନାତକ ଅନର୍ସ ପ୍ରମାଣପତ୍ର ମିଳିବ।

ଏ ସଂକ୍ରାନ୍ତରେ ୟୁଜିସି ପକ୍ଷରୁ ଚିଠା ପ୍ରସ୍ତାବ ଦିଆଯାଇଛି। ଆସନ୍ତା ସୋମବାର ପ୍ରକାଶ ପାଇପାରେ ବିଜ୍ଞପ୍ତି। ଜାତୀୟ ଶିକ୍ଷା ନୀତି ଅନୁଯାୟୀ ସଂସ୍କାର ପାଇଁ ପ୍ରସ୍ତାବ ଦିଆଯାଇଛି। ଦୁଇବର୍ଷ ପରେ ଡିପ୍ଲୋମା ଓ ତିନି ବର୍ଷରେ ସ୍ନାତକ ସାର୍ଟିଫିକେଟ ଦିଆଯିବ।

ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ୪ବର୍ଷ ପଢିବାକୁ ପଡିବ। ଏନେଇ ୟୁଜିସି ପକ୍ଷରୁ ଚିଠା ପ୍ରସ୍ତାବ ରଖାଯାଇଛି। ଏ ସମ୍ପର୍କରେ ଆସନ୍ତା ସୋମବାର ଦିନ ଆନୁଷ୍ଠାନିକ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇପାରେ।

Categories
ଆଜିର ଖବର ଜାତୀୟ ଖବର

ୟୁଜିସି ପ୍ରସ୍ତୁତି କଲା ନୂତନ ଏକାଡେମିକ୍‌ କ୍ୟାଲେଣ୍ଡର, ଜାଣନ୍ତୁ କେବେଠୁ ଆରମ୍ଭ ହେବ ନୂତନ ଶିକ୍ଷା ବର୍ଷ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ଯୋଗୁଁ ସବୁ ବିଶ୍ବବିଦ୍ୟାଳୟର ଶିକ୍ଷାବର୍ଷକୁ ବଦଳାଇବାକୁ ନେଇ ଯୋଜନା ପ୍ରସ୍ତୁତ କରୁଛି ୟୁଜିସି । ନୂଆ ଛାତ୍ରଛାତ୍ରୀଙ୍କ ଲାଗି ସେପ୍ଟେମ୍ବରରୁ ଆରମ୍ଭ ହେବ ଶିକ୍ଷା ବର୍ଷ । ପୁରୁଣା ପିଲାଙ୍କ ପାଠପଢା ଅଗଷ୍ଟ ଆରମ୍ଭ ହୋଇପାରେ । ପରିସ୍ଥିତି ଅନୁଧ୍ୟାନ ଲାଗି ଗଠିତ କମିଟି ଆଧାରରେ ୟୁଜିସି ଯୋଜନା ପ୍ରସ୍ତୁତି କରୁଛି । ସେହିପରି ଏମ୍‌ଫିଲ୍‌ ଓ ପିଏଚ୍‌ଡି ଛାତ୍ରଛାତ୍ରୀଙ୍କ ଅବଧି ମଧ୍ୟ ଛମାସକୁ ବଢାଯିବ ବୋଲି ସୂଚନା ରହିଛି । ଆସନ୍ତା ବର୍ଷ ମେ 26ରୁ ଜୁନ୍‌ 25 ମଧ୍ୟରେ ପରୀକ୍ଷା ହେବ । ଜୁଲାଇ 1 ତାରିଖରୁ 30 ଜୁଲାଇ ପର୍ଯ୍ୟନ୍ତ ଗ୍ରୀଷ୍ମକଳୀନ ଛୁଟି ରହିବ । ଆସନ୍ତା ଶିକ୍ଷା ବର୍ଷ ଅଗଷ୍ଟ 1  20201ରୁ ଆରମ୍ଭ ହେବା ନେଇ ୟୁଜିସି ସୂଚନା ଦେଇଛି ।

ସବୁ ବିଶ୍ବବିଦ୍ୟାଳୟରେ କୋଭିଡ୍‌ -19 ସେଲ୍‌ ଗଠନ ଲାଗି ୟୁଜିସି ନିର୍ଦ୍ଦେଶ ଦେଇଛି । କୋଭିଡ୍‌ 19 ସେଲ୍‌ ପିଲାଙ୍କ ପରୀକ୍ଷା ସମ୍ପର୍କିତ ସମସ୍ୟା ସମାଧାନ କରିବେ । ସେହିପରି ୟୁନିଭର୍ସିଟି ପରୀକ୍ଷା ନେଇ ୟୁଜିସି ନୂତନ ଗାଇଡଲାଇନ ଜାରି କରିଛି ।  ଇଣ୍ଟରମିଡିଏଟ୍‌ ସେମିଷ୍ଟାର ପିଲାଙ୍କୁ ପୂର୍ବ ସେମିଷ୍ଟାରଙ୍କୁ ଦେଖି ଗ୍ରେଡ୍‌ ଦିଆଯିବ । ଟର୍ମିନାଲ୍‌ ସେମିଷ୍ଟାର ପିଲାଙ୍କ ପରୀକ୍ଷା ଜୁଲାଇରେ ଅନୁଷ୍ଠିତ ହେବ ।  ସେହିପରି ଏମ୍‌ଫିଲ୍‌ ଓ ପିଏଚ୍‌ଡି ଛାତ୍ରଛାତ୍ରୀଙ୍କ ଅବଧି ମଧ୍ୟ ଛମାସ ବଢାଯିବ । ସାକ୍ଷାତକାର ଭିଡିଓ କନ୍‌ଫରେନ୍ସିଂ ଜରିଆାର ହେବ ବୋଲି ସୂଚନା ଦିଆଯାଇଛି । କୋଭିଡ୍‌ 19ର ସ୍ଥିତିକୁ ଦେଖି ୟୁଜିସି ଯୋଜନା ପ୍ରସ୍ତୁତ କରୁଛି ବୋଲି ସୂଚନା ରହିଛି ।

ଦେଶରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ଯୋଗୁଁ ଲକ୍‌ଡାଉନ ଜାରି ରହିଛି । ଲକ୍‌ ଡାଉନରେ ସ୍କୁଲ, କଲେଜ୍‌ ଓ ୟୁନିଭର୍ସିଟି ପୂରାପୂରି ବନ୍ଦ ରହିଛି ।