Categories
ଆଜିର ଖବର ଜାତୀୟ ଖବର

ୟୁଜିସି ପ୍ରସ୍ତୁତି କଲା ନୂତନ ଏକାଡେମିକ୍‌ କ୍ୟାଲେଣ୍ଡର, ଜାଣନ୍ତୁ କେବେଠୁ ଆରମ୍ଭ ହେବ ନୂତନ ଶିକ୍ଷା ବର୍ଷ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ଯୋଗୁଁ ସବୁ ବିଶ୍ବବିଦ୍ୟାଳୟର ଶିକ୍ଷାବର୍ଷକୁ ବଦଳାଇବାକୁ ନେଇ ଯୋଜନା ପ୍ରସ୍ତୁତ କରୁଛି ୟୁଜିସି । ନୂଆ ଛାତ୍ରଛାତ୍ରୀଙ୍କ ଲାଗି ସେପ୍ଟେମ୍ବରରୁ ଆରମ୍ଭ ହେବ ଶିକ୍ଷା ବର୍ଷ । ପୁରୁଣା ପିଲାଙ୍କ ପାଠପଢା ଅଗଷ୍ଟ ଆରମ୍ଭ ହୋଇପାରେ । ପରିସ୍ଥିତି ଅନୁଧ୍ୟାନ ଲାଗି ଗଠିତ କମିଟି ଆଧାରରେ ୟୁଜିସି ଯୋଜନା ପ୍ରସ୍ତୁତି କରୁଛି । ସେହିପରି ଏମ୍‌ଫିଲ୍‌ ଓ ପିଏଚ୍‌ଡି ଛାତ୍ରଛାତ୍ରୀଙ୍କ ଅବଧି ମଧ୍ୟ ଛମାସକୁ ବଢାଯିବ ବୋଲି ସୂଚନା ରହିଛି । ଆସନ୍ତା ବର୍ଷ ମେ 26ରୁ ଜୁନ୍‌ 25 ମଧ୍ୟରେ ପରୀକ୍ଷା ହେବ । ଜୁଲାଇ 1 ତାରିଖରୁ 30 ଜୁଲାଇ ପର୍ଯ୍ୟନ୍ତ ଗ୍ରୀଷ୍ମକଳୀନ ଛୁଟି ରହିବ । ଆସନ୍ତା ଶିକ୍ଷା ବର୍ଷ ଅଗଷ୍ଟ 1  20201ରୁ ଆରମ୍ଭ ହେବା ନେଇ ୟୁଜିସି ସୂଚନା ଦେଇଛି ।

ସବୁ ବିଶ୍ବବିଦ୍ୟାଳୟରେ କୋଭିଡ୍‌ -19 ସେଲ୍‌ ଗଠନ ଲାଗି ୟୁଜିସି ନିର୍ଦ୍ଦେଶ ଦେଇଛି । କୋଭିଡ୍‌ 19 ସେଲ୍‌ ପିଲାଙ୍କ ପରୀକ୍ଷା ସମ୍ପର୍କିତ ସମସ୍ୟା ସମାଧାନ କରିବେ । ସେହିପରି ୟୁନିଭର୍ସିଟି ପରୀକ୍ଷା ନେଇ ୟୁଜିସି ନୂତନ ଗାଇଡଲାଇନ ଜାରି କରିଛି ।  ଇଣ୍ଟରମିଡିଏଟ୍‌ ସେମିଷ୍ଟାର ପିଲାଙ୍କୁ ପୂର୍ବ ସେମିଷ୍ଟାରଙ୍କୁ ଦେଖି ଗ୍ରେଡ୍‌ ଦିଆଯିବ । ଟର୍ମିନାଲ୍‌ ସେମିଷ୍ଟାର ପିଲାଙ୍କ ପରୀକ୍ଷା ଜୁଲାଇରେ ଅନୁଷ୍ଠିତ ହେବ ।  ସେହିପରି ଏମ୍‌ଫିଲ୍‌ ଓ ପିଏଚ୍‌ଡି ଛାତ୍ରଛାତ୍ରୀଙ୍କ ଅବଧି ମଧ୍ୟ ଛମାସ ବଢାଯିବ । ସାକ୍ଷାତକାର ଭିଡିଓ କନ୍‌ଫରେନ୍ସିଂ ଜରିଆାର ହେବ ବୋଲି ସୂଚନା ଦିଆଯାଇଛି । କୋଭିଡ୍‌ 19ର ସ୍ଥିତିକୁ ଦେଖି ୟୁଜିସି ଯୋଜନା ପ୍ରସ୍ତୁତ କରୁଛି ବୋଲି ସୂଚନା ରହିଛି ।

ଦେଶରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ଯୋଗୁଁ ଲକ୍‌ଡାଉନ ଜାରି ରହିଛି । ଲକ୍‌ ଡାଉନରେ ସ୍କୁଲ, କଲେଜ୍‌ ଓ ୟୁନିଭର୍ସିଟି ପୂରାପୂରି ବନ୍ଦ ରହିଛି ।