Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଏଥର କେବଳ ସ୍ନାତକ ପାଇଁ ୩ ଏବଂ ସ୍ନାତକ ଅନର୍ସ ପାଇଁ ୪ ବର୍ଷ ପଢ଼ିବେ

ନୂଆଦିଲ୍ଲୀ: ଏଣିକି କେବଳ ସ୍ନାତକ କଲେ ୩ ବର୍ଷ ଏବଂ ଅନର୍ସ ଡିଗ୍ରୀ କଲେ ୪ ବର୍ଷ ପଢ଼ିବାକୁ ପଡ଼ିବ। କେନ୍ଦ୍ର ସରକାର ଆଣୁଥିବା ନୂଆ ଶିକ୍ଷା ନିତିରେ ଏହା ରହିଛି। ସେଥିପାଇଁ ଖୁବ ଶିଘ୍ର ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡିଛି।

ତେବେ ଛାତ୍ରଛାତ୍ରଙ୍କୁ ଏ ନେଇ ନିଜ ଇଚ୍ଛା ମୁତାବିକ ପାଠ୍ୟକ୍ରମ ବାଛିବେ ବୋଲି କୁହାଯାଇଛି। ଯେଉଁମାନେ ଚାହିଁବେ କେବଳ ସ୍ନାତକ କରିବେ ତେବେ ସେମାନେ ତିନି ବର୍ଷ ପଢିବା ପରେ ପ୍ରମାଣପତ୍ର ହାସଲ କରିବେ। ତେବେ ଯେଉଁମାନେ ଆଉ ବର୍ଷେ ପଢିବେ ସେମାନଙ୍କୁ ଅନର୍ସ ସ୍ନାତକ ଡିଗ୍ରୀ ପ୍ରଦାନ କରାଯିବ।

ଜାତୀୟ ଶିକ୍ଷା ନିତି ଅନୁସାରେ ସ୍ନାତକ ଡିଗ୍ରୀକୁ ତିନି ଭାଗରେ ବିଭକ୍ତ କରାଯାଇଛି। ପୂର୍ବରୁ ଜଣେ ତିନି ବର୍ଷ ପଢିବା ପରେ ଅନର୍ସ ହେଉ କିମ୍ବା ସାଧାରଣ ସ୍ନାତକ ହାସଲ କରୁଥିଲା। ହେଲେ ବର୍ତ୍ତମାନ ନୂଆ ନିତି ଅନୁସାରେ ଜଣେ ଚାହିଁଲେ ସେ ଦୁଇ ବର୍ଷରେ ଡିପ୍ଲୋମା ପ୍ରମାଣ ପତ୍ର ହାସଲ କରିପାରିବ। ସେହିପରି ତିନି ବର୍ଷ ପଢିଲେ ସ୍ନାତକ ଏବଂ ଚାରି ବର୍ଷରେ ସ୍ନାତକ ଅନର୍ସ ପ୍ରମାଣପତ୍ର ମିଳିବ।

ଏ ସଂକ୍ରାନ୍ତରେ ୟୁଜିସି ପକ୍ଷରୁ ଚିଠା ପ୍ରସ୍ତାବ ଦିଆଯାଇଛି। ଆସନ୍ତା ସୋମବାର ପ୍ରକାଶ ପାଇପାରେ ବିଜ୍ଞପ୍ତି। ଜାତୀୟ ଶିକ୍ଷା ନୀତି ଅନୁଯାୟୀ ସଂସ୍କାର ପାଇଁ ପ୍ରସ୍ତାବ ଦିଆଯାଇଛି। ଦୁଇବର୍ଷ ପରେ ଡିପ୍ଲୋମା ଓ ତିନି ବର୍ଷରେ ସ୍ନାତକ ସାର୍ଟିଫିକେଟ ଦିଆଯିବ।

ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ୪ବର୍ଷ ପଢିବାକୁ ପଡିବ। ଏନେଇ ୟୁଜିସି ପକ୍ଷରୁ ଚିଠା ପ୍ରସ୍ତାବ ରଖାଯାଇଛି। ଏ ସମ୍ପର୍କରେ ଆସନ୍ତା ସୋମବାର ଦିନ ଆନୁଷ୍ଠାନିକ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇପାରେ।