ମହାରାଷ୍ଟ୍ରରେ ବିଫଳ ପ୍ଲାଜ୍‌ମା ଥେରାପୀ : ପ୍ରାଣ ହରାଇଲେ 53 ବର୍ଷୀୟ ବ୍ୟକ୍ତି

Published: May 1, 2020, 5:44 pm IST

ମୁମ୍ବାଇ : କରୋନା ଚିକିତ୍ସାରେ ନୂତନ ସମ୍ଭାବନା ସୃଷ୍ଟି କରିଥିବା ପ୍ଲାଜ୍‌ମା ଥେରାପୀ ବିଫଳ ହୋଇଛି । ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଗତକାଲି ପ୍ଲାଜ୍‌ମା ଥେରାପୀ ଚିକିତ୍ସା ସମ୍ପର୍କରେ ସୂଚନା ଦେଇଥିବା ବେଳେ ଶୁକ୍ରବାର ପ୍ଲାଜ୍‌ମା ଥେରାପୀ ବିଫଳ ହୋଇଥିବା ନେଇ ଖବର ଆସିଛି । ଲୀଲାବତୀ ହସ୍ପିଟାଲର ଚେୟାରମ୍ୟାନ୍‌ ଡ. ରବିଶଙ୍କର ଟ୍ବିଟ୍‌ କରି ଏହି ସୂଚନା ଦେଇଛନ୍ତି । ଲୀଲାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା 53 ବର୍ଷୀୟ ବ୍ୟକ୍ତିଙ୍କମର ପ୍ଲାଜ୍‌ମା ଥେରାପୀରେ ଚିକିତ୍ସା କରାଯାଉଥିବା ବେଳେ ସେ ଶୁକ୍ରବାର ଦିନ ପ୍ରାଣ ହରାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ସମସ୍ତ ରାଜ୍ୟ ମାନଙ୍କୁ ପ୍ଲାଜ୍‌ମା ଥେରାପୀରେ ଚିକିତ୍ସା ନକରିବା ପାଇଁ ଆଇସିଏମ୍‌ଆର ପକ୍ଷରୁ ଚେତାବନୀ ଦିଆଯାଇଥିଲା । (ଏଜେନ୍ସି)

Related posts