Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା
ଆଜିର ଖବର

ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା

March 5, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
shramyogi maandhan yojana launches today
shramyogi maandhan yojana launches today

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିବସୀୟ ଗୁଜରାଟ ଗସ୍ତରେ ଅଛନ୍ତି। ଏହି ଗସ୍ତରେ ଆଜି ପିଏମ ଅସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ପେନସନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଔପଚାରିକ ଭାବେ ଅହମ୍ମଦାବାଦରେ ଆରମ୍ଭ କରାଯାଇଛି  । ଫେବୃଆରୀ ୧ରେ ଅନ୍ତରୀଣ ବଜେଟ୍ ଅସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ଏହି ଯୋଜନା ଘୋଷଣା କରାଯାଇଥିଲା ।  ଏହି ଯୋଜନାରେ ଶ୍ରମିକଙ୍କୁ ପ୍ରତ୍ୟେକ ମାସରେ ୩୦୦୦ ଟଙ୍କା ପେନସନ ରୂପେ ମିଳିବ। ଏହି ଯୋଜନାକୁ ନେଇ ଅଧିସୂଚନା ପ୍ରଥମରୁ ହିଁ ଜାରି ହୋଇ ସାରିଛି। ଅଧିସୂଚନା ଜାରି ହେବା ପରେ ଫେବୃଆରୀ ୧୫ରେ ଏହି ସ୍କିମ ପାଇଁ ପଞ୍ଜିକରଣ ମଧ୍ୟ ଆରମ୍ଭ ହୋଇ ଯାଇଥିଲା। ଯୋଜନାର ଅନ୍ତିମ ରୂପ ଦେବାର ଦାୟିତ୍ଵ ଏଲଆଇସିକୁ ଦିଆଯାଇଛି। ଯୋଜନା ଆଧାରରେ ପଞ୍ଜିକରଣ ପାଇଁ ଏଲଆଇସିର ବଡ଼ ନେଟଓ୍ଵର୍କର ବ୍ୟବହାର କରାଯାଉଛି। କିନ୍ତୁ ପେନସନ ପାଇବା ପାଇଁ କିଛି ସର୍ତ୍ତ ରହିଛି। ସର୍ତ୍ତ ମୁତାବକ, ଲାଭାର୍ଥୀଙ୍କୁ କିଛି ଟଙ୍କା ପ୍ରତ୍ୟେକ ମାସରେ ପ୍ରିମିୟର ରୂପେ ଜମା କରିବାକୁ ପଡ଼ିବ। ଯୋଜନାର ଲାଭ ୧୮  ବର୍ଷରୁ ୪୦ ବର୍ଷର ଶ୍ରମିକଙ୍କୁ ହିଁ ମିଳିବ। ଯଦି କୌଣସି ଲାଭାର୍ଥୀ ୧୮ ବର୍ଷ  ବୟସରେ ଏହି ସ୍କିମରେ ଯୋଗ ଦେବାକୁ ଚାହୁଁଛନ୍ତି ତେବେ ତାଙ୍କୁ ମାସକୁ ପ୍ରିମିୟର ରୂପେ ୫୫ ଟଙ୍କା ଦେବାକୁ ପଡ଼ିବ। ୨୯ ବର୍ଷ ବୟସରେ ଯୋଜନାରେ ସାମିଲ ହେବା ପାଇଁ ୧୦୦ ଟଙ୍କାର ମାସିକ ପ୍ରିମିୟର ଦେବାକୁ ପଡ଼ିବ। ଆଶା କରାଯାଉଛି ଯେ ଏହି ଯୋଜନାର ଲାଭ ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ପ୍ରାୟ ୧୦ କୋଟି ଲୋକଙ୍କୁ ମିଳିବ।

centralgovt launch thesamikhsya yojana
Share. Facebook Twitter LinkedIn Email WhatsApp Copy Link

Related Posts

India’s Electronic Export: ଇଲେକ୍ଟ୍ରୋନିକ୍ସ ରପ୍ତାନୀରେ ଭାରତର ବଡ ସଫଳତା, ବିଶ୍ବରେ ତୃତୀୟ ସ୍ଥାନ

December 28, 2025

ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ଦ୍ବାରା କଣ କ୍ଷତି ହୁଏ ଜାଣନ୍ତୁ?

December 28, 2025

ଧନ ଲାଭ ସହ ଭାଗ୍ୟର ପରିବର୍ତ୍ତନ ଚାହୁଁଛନ୍ତି କି?, ନୂଆବର୍ଷରେ କରନ୍ତୁ ଏହି ସବୁ ଉପାୟ

December 28, 2025

ଏହି ଜିନିଷଗୁଡିକ ଅଣ୍ଡା ସହିତ ଖାଆନ୍ତୁ ନାହିଁ, ସ୍ୱାସ୍ଥ୍ୟ ଉପରେ ପଡ଼ିପାରେ ପ୍ରଭାବ

December 28, 2025
Latest News

ପିସିସି ପକ୍ଷରୁ ୧୪୦ ତମ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ, ସଭାପତି ଭକ୍ତ ଦାସ କହିଲେ

December 28, 2025

ଆସନ୍ତା ଶିକ୍ଷା ବର୍ଷରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ପୁସ୍ତକ, ଶିଶୁ ମନ୍ଦିର ଉତ୍ସବରେ କହିଲେ ମୁଖ୍ୟମନ୍ତ୍ରୀ

December 28, 2025

ମା ଭଗବତୀ ବିକାଶ ପରିଷଦ ର ଷୋଡଶତମ ବାର୍ଷିକ ଉତ୍ସବ, ଯୋଗ ଦେଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ 

December 28, 2025

ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ସିରିଗିଡାର ସୁବର୍ଣ୍ଣ ଜୟନ୍ତୀ ସମାରୋହ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

December 28, 2025

India’s Electronic Export: ଇଲେକ୍ଟ୍ରୋନିକ୍ସ ରପ୍ତାନୀରେ ଭାରତର ବଡ ସଫଳତା, ବିଶ୍ବରେ ତୃତୀୟ ସ୍ଥାନ

December 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.